ଓଡିଶା

odisha

ETV Bharat / state

ଆଗାମୀ ନିର୍ବାଚନ ପାଇଁ ଆକ୍ସନ ମୁଡରେ ଗଜପତି ପୋଲିସ, ସୁରକ୍ଷା କଡାକଡି - elction

11 ତାରିଖରେ ଗଜପତି ଜିଲ୍ଲାର ଉଭୟ ମୋହନା ଏବଂ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ କରାଯିବ। ତେଣୁ ଏନେଇ ପ୍ରସ୍ତୁତ ହେଉଛି ପୋଲିସ। ଜିଲ୍ଲାର ସମସ୍ତ ପ୍ରବେଶ ପଥ ବିଶେଷ କରି ଆନ୍ଧ୍ର ସୀମାକୁ ସିଲ୍ କରାଯିବା ସହ ଯାଞ୍ଚକୁ କଡାକଡି କରାଯାଇଛି ବୋଲି ପାରଳାଖେମୁଣ୍ଡି ଏସଡିପିଓ କହିଛନ୍ତି ।

ଫଟୋ ସୌଜନ୍ୟ : ପ୍ରତିନିଧି,ଗଜପତି

By

Published : Apr 9, 2019, 8:38 PM IST

ଗଜପତି: ଚାରିଆଡେ ସମସ୍ତେ ମାତିଛନ୍ତି ନିର୍ବାଚନରେ । ପ୍ରାର୍ଥୀ ଭୋଟରଙ୍କ ମନ ଜିତିବା ପାଇଁ ଚଳାଇଛନ୍ତି ପ୍ରୟାସ । ଆଉ ଆଜି ହେଉଛି ନିର୍ବାଚନ ପ୍ରଚାରର ଶେଷ ଦିନ । ସବୁଠି ପ୍ରାର୍ଥୀ ପ୍ରାଣପଣେ ଭୋଟ ହାସଲ ପାଇଁ କରୁଛନ୍ତି ଶେଷ ପ୍ରୟାସ । ଆଉ ଦୁଇ ଦିନ ପରେ ଗଜପତି ଜିଲ୍ଲାର ଉଭୟ ମୋହନା ଏବଂ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ କରାଯିବ। ତେଣୁ ଏନେଇ ପ୍ରସ୍ତୁତ ହେଉଛି ପୋଲିସ ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ଗଜପତି


ଏହି ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଗଜପତି ଏକ ସୀମାନ୍ତବର୍ତ୍ତୀ ଜିଲ୍ଲା ହୋଇଥିବାରୁ ଉଭୟ ଗଜପତି ପୋଲିସ ଏବଂ ଆନ୍ଧ୍ର ପ୍ରଦେଶ ପୋଲିସ ସମନ୍ବୟ ରକ୍ଷା କରି ଅସାମାଜିକ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ।


ଜିଲ୍ଲାର ସମସ୍ତ ପ୍ରବେଶ ପଥ ବିଶେଷ କରି ଆନ୍ଧ୍ର ସୀମାକୁ ସିଲ୍ କରାଯିବା ସହ ଯାଞ୍ଚକୁ କଡାକଡି କରାଯାଇଛି ବୋଲି ପାରଳାଖେମୁଣ୍ଡି ଏସଡିପିଓ କହିଛନ୍ତି । ଜିଲ୍ଲା ମଧ୍ୟକୁ ବେଆଇନ ଟଙ୍କା, ମଦ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯେଭଳି ପ୍ରବେଶ ନକରେ ଏବଂ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ହେଉଥିବା ପଦକ୍ଷେପ ଯେଭଳି ସଫଳ ନ ହୁଏ, ସେଥିପ୍ରତି ପୋଲିସ ସତର୍କ ଦୃଷ୍ଟି ରଖିଥିବା ସେ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ,ଇଟିଭି ଭାରତ

ABOUT THE AUTHOR

...view details