ଓଡିଶା

odisha

ETV Bharat / state

ଅଗ୍ନିବୀରରେ ସାମଲ ହେବେ ଗଜପତି ଆଶାୟୀ, ଚାଲିଛି ଟ୍ରେନିଂ - ସେନାରେ ଭର୍ତ୍ତି ହେବାକୁ ମାଗଣାରେ ଦିଆଯାଉଛି ତାଲିମ

ଅଗ୍ନିପଥ ଯୋଜନାରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା । ଅନେକ ଯୁବପିଢୀଙ୍କୁ ସେନାରେ ଭର୍ତ୍ତି ହେବାକୁ ମାଗଣାରେ ଦିଆଯାଉଛି ତାଲିମ । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଉଛି ମାଗଣା ଟ୍ରେନିଂ । ଦେଖନ୍ତୁ ରିପୋର୍ଟ

ଅଗ୍ନିବୀରରେ ସାମଲ ହେବେ ଗଜପତି ଆଶାୟୀ
ଅଗ୍ନିବୀରରେ ସାମଲ ହେବେ ଗଜପତି ଆଶାୟୀ

By

Published : Oct 10, 2022, 9:53 PM IST

ଗଜପତି: ସଶସ୍ତ୍ର ବଳରେ ଯୁବଶକ୍ତିଙ୍କ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନା ଆଣିଛନ୍ତି କେନ୍ଦ୍ର ସରକାର । ଖୁବ୍‌ଶୀଘ୍ର ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା । ସେନାରେ ଭର୍ତ୍ତି ହେବା ପାଇଁ ରହିଛନ୍ତି ଅନେକ ଆଶାୟୀ। ଏହା ପୂର୍ବରୁ ଗଜପତି ଜିଲ୍ଲାର ପିଲାଙ୍କୁ ପ୍ରସ୍ତୁତ କରାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ନିଜକୁ ଫିଟ୍‌ ରଖି ସେନା ଭର୍ତ୍ତି ହେବାକୁ ଜୋରଦାର ପ୍ରୟାସ କରୁଛନ୍ତି ଗଜପତିର ଯୁବଗୋଷ୍ଠୀ। ଏମାନଙ୍କୁ ପ୍ରସ୍ତୁତ କରିବାକୁ ଜିଲ୍ଲାରେ ଆରମ୍ଭ ହୋଇଛି ତାଲିମ ପ୍ରକ୍ରିୟା ।

ଅଗ୍ନିବୀରରେ ସାମଲ ହେବେ ଗଜପତି ଆଶାୟୀ

ସ୍ଥାନୀୟ ଜବାହାର ନବୋଦୟ ସ୍କୁଲ ପରିସରରେ ଜିଲ୍ଲାର 100 ପିଲାଙ୍କୁ ତାଲିମ ଦେଉଛି ଜିଲ୍ଲା ପ୍ରଶାସନ । ଏହି ଶିବିରରେ ଯୋଗଦେଇଥିବା ପିଲାଙ୍କ ଶାରିରୀକ ପରୀକ୍ଷା କରାଯିବା ପରେ ସେମାନଙ୍କୁ ଗ୍ରହଣ କରାଯାଇଥିଲା । ଏପରିକି ସେମାନଙ୍କ ମେଡିକାଲ ଟେଷ୍ଟ୍‌ ମଧ୍ୟ କରାଯାଇଛି । ଫିଟ୍‌ ଥିବା ପିଲାଙ୍କୁ ତାଲିମ ଶିବିରରେ ରଖାଯାଇ ଏକ ମାସ ବ୍ୟାପି ଆବଶ୍ୟକୀୟ ତାଲିମ ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: PM Visit to Ujjain: ଉଦଘାଟିତ ହେବ ପ୍ରଥମ ପର୍ଯ୍ୟାୟ ଶ୍ରୀମହାକାଳ ଲୋକ

