ଓଡିଶା

odisha

ETV Bharat / state

ଆଦିବାସୀ ଗାଁର ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର

ଗଜପତି ଜିଲ୍ଲାର ଆଦିବାସୀ ଗ୍ରାମ ଗୁଡିକରେ ଉପୁଜୁଥିବା ବିଭିନ୍ନ ସମସ୍ୟାକୁ ନେଇ ଅଖିଳ ଭାରତ କିଶାନ ମଜଦୁର ସଭା ଜିଲ୍ଲାପାଳଙ୍କ ଉଦ୍ଦ୍ୟେଶରେ ଏକ ଅଭିଯୋଗ ପତ୍ର  ପ୍ରଦାନ କରିଛନ୍ତି ।

By

Published : Jun 7, 2019, 6:57 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: ଜିଲ୍ଲାର ବିଭିନ୍ନ ତହସିଲ ଅନ୍ତର୍ଗତ ଆଦିବାସୀ ଗ୍ରାମଗୁଡିକରେ ଉପୁଜୁଥିବା ବିଭିନ୍ନ ସମସ୍ୟାକୁ ନେଇ ଅଖିଳ ଭାରତ କିଶାନ ମଜଦୁର ସଭା ଜିଲ୍ଲାପାଳଙ୍କ ଉଦ୍ଦ୍ୟେଶରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗୁମ୍ମା, କାଶୀନଗର ଏବଂ ଗୋଷାଣୀ ବ୍ଲକର ଅଦିବାସୀ ଗ୍ରାମ ଗୁଡିକରେ ଲୋକଙ୍କ ଦୀର୍ଘ ଦିନର ଦାବି ସତ୍ତ୍ବେ ଜଙ୍ଗଲଜମି ପଟ୍ଟା ଏବଂ ବାସଗୃହ ନିମନ୍ତେ ଜମି ପ୍ରଦାନ କରାଯାଇନାହିଁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ଏହା ବ୍ୟତିତ ଜିଲ୍ଲାର ଅନେକ ଗ୍ରାମରେ ରାସ୍ତାଘାଟ ପାନୀୟ ଜଳ ବିଦ୍ୟୁତ୍ ଇତ୍ୟାଦି ମୌଳିକ ସମସ୍ୟା ରହିଛି । ଯାହାକୁ ବାରମ୍ବାର କହିବା ସତ୍ବେ ମଧ୍ୟ ଯୋଗାଇ ଦିଆଯାଉନାହିଁ । ତେବେ ସବୁ ସମସ୍ୟା ଗୁଡିକୁ ଯଥାଶୀଘ୍ର ପୂରଣ କରିବା ପାଇଁ ଏହି ଦାବିପତ୍ର ଦିଆଯାଇଛି ।

ସେପଟେ ପୂର୍ବରୁ ଅନେକ ଥର ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିୋଯଗ କରିଥିଲେ ମଧ୍ୟ କୌଣସି ସୁଫଳ ହୋଇନଥିଲା । ତେବେ ଆଗାମୀ ଦିନରେ ପ୍ରଶାସନ ଲୋକଙ୍କ ସମସ୍ୟା ପ୍ରତି ଦୃଷ୍ଟି ନଦେଲେ ଅଖିଲ ଭାରତ କିଶାନ ମଜଦୁର ସଭା ଲୋକଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଘର ସମ୍ପାଦକ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details