ଓଡିଶା

odisha

ETV Bharat / state

ଗଜପତିରେ ବିଜୁ ଗାଁ ଗାଡିକୁ ଝଟକା, କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସ କର୍ମଚାରୀ - employees Strike

ଦରମା ମିଳିନଥିବା ଅଭିଯୋଗରେ କାର୍ଯ୍ୟବନ୍ଦ କଲେ ବସ କର୍ମଚାରୀ । ଗଜପତି ଜିଲ୍ଲାର ବିଜୁ ଗାଁ ଗାଡି ବସ କର୍ମଚାରୀଙ୍କୁ 5 ମାସ ଧରି ଦରମା ମିଳିନଥିବା ଅଭିଯୋଗର କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

By

Published : Jun 16, 2019, 10:47 AM IST

ଗଜପତି: ବିଜୁ ଗାଁ ଗାଡି ଯୋଜନାକୁ ନେଇ ଅସନ୍ତୋଷ । କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସ କର୍ମଚାରୀ । 5 ମାସ ହେଲା ଦରମା ମିଳିନଥିବା ଅଭିଯୋଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗଜପତି ଜିଲ୍ଲାର ବସ କର୍ମଚାରୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ଜିଲ୍ଲାର ଦୁର୍ଗମ ତଥା ଆଭ୍ୟନ୍ତରୀଣ ଅଞ୍ଚଳକୁ ଜିଲ୍ଲା ସଦର ମହକୁମା ସହ ସଂଯୋଗ କରିବା ଆରମ୍ଭ ହୋଇଥିବା ବିଜୁ ଗାଁ ଗାଡି ଯୋଜନା । ଗତ 4ବର୍ଷ ଧରି ସବୁକିଛି ଠିକଠାକ ଚାଲିଥିବା ବେଳେ ହଠାତ ଗତ 5ମାସ ହେଲା କର୍ମଚାରୀମାନେ ଦରମା ପାଇନାହାଁନ୍ତି । ଫଳରେ ବସ କର୍ମଚାରୀଙ୍କ ପରିବାର ଚଳାଇବା କଷ୍ଟକର ହୋଇପଡିଥିବା ବେଳେ ଏନେଇ ଦାବି ମଧ୍ୟ ଜଣାଇଥିଲେ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ କାର୍ଯ୍ୟବନ୍ଦ କରିଛନ୍ତି କର୍ମଚାରୀ । ଏଥସହ କର୍ମଚାରୀଙ୍କ ରହିବା ପାଇଁ ଗତ 4ବର୍ଷ ମଧ୍ୟରେ ଗୃହ ନିର୍ମାଣ ହୋଇପାରିଲା ନାହିଁ ।

ଫଳରେ ଦୋକାନ ଘରେ ବିଶ୍ରାମ ନେଉଥିବା ବେଳେ ଭଡା ଘରେ ଚାଲିଛି କାର୍ଯ୍ୟାଳୟ। ସେପଟେ, ପରିଚାଳକ ମଧ୍ୟ ଦରମା ପାଇନାହାଁନ୍ତି । ତେବେ ସରକାର 5 ବର୍ଷ ପାଇଁ ବସ କର୍ମଚାରୀ ଓ ପରିଚାଳକ ପାଇଁ ସରକାର ପରିବହନ ନିଗମକୁ ପାଣ୍ଠି ଦେଇଥିଲେ । ହେଲେ ପାଣ୍ଠି ସରିଯିବା ପରେ ଆଉ ମିଳୁନାହିଁ ଦରମା। ଆୟ ଟଙ୍କାରୁ ଦରମା ନେବାକୁ କୁହାଯାଉଥିବା ବେଳେ ଗାଡିରେ ତେଲ ପକାଇବା କଷ୍ଟକର ହୋଇପଡିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details