ଓଡିଶା

odisha

ETV Bharat / state

ବେଆଇନ ଗୁଟୁଖା ବେପାର କରି ଜଣେ ଗିରଫ - arrest

ପାରଳାଖେମୁଣ୍ଡି ପୋଲିସ୍‌ ବେଆଇନ ଭାବେ ଗୁଟୁଖା କାରବାର କରୁଥିବା ଜଣେ ବ୍ୟବସାୟୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଚଢାଉ ସମୟରେ ଗୁଟଖା ବ୍ୟବସାୟ ବାବଦରେ ସେ କୌଣସି କାଗଜ ପତ୍ର ଦେଖାଇ ପାରିନଥିଲେ ।

ଫଟୋ ସୌଜନ୍ଯ:ପ୍ରତିନିଧି, ଗଜପତି

By

Published : Mar 29, 2019, 9:00 PM IST

ଗଜପତି: ବେଆଇନ ଭାବେ ଗୁଟୁଖା କାରବାର କରୁଥିବା ଜଣେ ବ୍ୟବସାୟୀକୁ ପାରଳାଖେମୁଣ୍ଡି ପୋଲିସ୍‌ ଗିରଫ କରିଛି । ଏକ ବିଶେଷ ସୂତ୍ରରୁ ବସଷ୍ଟାଣ୍ଡ ନିକଟସ୍ଥ ଏମ ଏସ ଲକ୍ଷ୍ମୀ ଜେନେରାଲ ଷ୍ଟୋରରେ ବେଆଇନ ଗୁଟଖା କାରବାର ହେଉଥିବା ପାରଳାଖେମୁଣ୍ଡି ପୋଲିସ୍‌କୁ ସୂଚନା ମିଳିଥିଲା । ତେବେ ସୂଚନା ମୁତବକ, ଉକ୍ତ ଷ୍ଟୋରରେ ପୋଲିସ୍ ଚଢାଉ କରି ବିପୁଳ ପରିମାଣର ଗୁଟଖା ଜବତ କରିବା ସହ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିଛି ।

ଭିଡିଓ ସୌଜନ୍ଯ:ପ୍ରତିନିଧି, ଗଜପତି


ସୂଚନାଥାଉକି, ଷ୍ଟୋରର ମାଲିକ ଏମ ଶ୍ରୀନିବାସ ରାଓଙ୍କ ଦୋକାନ ଉପରେ ଚଢାଉ ସମୟରେ ଗୁଟଖା ବ୍ୟବସାୟ ବାବଦରେ ପୋଲିସ୍‌ କାଗଜ ପତ୍ର ମାଗିଥିଲେ । କିନ୍ତୁ ବ୍ୟବସାୟୀ ଜଣକ କୌଣସି କାଗଜ ପତ୍ର ଦେଖାଇ ପାରିନଥିଲେ । ତେଣୁ ପୁଲିସ ତାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ପ୍ରାୟ 2 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଗୁଟଖା ଜବତ କରିଛି ।

ତେବେ ସେହି ବ୍ୟବସାୟୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପାରଳାଖେମୁଣ୍ଡି ଏସଡିପିଓ ସୂଚନା ଦେଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details