ଓଡିଶା

odisha

ETV Bharat / state

ଗ୍ରାମ୍ୟ ଉନ୍ନୟନକୁ ନେଇ ଜିଲ୍ଲା ପରିଷଦ 2 ଭାଗ

ଗଜପତି ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନାଁରେ ଅଭିଯୋଗ । ଏହାକୁ ନେଇ ପଦାରେ ପଡିଛି ଜିଲ୍ଲା ପରିଷଦରେ ଥିବା ଅନ୍ତକନ୍ଦଳ ।

By

Published : Jul 14, 2019, 5:26 PM IST

ଫଟୋ ସୌଜନ୍ୟ:ପ୍ରତିନିଧି, ଇଟିଭି ଭାରତ

ଗଜପତି: ସାମ୍ନାକୁ ଆସିଲା ଗଜପତି ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ନେଇ ଜିଲ୍ଲା ପରିଷଦରେ ଥିବା ଅନ୍ତକନ୍ଦଳ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନାମରେ ଦୁର୍ନୀତିଗ୍ରସ୍ତ ଅଭିଯୋଗ ଆଣିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା । ଏହାକୁ ନେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଜିଲ୍ଲା ପରିଷଦ ଉପାଧକ୍ଷଙ୍କ ମଧ୍ୟରେ ଦେଖା ଦେଇଛି ମତଭେଦ ।

ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଜଣେ ଦୁର୍ନିତିଗ୍ରସ୍ତ ଏବଂ ସରକାରୀ ଟଙ୍କାର ଅପବ୍ୟବହାର କରୁଛନ୍ତି । ଏପରି ଅଭିଯୋଗ ଆଣିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନୀତାରାଣୀ ବେହେରା । ତେବେ ନିର୍ଦ୍ଦେଶକଙ୍କ ସପକ୍ଷରେ ସାମ୍ନାକୁ ଆସିଛନ୍ତି ଜିଲ୍ଲା ପରିଷଦ ଉପାଧକ୍ଷଙ୍କ ସମେତ 7ଜଣ ଜିଲ୍ଲା ପରିଷଦ ସଭ୍ୟ । ଅଧ୍ୟକ୍ଷା ଅନୀତାରାଣୀ ଆଣିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ବୋଲି କହିବା ସହ ଏଭଳି ଅଭିଯୋଗ ଆଣିବା ଦୁର୍ଭାଗ୍ୟଜନକ ବୋଲି ଉପାଧକ୍ଷଙ୍କ କହିଛନ୍ତି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଇଟିଭି ଭାରତ

ତେବେ ଉଭୟେ ପୃଥକ ସାମ୍ବାଦିକ ସମ୍ମିଳନୀ ଡାକି ଏଭଳି ପରସ୍ପର ବିରୋଧୀ ମତ ଦେବା ପରେ ଜିଲ୍ଲା ପରିଷଦ ଯେ ଦୁଇ ଭାଗ ତାହା ସ୍ପଷ୍ଟ ହୋଇଛି । ନିଜ ସରକାରୀ କ୍ବାର୍ଟର ମରାମତି ପାଇଁ ନିର୍ଦ୍ଦେଶକ 70 ଲକ୍ଷ ଟଙ୍କା ବ୍ୟୟ କରିଥିବା ଘଟଣାକୁ ନେଇ ଅଧ୍ୟକ୍ଷା ପ୍ରଶ୍ନ ଉଠାଇଥିଲେ । ଏହାସହ ସମ୍ମିଳନୀ କକ୍ଷର ପୁନଃଉଦ୍ଧାର ପାଇଁ 35 ଲକ୍ଷ ଟଙ୍କା ଖର୍ଚ୍ଚ ହେବା ଘଟଣାକୁ ସେ ନିନ୍ଦା କରିଛନ୍ତି । ଏହାର ତଦନ୍ତ ପାଇଁ ସେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିବା ବେଳେ ଭିଜିଲାନ୍ସକୁ ମଧ୍ୟ ଜଣାଇଥିବା କହିଛନ୍ତି ।

ସେପଟେ ଅଧ୍ୟକ୍ଷା ଆଣିଥିବା ଅଭିଯୋଗ ସମ୍ପର୍କରେ ଏଯାଏଁ ନିର୍ଦ୍ଦେଶକ କୌଣସି ପ୍ରତିକ୍ରିୟା ଦେଇନଥିବାବେଳେ ଏହାକୁ ନେଇ ଜିଲ୍ଲା ପରିଷଦ 2 ଭାଗ ହୋଇଛି । ତେବେ ଏହି ବିବାଦ ଆଗକୁ କେଉଁ ରୂପ ନେଉଛି ତାହା ଉପରେ ସମସ୍ତଙ୍କ ନଜର ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details