ଓଡିଶା

odisha

ETV Bharat / state

ଟେଲିଫୋନ ଏକ୍ସଚେଞ୍ଜ ବିସ୍ଫୋରଣ ମାମଲା: ନିର୍ଦ୍ଦୋଷରେ ଖଲାସ ସବ୍ୟସାଚୀ - mao

ଆଉ ଏକ ମାମଲାରେ ଖସିଲେ ମାଓ ନେତା ସବ୍ୟସାଚୀ ପଣ୍ଡା । ଟେଲିଫୋନ ଏକ୍ସଚେଞ୍ଜ ବିସ୍ଫୋରଣ ମାମଲାର ବିଚାର କରି ଗଜପତି ଜିଲ୍ଲା ଦୌରାଜଜ୍‌ ଆଜି(ଗୁରୁବାର) ଏହି ରାୟ ଶୁଣାଇଛନ୍ତି । କିଛି ଦିନ ତଳେ ଦେଶଦ୍ରୋହ ଅପରାଧରେ ବ୍ରହ୍ମପୁର ଏଡିଜେ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ।

ଫଟୋ ସୌଜନ୍ୟ- ପ୍ରତିନିଧି,, ଗଜପତି

By

Published : Jun 1, 2019, 3:03 PM IST

ଗଜପତି: ପୁଣି ଆଉ ଏକ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡା । ଆର ଉଦୟଗିରିରେ ହୋଇଥିବା ଟେଲିଫୋନ ଏକ୍ସଚେଞ୍ଜ ବିସ୍ଫୋରଣ ମାମଲାର ବିଚାର କରି ଗଜପତ ଜିଲ୍ଲା ଦୌରାଜଜ ଆଜି(ଗୁରୁବାର) ଏହି ରାୟ ଶୁଣାଇଛନ୍ତି । ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଦାଲତ ସବ୍ୟସାଚୀଙ୍କୁ ଖଲାସ କରିଥିବା ନେଇ ତାଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଗଜପତି

ଗତ 2006 ମସିହା ମାର୍ଚ୍ଚ 25 ତାରିଖରେ ଆର ଉଦୟଗିରି ଠାରେ ହୋଇଥିବା ମାମଲାରେ ମାଓନେତା ସବ୍ୟସାଚୀଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା । ଏବେ ସୁଦ୍ଧା ସାରା ଓଡିଶାରେ 56ଟି ମାମଲାରେ ସବ୍ୟସାଚୀ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ତେବେ ଗଜପତି ଜିଲ୍ଲାରେ ତାଙ୍କ ନାମରେ ଥିବା 45ଟି ମାମଲା ମଧ୍ୟରୁ 12ଟିରେ ସେ ନିର୍ଦ୍ଦୋଷ ପ୍ରମାଣିତ ହୋଇଛନ୍ତି । ଅନ୍ୟ 33ଟି ମାମଲା ବିଚାରାଧୀନ ରହିଛି ।

ଦେଶଦ୍ରୋହ ମାମଲାରେ ଶୁଣାଣି କରି ବ୍ରହ୍ମପୁର ଏଡିଜେ କୋର୍ଟ ସବ୍ୟସାଚୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ‘ତେବେ ଏହି ମାମଲାରେ କୋର୍ଟ ଉଭୟ ପୋଲିସ ଏବଂ ସରକାରୀ ଓକିଲଙ୍କୁ ଭର୍ତ୍ସନା କରିଥିଲେ ମଧ୍ୟ ସବ୍ୟସାଚୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।’ ତଳ କୋର୍ଟର ଏହି ରାୟ ବିରୋଧରେ ଉପର କୋର୍ଟରେ ଆବେଦନ କରିଥିବା ନେଇ ସବ୍ୟସାଚୀଙ୍କ ଓକିଲ ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details