ଓଡିଶା

odisha

ETV Bharat / state

ଲ୍ୟାଣ୍ଡଫଲ୍ କଲା ଫନି, ଭୟଭୀତ ବସ୍ତିବାସିନ୍ଦା

ସ୍ଥଳଭାଗ ଛୁଇଁଲା ଭୟଙ୍କର ବାତ୍ୟା ‘ଫନି’ । ଏନେଇ ଗଜପତି ଜିଲ୍ଲାରେ ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।

By

Published : May 3, 2019, 10:38 AM IST

ଫଟୋ ସୈଜନ୍ୟ:ପ୍ରତିନିଧି, ଗଜପତି

ଗଜପତି: ସ୍ଥଳଭାଗ ଛୁଇଁଲା ମହା ଭୟଙ୍କର ବାତ୍ୟା ଫନି । ଏନେଇ ଗଜପତି ଜିଲ୍ଲାରେ ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ତେବେ ବାତ୍ୟା ତିତିଲିକୁ 6 ମାସ ବିତିଥିବାବେଳେ ଏବେ ବାତ୍ୟା ଫନିକୁ ନେଇ ଲୋକଙ୍କ ମଧ୍ୟରେ ଖାସ୍ କରି ବସ୍ତି ବାସିନ୍ଦାଙ୍କ ମନରେ ଅନେକ ଭୟ ସୃଷ୍ଟି ହୋଇଛି ।

ଭିଡିଓ ସୈଜନ୍ୟ:ପ୍ରତିନିଧି, ଗଜପତି

ତେବେ ଗଜପତି ଜିଲ୍ଲାରେ 1 ଟିମ୍ ଏନଡିଆରଫ ଓ ଏକ ଓଡ୍ରାଫ ଟିମ ଆସି ପହଁଞ୍ଚିଛନ୍ତି । ଏଥିସହ ଅଗ୍ନିଶମ ବିଭାଗର 30 ଜଣିଆ ଟିମ ଜିଲ୍ଲାରେ ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୋଇରହିଛନ୍ତି । ଏହାଛଡା ଜିଲ୍ଲାରେ 298ଟି ବାତ୍ୟା ଆଶ୍ରୟସ୍ଥଳୀ ଖୋଲାଯାଇ ଥିବାବେଳେ ଗୁରୁବାର ରାତି ସୁଦ୍ଧା ପ୍ରାୟ 30ହଜାର ଲୋକଙ୍କୁ ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ।

ରିଲିଫ ସାମଗ୍ରୀ ପହଞ୍ଚାଇବା ପାଇଁ ପ୍ରଶାସନ ତରଫରୁ 144ଟି ଗାଡି ପ୍ରସ୍ତୁତ ରଖାଯାଇଛି । ସମ୍ଭାବ୍ୟ ବାତ୍ୟା ଫନି ଉପରେ ଜିଲ୍ଲାର ପ୍ରଶାସନ ତୀକ୍ଷ୍ଣ ନଜର ରଖିଛି। ଜିଲ୍ଲା ପ୍ରଶାସନ ତରଫରୁ ମେଡିକାଲ ଟିମକୁ ସଜାଗ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା 128 ଜଣ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି ।


ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details