ଓଡିଶା

odisha

ETV Bharat / state

ଗଜପତି ଜିଲ୍ଲା ହସ୍ପିଟାଲରୁ ଶିଶୁ ଚୋରି ଅଭିଯୋଗ - ମୁଖ୍ୟ ଚିକିତ୍ସାଳୟରୁ ଶିଶୁ ଚୋରୀ !

ଗଜପତି ଜିଲ୍ଲା ମୁଖ୍ୟ ହସ୍ପିଟାଲରୁ ଶିଶୁ ଚୋରି ହୋଇଥିବା ଅଭିଯୋଗ । ଥାନାରେ ମାମଲା । ଅଧିକ ପଢନ୍ତୁ....

Child theft from Gajapati District General Hospital
ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶିଶୁ ଚୋରୀ ହୋଇଥିବା ଅଭିଯୋଗ

By

Published : Mar 21, 2020, 7:26 PM IST

ଗଜପତି: ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶିଶୁ ଚୋରି ହୋଇଥିବା ଅଭିଯୋଗ ଆସିଛି । ଶିଶୁକୁ ଚୋରି କରିଥିବା ମହିଳା ଜଣଙ୍କ ଫେରାର ରହିଛି । ଏନେଇ ଶିଶୁର ବାପା ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ ପାରଳାଖେମୁଣ୍ଡି ଥାନାରେ ଏତଲା ଦେଇଛନ୍ତି । ଏହାକୁ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ କଡା ସୁରକ୍ଷା ବଳୟ ମଧ୍ୟରୁ କିଭଳି ଶିଶୁ ଚୋରୀ ହେଲା ତାହାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶିଶୁ ଚୋରୀ ହୋଇଥିବା ଅଭିଯୋଗ

ସୂଚନା ଅନୁସାରେ, ମାଣିପରୁର ଗାଁର ମଦନ ବାଣୁଆଙ୍କ ସ୍ତ୍ରୀ କୁରୀ ପାଇକ ପ୍ରସବ ପାଇଁ ଗତ ୧୮ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେହିଦିନ ହିଁ ସେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ । ଶନିବାର ମଧାହ୍ନ ପ୍ରାୟ ସାଢେ ଗୋଟାଏ ବେଳେ ଜଣେ ମହିଳା ତାଙ୍କ ନିକଟରେ ପହଞ୍ଚିଥିଲେ । ତେବେ ସମ୍ପୃକ୍ତ ମହିଳା ଜଣକ ନିଜକୁ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ବୋଲି ପରିଚୟ ଦେବା ସହ ଶିଶୁ ଡାକ୍ତରଙ୍କୁ ଦେଖାଇବା ବାହାନା କରି ନେଇଯାଇଥିଲେ । ଏହାପରେ ଶିଶୁର ସମ୍ପର୍କୀୟମାନେ ଖୋଜିଥିଲେ ମଧ୍ୟ ସମ୍ପୃକ୍ତ ମହିଳାଙ୍କ ପତା ପାଇନଥିଲେ । ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ ପାରଳାଖେମୁଣ୍ଡି ଥାନାରେ ଏକ ଏତଲା ଦେଇଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details