ଓଡିଶା

odisha

ETV Bharat / state

ଆଗକୁ ନିର୍ବାଚନ: ଦଳୀୟ ଟିକେଟକୁ ନେଇ ସସପେନ୍ସ ଜାରି - paralakhemundi

ଦଳୀୟ ଟିକେଟ ପାଇବା ପାଇଁ ଧୈର୍ଯ୍ୟର ସହ ଅପେକ୍ଷା କରି ରହିଥିଲେ ଆଶାୟୀ ପ୍ରାର୍ଥୀ । ମାତ୍ର ଟିକେଟ ନମିଳିବାରୁ ସେମାନେ ସ୍ବାଧିନ ଭାବେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଦେଖାଯାଉ କେବେ ସେମାନଙ୍କୁ ଆନୁଷ୍ଠାନିକ ଭାବେ ମିଳୁଛି ଦଳୀୟ ଟିକେଟ ।

ଡିଜାଇନ ଫଟୋ

By

Published : Mar 22, 2019, 4:08 PM IST

Updated : Mar 22, 2019, 6:52 PM IST

ଗଜପତି: ନିର୍ବାଚନ ବିଗୁଲ ବାଜିବା ପରେ ଏବେ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟ ରାଜନୀତି । କେଉଁ ଆସନରୁ କିଏ ପ୍ରାର୍ଥୀ ହେବ ତାହା ସ୍ଥିର କରି ସାରିଲେଣୀ ବିଭିନ୍ନ ଦଳର ମଙ୍ଗୁଆଳ । କେତେକ ଆସନରେ ଦଳୀୟ ଟିକେଟ ପାଇବା ପରେ ଆଶାୟୀ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ଆରମ୍ଭ କରିଦେଲେଣୀ । କିଛିସ୍ଥାନରେ ଆଶାୟୀ ଥିବା ପ୍ରାର୍ଥୀଙ୍କୁ ଦଳୀୟ ଟିକେଟ ମିଳିନଥିବାରୁ ଏହାକୁ ନେଇ ସସପେନ୍ସ ବଢିଯାଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି


ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତିରେ । ନିର୍ବାଚନ ତାରିଖ ଘୋଷଣା ହୋଇସାରିବା ପରେ ଚଳଚଞ୍ଚଳ ହୋଇଉଠିଛି ଏଠାକାର ରାଜନୀତି । ଏହି ଜିଲ୍ଲାର ମୋଟ ଦୁଇଟି ବିଧାନସଭା ଆସନ ପାଇଁ ଉଭୟ କଂଗ୍ରେସ କିମ୍ବା ବିଜେପି କେହି ଆନୁଷ୍ଠାନିକ ଭାବେ ନିଜର ପ୍ରାର୍ଥୀ ଘୋଷଣା କରିନାହାନ୍ତି । ଏହି ଦଳରୁ ଟିକେଟ ପାଇବାକୁ ଆଶାୟୀ ଥିବା ପ୍ରାର୍ଥୀ ନିଜପଟୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ପ୍ରଥମେ ନଜର ପକାଇବା କଂଗ୍ରେସ ପ୍ରାର୍ଥୀଙ୍କ ଉପରେ । ଜିଲ୍ଲାର ମୋହନା ବିଧାନସଭା ପାଇଁ ଦଳ ଦାଶରଥୀ ଗମାଙ୍ଗଙ୍କ ନାମ ଘୋଷଣା କରାଯାଇଛି । ମାତ୍ର ପାରଳାଖେମୁଣ୍ଡି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ ଦଳ । ଏଠାକାର ବିଧାୟକ ଥିବା କେ.ସୂରିୟା ରାଓ ପୁଣିଥରେ ଦଳୀୟ ଟିକେଟ ପାଇବାକୁ ଆଶା ରଖିଛନ୍ତି । ଅନ୍ୟପଟେ ଏହି ଆସନ ଉପରେ ଦଳର ବରିଷ୍ଠ ନେତା ତଥା ଶିଳ୍ପପତି ତିରୁପତି ପାଣିଗ୍ରାହୀ ଆଖି ପକାଇଛନ୍ତି ।

