ଓଡିଶା

odisha

ETV Bharat / state

Cyclone Alert: ତଳିଆ ଅଞ୍ଚଳବାସୀଙ୍କୁ ଡାକବାଜି ଯନ୍ତ୍ର ଯୋଗେ ସତର୍କ ସୂଚନା - ବାତ୍ୟା ଅପଡେଟ

ବାତ୍ୟା ଅସାନିକୁ ନେଇ ତଳିଆ ଅଞ୍ଚଳବାସୀଙ୍କୁ ଡାକବାଜି ଯନ୍ତ୍ର ଯୋଗେ ସତର୍କ କରାଇଲା ଗଜପତି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

gajapati district administration warning people for cyclone asani
Cyclone Alert: ତଳିଆ ଅଞ୍ଚଳବାସୀଙ୍କୁ ଡାକବାଜି ଯନ୍ତ୍ର ଯୋଗେ ସତର୍କ ସୂଚନା

By

Published : May 10, 2022, 2:26 PM IST

ଗଜପତି: ବାତ୍ୟା ଅସାନି ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ଆସନ୍ତା ଦୁଇ ଦିନ ରାଜ୍ୟରେ ବର୍ଷାର ପରିମାଣ ବଢିବ । ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାର ନଦୀ କୂଳିଆ ଅଞ୍ଚଳରେ ଲୋକଙ୍କୁ ସତର୍କ କରାଯାଉଛି । ମୋହନା ବ୍ଲକ ଅଡବା ନିକଟସ୍ଥ ହରଭଙ୍ଗି ଡ୍ୟାମର ତଳି ଅଞ୍ଚଳରେ ବସବାସ କରୁଥିବା ପୋଇପାଣି, ହରଭଙ୍ଗି ନୂଆସାହି, କରଡାପଙ୍କାଳ, ରାଜବସା, ରାଇକଲ, ରାଇପୁର, କନ୍ଧ ବାଲିପଙ୍କା, ସଉରା ବାଲିପଙ୍କା, ପୁରୁଣାପାଣି, ଗୁରୁଝୋଳି, ବୁଢ଼ାଢିଅ, ବାମଦେଇପଦା ଭଳି ଗ୍ରାମଗୁଡିକରେ ହରଭଙ୍ଗି ଜଳସେଚନ ବିଭାଗ ପକ୍ଷରୁ ପ୍ରତ୍ୟେକ ଗ୍ରାମକୁ ଯାଇ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସତର୍କ କରାଯାଉଛି ।

Cyclone Alert: ତଳିଆ ଅଞ୍ଚଳବାସୀଙ୍କୁ ଡାକବାଜି ଯନ୍ତ୍ର ଯୋଗେ ସତର୍କ ସୂଚନା

ବାତ୍ୟା ଅସାନି ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ବର୍ଷା ଯୋଗୁଁ ଜଳଭଣ୍ଡାରରେ ଜଳପତ୍ତନ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଯଦି ଜଳପତ୍ତନ ବୃଦ୍ଧି ପାଏ ତାହାହେଲେ କୌଣସି ମୁହୂର୍ତ୍ତରେ ଜଳଭଣ୍ଡାରର ସୁରକ୍ଷା ପାଇଁ ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯିବ । ତେଣୁ ଗ୍ରାମବାସୀଙ୍କୁ ନଦୀ ମଧ୍ୟକୁ ନ ଯିବା ପାଇଁ ଏବଂ ଗୃହପାଳିତ ପଶୁମାନଙ୍କୁ ନଦୀକୁ ନ ଛଡିବା ପାଇଁ ସତର୍କ ସୂଚନା ଦିଆଯାଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details