ଗଜପତିରେ ଅଗ୍ନିବୀର ତାଲିମ

ଗଜପତି ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଆଶାୟୀମାନେ ପୂର୍ବ ପ୍ରସ୍ତୁତି କରିବା ଏକ କାଠିକର ବ୍ୟାପାର ଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ଦ୍ବାରା ପିଲାମାନେ ଶାରୀରୀକ ଓ ମାନସିକ ଭାବେ ପ୍ରସ୍ତୁତ ରହିବେ ବୋଲି ଜିଲ୍ଲାପାଳ କହିଛନ୍ତି । ବର୍ତ୍ତମାନ ପ୍ରଥମ ବ୍ୟାଚ ତାଲିମ ସରିଥିବା ବେଳେ ଦ୍ବତୀୟ ବ୍ୟାଚ ପାଇଁ ପ୍ରକିୟା ଆରମ୍ଭ ହୋଇଛି । ଏହି ଶିବିରରେ ଖୋଦ ପୋଲିସ ରିଜର୍ଭ ଇନ୍ସପେକ୍ଟରଙ୍କ ନେତୃତ୍ବରେ ଏକ ଟିମ ସାମିଲ ହୋଇ ତାଲିମ ପ୍ରଦାନ କରୁଛନ୍ତି । ଏହି ଟିମ ପିଲାଙ୍କ ଶାରୀରିକ ପରୀକ୍ଷା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର କୌଶଳ ସଂପର୍କରେ ପିଲାଙ୍କୁ ତାଲିମ ପ୍ରଦାନ କରିଛନ୍ତି ।

ଏନେଇ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କହିଛନ୍ତି ଯେ, "ଆମର ୧୦୦ ପିଲାଙ୍କୁ ନେଇ ଏକ ବ୍ୟାଚ୍‌ କରାଯାଇଛି । ଗଜପତି ପୋଲିସକର୍ମୀମାନେ ପ୍ରଶିକ୍ଷଣ ଦେଉଛନ୍ତି । ଏହାସହ ଶାରିରୀକ ସହ ଲିଖିତ ଶିକ୍ଷା ମଧ୍ୟ ପ୍ରଦାନ କରାଯାଉଛି । ଆଗରୁ ଗଜପତି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ କାଳରୁ ଏକ ପରମ୍ପରା ରହିଛି । ସେନାର ଆମର ବହୁତ ପିଲା ଯାଇଥାନ୍ତି । ଆଦିବାସୀ ଛାତ୍ରଛାତ୍ରୀଙ୍କର ଫିଜିକାଲ୍‌ ଫିଟନେସ୍‌ ଭଲ ରହୁଛି । ଅଗ୍ନିବୀର ଯୋଜନା ପାଇଁ ଏମାନଙ୍କ ମାର୍ଗଦର୍ଶନ କରାଯାଉଛି । ଯାହା ଦ୍ବାରା ସେମାନଙ୍କ ପକ୍ଷରେ ସେନାରେ ସାମିଲ ହେବା ସହଜ ହେବ ।"

