ଓଡିଶା

odisha

ETV Bharat / state

ମାଆ କଥାରେ ବଡଭାଇକୁ ହତ୍ୟା କରିଥିଲା ସାନଭାଇ

ଗଜପତିରେ ଶୁକ୍ରବାର ହୋଇଥିବା ହତ୍ୟା ଘଟଣାରେ ନୂଆ ଟ୍ୱିଷ୍ଟ। ମାତ୍ର 20 ହଜାର ଟଙ୍କା ପାଇଁ ମାଆ ସୁଶୀଳାଙ୍କ କଥାରେ ସାନ ଭାଇର ଟାଙ୍ଗିଆ ଚୋଟରେ ବଡ ଭାଇର ମୃତ୍ୟୁ ହୋଇଛି। ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପାରଳାଖେମୁଣ୍ଡି ଏସଡିପିଓ ।

By

Published : Jun 22, 2019, 10:34 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଗଜପତି

ଗଜପତି: ସାନ ଭାଇର ଟାଙ୍ଗିଆ ଚୋଟରେ ବଡ ଭାଇର ମୃତ୍ୟୁ ଘଟଣାରେ ଆସିଛି ନୂଆ ମୋଡ । ବଡ ପୁଅ ଓ ତାଙ୍କ ସ୍ତ୍ରୀକୁ ହତ୍ୟା କରିବା ପାଇଁ ମାଆ ସୁଶିଳା ହିଁ କହିଥିବା ପୋଲିସ ଆଜି ସୂଚନା ଦେବା ସହ ଏହା ପଛରେ 20 ହଜାର ଟଙ୍କା କାରଣ ବୋଲି କହିଛି ।

ପାରଳାଖେମୁଣ୍ଡି ଏସଡିପିଓ ଠାକୁର ପ୍ରସାଦ ପାତ୍ରଙ୍କ ସୂଚନା ଅନୂସାରେ ଚିନ୍ତାପଲ୍ଲୀ ଗାଁର ରାମଚନ୍ଦ୍ର ବେହେରାଙ୍କ 2ଟି ପୁଅ ଓ ଗୋଟିଏ ଝିଅ । ଝିଅ ବାହାଘର ପାଇଁ ବଡ ପୁଅ ସୁନ୍ଦରଙ୍କ ଠାରୁ 20 ହଜାର ଟଙ୍କା ଋଣ ଆକାରେ ନେଇଥିଲେ । ଏହାକୁ ନେଇ ସୁନ୍ଦର ଓ ତାଙ୍କ ମାଆ ସୁଶିଳାଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳହ ଲାଗି ରହୁଥିଲା । ତେବେ ଗତକାଲି ମଧ୍ୟାହ୍ନରେ ପୁଣିଥରେ କଳହ ହୋଇଥିବା ବେଳେ ମାଆ ସାନ ପୁଅକୁ ବଡ ଭାଇକୁ ହତ୍ୟା କରିବା ପାଇଁ କହିବା ପରେ ସାନ ପୁଅ ତାରକେଶ୍ବର ଏକ ଟାଙ୍ଗିଆରେ ଉଭୟ ସୁନ୍ଦର ଓ ତାଙ୍କ ସ୍ତ୍ରୀକୁ ଆକ୍ରମଣ କରିଥିଲା ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଗଜପତି

ତେବେ ଘଟଣାସ୍ଥଳରେ ସୁନ୍ଦରଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ମୋହିନୀ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣାରେ ପୋଲିସ ଉଭୟ ମାଆ ଓ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏସଡିପିଓ ସୂଚନା ଦେଇଛନ୍ତି।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details