ଓଡିଶା

odisha

ETV Bharat / state

ପାରଳା ମହାରାଜାଙ୍କୁ ଶ୍ରଦ୍ଧାଞ୍ଜଳି: ଗଜପତି ଉତ୍ସବ ୨୦୧୯ ବାତିଲ

ଶୁକ୍ରବାର ଠାରୁ ଗଜପତି ଉତ୍ସବ ଆରମ୍ଭ ହେବାକୁ ଥିବା ବେଳେ ପାରଳା ମହାରାଜା ଗୋପୀନାଥ ଗଜପତିଙ୍କ ବିୟୋଗରେ ଏହି ଉତ୍ସବକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ।

By

Published : Jan 10, 2020, 5:12 PM IST

Gajapati utsav 2029
ପାରଳା ମହାରାଜାଙ୍କୁ ଶ୍ରଦ୍ଧାଞ୍ଜଳି: ଆଜି ଗଜପତି ଉତ୍ସବ ୨୦୧୯ ବାତିଲ

ଗଜପତି: ଗଜପତି ଉତ୍ସବ ୨୦୧୯ ବାତିଲ। ଶୁକ୍ରବାର ଠାରୁ ଗଜପତି ଉତ୍ସବ ଆରମ୍ଭ ହେବାକୁ ଥିବାବେଳେ ପାରଳା ମହାରାଜା ଗୋପୀନାଥ ଗଜପତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଆଜି ପାଇଁ ଏହି ଉତ୍ସବକୁ ବାତିଲ କରାଯାଇଛି। ଶୁକ୍ରବାର ଜିଲ୍ଲାର କିଛି ମାନ୍ୟଗଣ୍ୟ, କିଛି ବ୍ୟୟୋଜ୍ୟଷ୍ଠ ବ୍ୟକ୍ତି ଓ ରାଜନୀତିଜ୍ଞଙ୍କ ସହ ଜିଲ୍ଲା ପ୍ରଶାସନ ଅଲୋଚନା କରିଥିଲା। ଏଭଳି ମୁହୂର୍ତ୍ତରେ ଗଜପତି ଉତ୍ସବକୁ ଆଜି ପାଇଁ ବାତିଲ କରାଯାଇଥିଲା। ଆସନ୍ତାକାଲି ଅର୍ଥାତ 11 ତାରିଖ ଶନିବାର କେବଳ ସମସ୍ତ ଷ୍ଟଲ ଖୋଲା ରହିବ। ହେଲେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି।

ପାରଳା ମହାରାଜାଙ୍କୁ ଶ୍ରଦ୍ଧାଞ୍ଜଳି: ଆଜି ଗଜପତି ଉତ୍ସବ ୨୦୧୯ ବାତିଲ

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details