ଓଡିଶା

odisha

ETV Bharat / state

ବିକାଶ ଅପେକ୍ଷାରେ 12ବର୍ଷ: ଆଦର୍ଶ ଗ୍ରାମକୁ ଭୁଲିଗଲେ ସରକାର, ନାହିଁ ନାହିଁରେ ପାହାଡ ଉପରେ କଟୁଛି ଜୀବନ

ଗଞ୍ଜାମ ଓ ଗଜପତି ଜିଲ୍ଲା ସୀମାନ୍ତର ଲଖାରୀ ଜଙ୍ଗଲରେ ରହିଛି ତୁଳସୀନଗର ଗ୍ରାମ (Tulasinagar Village)। ଏହି ଗ୍ରାମରେ 14ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ଆଜି ମଧ୍ୟ ସରକାରୀ ଯୋଜନା ଅପହଞ୍ଚ । ଏପଟେ ଯୋଗାଯୋଗ ପରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ କହିଲେ, 15 ଦିନ ଭିତରେ ଗ୍ରାମକୁ ଯାଇ ସମସ୍ୟାର ସମାଧାନ କରିବି । ଦେଖନ୍ତୁ ଇଟିଭି ଭାରତର ସ୍ବତନ୍ତ୍ର ଉପସ୍ଥାପନା...

ଆଦର୍ଶ ଓ ମଦମୁକ୍ତ ଗ୍ରାମ ତୁଳସୀନଗରରେ ପହଞ୍ଚି ପାରୁନି ବିକାଶ ଗାଡି
ଆଦର୍ଶ ଓ ମଦମୁକ୍ତ ଗ୍ରାମ ତୁଳସୀନଗରରେ ପହଞ୍ଚି ପାରୁନି ବିକାଶ ଗାଡି

By

Published : Oct 31, 2022, 8:57 PM IST

ପାରଳାଖେମୁଣ୍ଡି/ବ୍ରହ୍ମପୁର: ଦଶନ୍ଧି ବିତାଯାଇଥିଲେ ମଧ୍ୟ ପାହାଡ ଚଢିପାରୁନି ସରକାରଙ୍କ ବିକାଶ । ଗାଁକୁ ନା ରାସ୍ତା ଅଛି, ନା ମିଳୁଛି ମୌଳିକ ସୁବିଧା । ପିଇବା ପାଣି ନାହିଁ, ବିଜୁଳି ନାହିଁ । ଫଳରେ ନାହିଁ ନାହିଁରେ ଜୀବନ କାଟୁଛନ୍ତି 14ରୁ ଊର୍ଦ୍ଧ୍ୱ ପରିବାର । ପାହାଡ ଉପରେ ଏବେବି ବିକାଶ ଅପେକ୍ଷାରେଗଞ୍ଜାମ ଓ ଗଜପତି ଜିଲ୍ଲା ସୀମାନ୍ତର ଲଖାରୀ ଜଙ୍ଗଲ ନିକଟସ୍ଥ ତୁଳସୀନଗର ଗ୍ରାମ (Tulasinagar Village) । ଏଠାରେ ଦୀର୍ଘ 12 ବର୍ଷ ହେଲା 14ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି । ୧୨ ବର୍ଷ ତଳେ ପାହାଡ ଘେରା ଛାଡି ନିଜର ସୁବିଧା ପାଇଁ ଆସିଯାଇଥିଲେ ଢେପାଗୁଡା ପଞ୍ଚାୟତର ଏହି ତୁଳସୀପୁର ଗ୍ରାମକୁ । ଇତିମଧ୍ୟରେ ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ଲୋକଙ୍କ ପାଖରେ ସରକାରୀ ସୁବିଧା ଅପହଞ୍ଚ ।

ଆଦର୍ଶ ଓ ମଦମୁକ୍ତ ଗ୍ରାମ ତୁଳସୀନଗରରେ ପହଞ୍ଚି ପାରୁନି ବିକାଶ ଗାଡି

ଏହା ମଧ୍ୟ ପଢନ୍ତୁ: ସୈତାନ ସାଜିଲା ପଡ଼ୋଶୀ, ଗାଜିଆବାଦରେ 5 ବର୍ଷୀୟ ଶିଶୁ ସହ ଦୁଷ୍କର୍ମ

ଗ୍ରାମକୁ ପ୍ରବେଶ କଲେ ପ୍ରତ୍ୟେକ ଘର ଆଗରେ ତୁଳସୀ ଗଛ ସହ ପୂର୍ଣ୍ଣକୁମ୍ଭ ଦେଖିବାକୁ ମିଳିଥାଏ । ପରିଷ୍କାର ପରିଚ୍ଛନ୍ନ ଏହି ଗ୍ରାମର ଆବାଳ ବୃଦ୍ଧବନିତା ନାମ ସଙ୍କୀର୍ତ୍ତନରେ ଦିନ କାଟିଥାନ୍ତି। ଗାଁକୁ କେହି ଅତିଥି ଆସିଲେ ପୋଛୋଟି ଆଣିବା ସହ ବନ୍ଦାପନା କରନ୍ତି ଗ୍ରାମବାସୀ। ଗଜପତି ଜିଲ୍ଲା ମୋହନା ବ୍ଲକର ଢେପାଗୁଡା ପଞ୍ଚାୟତରେ ରହିଥିବା ଏହି ତୁଳସୀନଗର ଗ୍ରାମକୁ ଯିବା ପାଇଁ ରାସ୍ତାଟିଏ ନଥିବା ବେଳେ ପିଇବା ପାଇଁ ବିଶୁଦ୍ଧ ପାଣି ଏବଂ ଆଲୋକ ଠାରୁ ଆରମ୍ଭ କରି ମୌଳିକ ସୁବିଧା ପହଞ୍ଚିପାରିନାହିଁ। କିନ୍ତୁ ଗ୍ରାମବାସୀମାନେ ନିଜସ୍ବ ଉଦ୍ୟମରେ ଜୀବନ ଜୀବିକା ପରିପୋଷଣ କରୁଛନ୍ତି।