ଦଳୀୟ ଟିକେଟ ପାଇନଥିଲେ ନଥିଲେ ମଧ୍ୟ ତିରୁପତି ନିଜ ସମର୍ଥକଙ୍କ ସହ ଏକ ବିରାଟ ପଟୁଆରାରେ ଆସି ପ୍ରାର୍ଥୀ ପତ୍ର ଦାଖଲ କରି ଦେଇଛନ୍ତି । ସେ ମୋଟ ଦୁଇ ସେଟ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଗୋଟିଏ ସେଟ ଦଳୀୟ ପ୍ରାର୍ଥୀ ଭାବେ ଏବଂ ଅନ୍ୟଟି ସ୍ବାଧିନ ପ୍ରାର୍ଥୀ ଭାବେ ଦାଖଲ କରିଛନ୍ତି । ତାଙ୍କୁ ଦଳୀୟ ଟିକେଟ ମିଳିବା ସୁନିଶ୍ଚିତ ଏବଂ ଏଥିପାଇଁ ତାଙ୍କୁ ଦଳୀୟ ନେତୃବୃନ୍ଦ ସବୁଜ ସଙ୍କେତ ଦେଇଥିବା ତିରୁପତି ନିଜର ପ୍ରତିକ୍ରିୟାରେ ଜଣାଇଛନ୍ତି ।

ସେପଟେ ସମାନ ଅବସ୍ଥା ଦେଖିବାକୁ ମିଳିଛି ବିଜେପିରେ । ଜିଲ୍ଲାର ଦୁଇଟି ଯାକ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ଦଳ । ଆଶାୟୀ ପ୍ରାର୍ଥୀ ଦଳୀୟ ଟିକେଟ ପାଇନଥିଲେ ମଧ୍ୟ ନିଜ ନିଜର ନାମାଙ୍କନ ପତ୍ର ଦାଖଲ ଦାଖଲ କରିଛନ୍ତି । ତାଙ୍କୁ ଟିକେଟ ମିଳିବା ନେଇ ସେମାନେ ଆଶାବାଦୀ ଥିବାର କହିଛନ୍ତି । ବିଜେପି ମଧ୍ୟ ଏଯାଏଁ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ ।

ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ କେ.ନାରାୟଣ ରାଓ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଯିଏକି ପୂର୍ବରୁ ଏଠାକାର ବିଜେଡି ବିଧାୟକ ଥିଲେ । ନିକଟରେ ବିଜେଡି ଛାଡି ବିଜେପିରେ ମିଶିଥିଲେ । ସେହିପରି ମୋହନା ଆସନରୁ ଏକାଧିକ ଆଶାୟୀ ପ୍ରାର୍ଥୀ ଥିବା ବେଳେ ଭରତ ପାଇକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଯଦି ଦଳ ତାଙ୍କୁ ପ୍ରାର୍ଥୀ ନକରେ ତାହା ହେଲେ ସେ ସ୍ବାଧୀନ କିମ୍ବା ଅନ୍ୟକୌଣସି ଦଳରୁ ଲଢିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି ଭରତ ।

ଅନେକ ଦିନ ଯାଏଁ ଅପେକ୍ଷା କରି ରହିବା ପରେ ମଧ୍ୟ ଆଶାୟୀ ପ୍ରାର୍ଥୀଙ୍କୁ ଆନୁଷ୍ଠାନିକ ଭାବେ ଟିକେଟ ମିଳିନାହିଁ । ଯାହା ଫଳରେ ସେମାନେ ଧୈର୍ଯ୍ୟହରା ହୋଇ ପଡିଛନ୍ତି । ନିର୍ବାଚନ ତାରିଖ ଦିନକୁ ଦିନ ପାଖେଇ ଆସିଲାଣି । ପ୍ରାର୍ଥୀଙ୍କ ହାତରେ କେବଳ 25 ତାରିଖ ଗୋଟିଏ ଦିନ ହିଁ ବାକି ରହିଛି । ଉଭୟ ବିଜେପି ଏବଂ କଂଗ୍ରେସ କେବେ ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର ।


ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ



Last Updated : Mar 22, 2019, 6:52 PM IST

ABOUT THE AUTHOR

...view details