ଓଡିଶା

odisha

ETV Bharat / state

ପୂରଣ ହେଉନି ଦାବି, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲା ମିଳିତ ଅମଲା ମଞ୍ଚ

ଗଜପତିରେ ଅମଲା ମଞ୍ଚର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛନ୍ତି । ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଅମଲା । ଅଧିକ ପଢନ୍ତୁ

ମିଳିତ ଅମଲା ମଞ୍ଚର ବୈଠକ
bureaucrats association meeting

By

Published : Jun 13, 2023, 9:32 AM IST

Updated : Jun 13, 2023, 9:59 AM IST

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ମିଳିତ ଅମଲା ମଞ୍ଚ

ଗଜପତି:ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ଗୁରୁତ୍ୱପୂର୍ଣ୍ଣ ବୈଠକମାନ ସମସ୍ତ ସଦର ମହକୁମାରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକରେ ସମ୍ପୃକ୍ତ ଜିଲ୍ଲାମାନଙ୍କରେ କାର୍ଯ୍ୟରତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅମଲାମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଦାବି ପୂରଣ ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

ଶିକ୍ଷାଗତ ଯୋଗ୍ୟତା ସ୍ନାତକକୁ ଭିତ୍ତିକରି ଜିଲ୍ଲା ସ୍ତରୀୟ ଅମଲାମାନଙ୍କର ମୂଳ ବେତନରେ ଥିବା ଅସଙ୍ଗତିକୁ ଦୂର କରାଯାଇ ଏହାକୁ ୭ମ ବେତନ କମିଶନଙ୍କ ସୁପାରିଶ ଅନୁଯାଇ ଲେବଲ ୯ ଅନୁଯାୟୀ ପ୍ରଦାନ କରିବାକୁ ଦାବି କରି ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା । ୩୦ ଗୋଟି ସାଙ୍ଗଠନିକ ଜିଲ୍ଲାରୁ ସମ୍ପୃକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅମଲାମାନଙ୍କ ଏକମାତ୍ର ଦାବିକୁ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଥିଲା । ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଆଶ୍ୱସନା ନ ପାଇ ବାଧ୍ୟ ହୋଇ ଜିଲ୍ଲା ସ୍ତରୀୟ ଅମଲା ମଞ୍ଚ ମୁଖ୍ୟ ଶାସନ ସଚିବଙ୍କୁ ଏକ ୨୧ ଦିନିଆ ଚରମପତ୍ର ଗତ ମଇ ମାସ ୧ ତାରିଖରେ ପ୍ରଦାନ କରିଥିଲେ । ସେଥିରେ ମେ' ମାସ ୨୧ ତାରିଖ ମଧ୍ୟରେ ଦାବି ପୂରଣ କରାଯିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିଥିଲେ ।

ମେ' ମାସ ୨୨ ତାରିଖଠାରୁ ମେ' ମାସ ୩୧ ତାରିଖ ପର୍ଯ୍ଯନ୍ତ ଜିଲ୍ଲା ସ୍ତରରେ କାର୍ଯ୍ୟରତ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା କଳା ବ୍ୟାଜ୍ ପରିଧାନ ପୂର୍ବକ କାର୍ଯ୍ୟ କରିବେ ଏବଂ ଦିଆଯାଇଥିବା ସମୟ ସୀମା ମଧ୍ୟରେ ଯଦି ସରକାର ଅମଲା ମାନଙ୍କର ଦାବି ପୂରଣ କରନ୍ତି ତେବେ ଜୁନ ମାସ ୧ ତାରିଖଠାରୁ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ସମୂହ ଛୁଟିରେ ଯିବେ ବୋଲି ସରକାରଙ୍କୁ ଚେତାଇଥିଲେ । ଏହାସତ୍ତ୍ବେ ସରକାରଙ୍କ ତରଫରୁ ଅମଲାମାନଙ୍କ ଦାବି ଉପରେ କୌଣସି ପ୍ରକାର ନିଷ୍ପତ୍ତି ନିଆଯାଇନାହିଁ । ଫଳରେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ନିଷ୍ପତ୍ତି ଅନୁଯାୟୀ ଓଡ଼ିଶାରେ କାର୍ଯ୍ୟରତ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ଗତ ଜୁନ୍‌ ୧ ତାରିଖଠାରୁ ସମୁହ ଛୁଟିରେ ଅଛନ୍ତି । ଏହା ମଧ୍ୟରେ ରାଜ୍ଯ ସରକାରଙ୍କ ସହ ଦୁଇ ଦୁଇ ଥର ଆଲୋଚନା ହୋଇ ସାରିଥିଲେ ମଧ୍ୟ କୌଣସି ପ୍ରକାର ନିଷ୍କର୍ଷ ବାହାରି ପାରିନାହିଁ ।

ଏହା ବି ପଢନ୍ତୁ...Balasore Train Tragedy: ଖାଲି ପଦବୀ ପୂରଣ ପାଇଁ ରେଳବାଇର ତତ୍ପରତା, ଫୋକସରେ ସେଫ୍ଟିି ବିଭାଗ

ମିଳିତ ମଞ୍ଚର ପ୍ରତିନିଧିଙ୍କ ସହିତ ଦାବି ସମ୍ପର୍କରେ ଆଲୋଚନା କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପତ୍ର ସଂଖ୍ୟା ୧୬୫୫୩ ତା ୬.୬.୨୦୨୩ ରିଖରେ କର୍ମକର୍ତ୍ତାଙ୍କୁ ଅବଗତ କରାଯାଇଥିଲା । ଏହି ବୈଠକ ଜୁନ୍‌ 7 ତାରିଖରେ ହେବାକୁ ସମୟ ଧାର୍ଯ୍ୟ ହୋଇଥିଲା । ମିଳିତ ଅମଲା ପ୍ରତିନିଧି ବୈଠକରେ ଯୋଗ ଦେଇଥିଲେ । ଅମଲାମାନଙ୍କ ପ୍ରତିନିଧିମାନେ ମୁଖ୍ୟ ଶାସନ ସଚିବଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ଯ ସେମାନେ ବୁଝିବାକୁ ପ୍ରସ୍ତୁତ ନଥିଲେ । ମୁଖ୍ୟ ଶାସନ ସଚିବଙ୍କ ଏତାଦୃଶ୍ୟ ମନୋଭାବ ବିରୁଦ୍ଧରେ ସାରା ଓଡିଶାରେ ଅମଲା ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଆନ୍ଦୋଳନକୁ ଜୋରଦାର କରିଛନ୍ତି । ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଅମଲା ସଂଘ ।

ଇଟିଭି ଭାରତ, ଗଜପତି

Last Updated : Jun 13, 2023, 9:59 AM IST

ABOUT THE AUTHOR

...view details