ଆଦିବାସୀ ଅଧ୍ୟୁଷିତଇଲାକାରେ ଟ୍ରେନିଂ

ଜିଲ୍ଲାର ଅଧିକାଂଶ ଲୋକେ ଆଦିବାସୀ ସଂପ୍ରଦାୟର ହୋଇଥିଲା ବେଳେ ସେମାନେ ଗ୍ରାମାଞ୍ଚଳ, ଏପରିକି ଅତ୍ୟନ୍ତ ଦୁର୍ଗମ ଅଞ୍ଚଳରେ ବସବାସ କରିଥାନ୍ତି । ଯେଉଁଠି ମୌଳିକ ସୁବିଧା ସୁଯୋଗ ସାତ ସପନ ସେଠାରେ ଏଭଳି ନିଯୁକ୍ତି ପୂର୍ବରୁ ତାଲିମ କଥା ଭାବିବା ଭୁଲ । ଏଭଳି ଭାବନାକୁ ଭୁଲ୍‌ ପ୍ରମାଣିତ କରିଛି ଗଜପତି ପ୍ରଶାସନ । ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ଏଭଳି ଅଭିନବ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ବର୍ତ୍ତମାନ ପ୍ରଥମ ବ୍ୟାଚ୍‌ ତାଲିମ ଶେଷ ହୋଇଥିବା ବେଳେ ଦ୍ବତୀୟ ବ୍ୟାଚ୍‌ ପାଇଁ ପ୍ରକିୟା ଆରମ୍ଭ ହୋଇଛି । ଖୋଦ୍‌ ପୋଲିସ ରିଜର୍ଭ ଇନ୍ସପେକ୍ଟରଙ୍କ ନେତୃତ୍ବରେ ଏକ ଟିମ୍‌ ସାମିଲ ହୋଇ ତାଲିମ ପ୍ରଦାନ କରୁଛନ୍ତି । ତାଲିମ ଗ୍ରହଣ କରୁଥିବା ଆଶାୟୀ ଏହାକୁ ନେଇ ବେଶ୍‌ ଉତ୍ସାହିତ । ନିଯୁକ୍ତି ସମୟରେ କିଭଳି ବିଭିନ୍ନ ପ୍ରତିଯୋଗିତାର ସାମ୍ନା କରିବାକୁ ହେବ ତାହା ଜାଣିବାର ସୁଯୋଗ ମିଳୁଥିବା କଥା କହିଛନ୍ତି ଆଶାୟୀ।

ଏନେଇ ଜଣେ ଆଶାୟୀ କହିଛନ୍ତି ଯେ, "ଅଗ୍ନିବୀର ଯୋଜନାରେ ଆମେ ୧୦୦ଜଣ ଛାତ୍ରଛାତ୍ରୀ ସାମିଲ ହୋଇଥିଲୁ । ଆମର ମାସେ ଟ୍ରେନିଂ ହୋଇଥିଲା । ଆମେ ଭଲଭାବେ କାମ ଶିଖିଛୁ । ରନିଂରେ ଆମେ ସଫଳ ହୋଇଛୁ । ବର୍ତ୍ତମାନ ଆମର ଆତ୍ମବିଶ୍ବାସ ବୃଦ୍ଧି ପାଉଛି । ଆମେ ପରୀକ୍ଷାରେ ଏବେ ନିଶ୍ଚିତ ସଫଳ ହେବୁ । ଆମେ ଯାହା ଶିଖିଛୁ ତାହା ଆଗାମୀ ଦିନରେ ଗ୍ରାମର ପିଲାମାନଙ୍କୁ ଶିଖେଇବାକୁ ଚେଷ୍ଟା କରିବୁ ।"

ଗଜପତି ଜିଲ୍ଲାରୁ ଅଧିକାଂଶ ପିଲା ଗରିବ ଶ୍ରେଣୀର । ଗୋଟିଏପଟେ ସ୍ଥାନୀୟ ଅଞ୍ଚଳରେ କୌଣସି ସୁବିଧା ସୁଯୋଗ ନଥିବା ବେଳେ ଅନ୍ୟପଟେ ବାହାରକୁ ଯାଇ ପ୍ରସ୍ତୁତି କରିବାରେ ଆର୍ଥିକଅନଟନ ବାଧକ ସାଜିଛି। ଏଭଳି ସ୍ଥିତିରେ ସହଯୋଗର ହାତ ବଢାଇଛି ଜିଲ୍ଲା ପ୍ରଶାସନ । ଯେଉଁଠି ସଠିକ ଢଙ୍ଗରେ ମୌଳିକ ସୁବିଧା ପହଞ୍ଚି ପାରୁନି ସେଠାରେ ତାଲିମ ବ୍ୟବସ୍ଥା କରିଛି ପ୍ରଶାସନ । ଏହା ନିଶ୍ଚିତ ଭାବରେ ପ୍ରଶଂସାଯୋଗ୍ୟ ।

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details