ଗଜପତି:ଭୟଙ୍କର ରୂପ ନେଲାଣି ଝାଡାବାନ୍ତି ଆତଙ୍କ । ପ୍ରଥମେ ରାୟଗଡା ଜିଲ୍ଲା କାଶୀପୁର ଆଉ ଏବେ ଗଜପତିରେ, ହଇଜା ଭୟ ଦେଖିବାକୁ ମିଳିଛି । ଆଜି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ ଗୋବିନ୍ଦପୁର ଗାଁରେ ଜଣେ ୧୦ ବର୍ଷ ଝିଅର ମୃତ୍ୟୁ ହୋଇଛି ।
ଗଜପତିକୁ ଡେଇଁଲା ହଇଜା, ଜଣଙ୍କ ମୃତ୍ୟୁ
ରାୟଗଡ଼ା କାଶୀପୁର ପରେ ଏବେ ଗଜପତିରେ ଡାଇରିଆ ଆତଙ୍କ । ଯେଉଁଥିରେ କି ଯାଇଛି ଜଣଙ୍କ ଜୀବନ । ଅଧିକ ପଢ଼ନ୍ତୁ
ବ୍ୟାପୁଛି ହଇଜା ନେଉଛି ମୁଣ୍ଡ, ଚିନ୍ତାରେ ସ୍ବାସ୍ଥ୍ୟ ବିଭାଗ
ସେହିପରି ଏହି ଘଟଣାରେ ତିନି ଜଣ ଆକ୍ରାନ୍ତ ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ତେବେ ଏହି ଖବର ପ୍ରଚାର ପରେ ଅଞ୍ଚଳରେ ଏକ ଭୟର ବାତାବରଣ ଖେଳିଯାଇଛି । ଆହତଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇ ଚିକିତ୍ସା ଚାଲୁଥିବା ବେଳେ ଅଞ୍ଚଳର ଦୂଷିତ ପାଣି ଏହାର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି ।
ଇଟିଭି ଭାରତ, ଗଜପତିି