ଓଡିଶା

odisha

ETV Bharat / state

ଓଡିଶା ସୀମାରେ ଆନ୍ଧ୍ରର ରାସ୍ତା ନିର୍ମାଣ, ଗଜପତି ପ୍ରଶାସନର ବିରୋଧ

ଓଡିଶା ସୀମାନ୍ତରେ ବିନା ଅନୁମତିରେ ଆନ୍ଧ୍ର ଆରମ୍ଭ କରିଛି ରାସ୍ତାକାମ । ଅଟକାଇଲା ଗଜପତି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

ଓଡିଶା ସୀମାରେ ଆନ୍ଧ୍ରର ରାସ୍ତା ନିର୍ମାଣ, ଗଜପତି ପ୍ରଶାସନର ବିରୋଧ
ଓଡିଶା ସୀମାରେ ଆନ୍ଧ୍ରର ରାସ୍ତା ନିର୍ମାଣ, ଗଜପତି ପ୍ରଶାସନର ବିରୋଧ

By

Published : Feb 19, 2021, 3:18 PM IST

Updated : Feb 19, 2021, 3:42 PM IST

ଗଜପତି: ଓଡିଶା ସୀମାରେ ଆନ୍ଧ୍ର ଆରମ୍ଭ କରିଛି ରାସ୍ତାକାମ । କାଶୀନଗର ବ୍ଲକ ମୋଇଲ ଠାରେ ରାସ୍ତାକାମ ହେଉଥିବା ଖବର ପାଇ ପ୍ରଶାସନ କାମ ଉପରେ ରୋକ ଲଗାଇବା ସହ କାମରେ ବ୍ୟବହୃତ ଗାଡି, ସିମେଣ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଛି । କାଶୀନଗର ତହସିଲଦାର ଓ ପୋଲିସ ଫୋର୍ସ ପହଞ୍ଚି କାମକୁ ବନ୍ଦ କରିଥିବା ଜଣାପଡିଛି ।

ଓଡିଶା ସୀମାରେ ଆନ୍ଧ୍ରର ରାସ୍ତା ନିର୍ମାଣ, ଗଜପତି ପ୍ରଶାସନର ବିରୋଧ

ମିଳିଥିବା ସୂଚନା ଅନୁସାରେ, ମୋଇଲ ଠାରୁ ମାତ୍ର 1 କିମି ଦୂରରେ ରହିଛି ଆନ୍ଧ୍ରର ଆଳତି ଗାଁ । ଏହି ଗାଁକୁ ଆନ୍ଧ୍ର ସରକାର ରାସ୍ତା ନିର୍ମାଣ କରୁ ଥିବାବେଳେ ଗଜପତି ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ଓଡିଶା ସୀମାରେ ରାସ୍ତା ନିର୍ମାଣ କରୁଥିଲା । ତେବେ ଏହି ଖବର ପାଇବା ପରେ ଉପଜିଲ୍ଲାପାଳଙ୍କ ନେତୃତ୍ବରେ କାଶୀନଗର ତହସିଲଦାର ଏବଂ ପୋଲିସ ଫୋର୍ସ ପହଁଞ୍ଚି କାମକୁ ବନ୍ଦ କରିବା ସହ ଏଥିରେ ବ୍ୟବହୃତ ସାମଗ୍ରୀକୁ ଜବତ କରିଛନ୍ତି । ଅନ୍ୟପଟେ ଖୁବଶୀଘ୍ର ଆନ୍ଧ୍ର-ଓଡିଶା ସୀମାନ୍ତରେ ସୀମା ଆରମ୍ଭ ଏବଂ ଶେଷ ବୋର୍ଡ ଲଗାଯିବା ସହ ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Feb 19, 2021, 3:42 PM IST

ABOUT THE AUTHOR

...view details