ଗଜପତି: ନିର୍ବାଚନ ପୂର୍ବରୁ ରାଜ୍ୟରେ ଖୁବ୍ ଜୋରସୋରରେ ଚାଲିଛି ମାରାଥନ ପ୍ରକଳ୍ପ ଉଦ୍ଘାଟନ। ଏନେଇ ଆଜି ଗଜପତି ଜିଲ୍ଲା ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ପ୍ରାୟ 630 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବା ସହ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ସେ ଜିଲ୍ଲାରେ ହେବାକୁ ଥିବା କାଳିଆ ଚାଷୀ ସମାବେଶରେ ମଧ୍ୟ ଯୋଗ ହେବାର କାର୍ଯ୍ୟକ୍ରମ ରହିଛି।
ସୂଚନା ଅନୁଯାୟୀ ଦିନ 1.30ରେ ମୁଖ୍ୟମନ୍ତ୍ରୀ ହେଲିକ୍ୟାପ୍ଟର ଯୋଗେ ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ। ଏହାପରେ ସେ ସିଧାସଳଖ ସର୍କିଟ ହାଉସ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରିବାର ବ୍ୟବସ୍ଥା ରହିଛି। ସର୍କିଟ ହାଉସରେ କିଛି ସମୟର ବିଶ୍ରାମ ପରେ ଅପରାହ୍ଣ 3ଟା ବେଳେ ପୁଣି ହେଲିକ୍ୟାପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ଗୋଷାଣି ବ୍ଲକ ଗାରାବନ୍ଧକୁ ଯିବାର କାର୍ଯ୍ୟକ୍ରମ ରହିଛି।