ଶବର ଜନଜାତିର ଏହି ଆଦିବାସୀ ପରିବାର ଗତ ୧୨ ବର୍ଷ ପୂର୍ବେ ପାହାଡ ଘେରାରେ ରହୁଥିବା ବେଳେ ନିଜର ସୁବିଧା ପାଇଁ ପହାଡର ଉପରି ଭାଗକୁ ଆସିଯାଇଥିଲେ । ପରେ ଗ୍ରାମ ମଧ୍ୟରେ ସୂଚନା ଫଳକରେ ବିଭିନ୍ନ ବାର୍ତ୍ତା ଲେଖି ସମସ୍ତଙ୍କୁ ସଚେତନତା କରିବା ଠାରୁ ଆରମ୍ଭ କରି ଗ୍ରାମର ପରିମଳ, ରୋଜଗାର ଭଳି ବିଭିନ୍ନ ବିଷୟକୁ ଗୁରୁତ୍ବ ଦେଇଥାନ୍ତି ଗ୍ରାମବାସୀ ।

ଅନ୍ୟପଟେ ଏଠାକାର ପରିବାରର ପ୍ରତେକ ସଦସ୍ୟ ଜଙ୍ଗଲ ନିକଟରେ ମକା, ଜନା, ମାଣ୍ଡିଆ ଚାଷ କରି ସେଥିରୁ ହିଁ ହେଉଥିବା ରେଜଗାରରେ ପରିବାର ପ୍ରତିପୋଷଣ କରିଥାନ୍ତି। ଗ୍ରାମର ମହିଳାମାନେ ପାନୀୟ ଜଳ ପାଇଁ ନଦୀ ଉପରେ ନିର୍ଭର କରିଥାନ୍ତି। ବର୍ଷା ଦିନରେ ଏଠାରେ ଯାତାୟତ ସାଙ୍ଗକୁ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ଅନକେ ହଇରାଣ ହରକତ ହୋଇଥାନ୍ତି। ସରକାରୀ ସହାୟତା ପହଞ୍ଚି ପାରିଲେ ଗ୍ରାମର ଉନ୍ନତି ହୋଇପାରନ୍ତା ବୋଲି କହୁଛନ୍ତି ଗ୍ରାମବାସୀ।

ଏହା ମଧ୍ୟ ପଢନ୍ତୁ: Bharat Jodo Yatra: ସୋମବାର ଠାରୁ ଓଡିଶାରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା

ଏନେଇ ଗ୍ରାମର ଜଣେ ଶିକ୍ଷିତ ଯୁବକ କହିଛନ୍ତି, "ମଦମୁକ୍ତ ଏବଂ ନିଶାନିବାରଣ ପାଇଁ ଗ୍ରାମବାସୀଙ୍କୁ ଉପଦେଶ ଦିଆଯାଉଛି। ଏହି ଶବର ଜନଜାତିମାନେ ମକା, ଜନା, ମାଣ୍ଡିଆ ଚାଷ କରିଥାନ୍ତି। ସଂସ୍କୃତି ଅନୁସାରେ ଗ୍ରାମର ନାମ ତୁଳସୀନଗର ରଖାଯାଇଛି। ତେବେ ପରିତାପର ବିଷୟ ବର୍ତ୍ତମାନ ସୁଦ୍ଧା ସରକାରୀ ସୁବିଧା ପହଞ୍ଚି ପାରିନାହିଁ । ଯଦି ସରକାରୀ ସୁବିଧା ପହଞ୍ଚିପାରିବ ତେବେ ଗ୍ରାମର ଉନ୍ନତି ହୋଇପାରିବ ।"


ତେବେ ଗ୍ରାମରେ ବିଦ୍ୟୁତ ସେବା ପହଞ୍ଚି ନଥିବାରୁ ଗତ କିଛି ବର୍ଷ ତଳେ ପ୍ରଶାସନର ସହଯୋଗରେ ସୋଲାର ପ୍ୟାନେଲ ପ୍ରତେକ ଘର ସମୁଖରେ ସ୍ଥାପନ କରାଯାଇଥିଲା । ହେଲେ ସେଥିରେ ଅଧିକାଶଂ ଅଚଳ ହୋଇ ରହିଥିଲେ ମଧ୍ୟ ତାହାକୁ ପ୍ରଦାନ କରିଥିବା ଏଜେନ୍ସି ଦେଖା ମିଳୁନଥିବା କୁହାଯାଇଛି । ସେପଟେ କେବଳ ଆଧାର ସଂଯୋଗ ଏବଂ ଭୋଟର ପରିଚୟ ପତ୍ର ସମସ୍ତଙ୍କ ନିକଟରେ ରହିଥିଲେ ମଧ୍ୟ ସରକାରୀ ଯୋଜନାରେ ସାମିଲ ହୋଇପାରିନଥିବାରୁ ଅଞ୍ଚଳବାସିନ୍ଦାଙ୍କ ମଧ୍ୟରେ ସାମାନ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଏନେଇ ସ୍ଥାନୀୟ ବିଧାୟକଙ୍କୁ ପଚାରିବାରୁ 15 ଦିନ ଭିତରେ ଗ୍ରାମକୁ ଯାଇ ସମସ୍ୟାର ସମାଧାନ କରିବି ବୋଲି କହିଛନ୍ତି ମୋହନା ବିଧାୟକ ଦାଶରଥି ଗମାଙ୍ଗ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details