ଓଡିଶା

odisha

By

Published : Apr 22, 2020, 4:30 PM IST

ETV Bharat / state

ଲକଡାଉନ ପ୍ରଭାବ: ବ୍ୟବସାୟ ବନ୍ଦ ଯୋଗୁଁ ଚିନ୍ତାରେ ବାଉଁଶ କାରିଗର

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର କିଛି ପରିବାର ନିଜର କୌଳିକ ବୃତି ଭାବେ ବାଉଁଶ କାରିଗରୀକୁ ଭରଷା କରି ଜୀବିକା ନିର୍ବାହ କରୁଛନ୍ତି । ହେଲେ ଲକଡାଉନ ପାଇଁ ସେମାନଙ୍କ ଜୀବୀକା ସମ୍ପୂର୍ଣ୍ଣ ଭାବେ ଠପ ହୋଇଯାଇଛି । ଅଧିକ ପଢନ୍ତୁ...

Bambo workers in problem
ବ୍ୟବସାୟ ବନ୍ଦ ଯୋଗୁଁ ଚିନ୍ତାରେ ବାଉଁଶ କାରିଗର

ଗଜପତି: କୋରୋନା ମୁକାବିଲା ପାଇଁ ସରକାର ଲକଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ବାଦଦେଲେ ଅନ୍ୟ ସମସ୍ତ ଦୋକାନ ବଜାର, କୁଟୀର ଶିଳ୍ପ ଆଦି ବନ୍ଦ ରହିଛି। ବର୍ତ୍ତମାନ ଲକଡାଉନରେ ସାମାନ୍ୟ କୋହଳ କରାଯାଇ ମରାମତି ଦୋକାନ, ସିମେଣ୍ଟ ଆଦି କିଛି ଦୋକାନ ଖୋଲିବାକୁ ସରକାର ଅନୁମତି ଦେଇଥିବା ବେଳେ କୁଟୀର ଶିଳ୍ପ କଥା ସଂପୁର୍ଣ୍ଣ ଭୁଲି ଯାଇଛନ୍ତି । ଏହାଦ୍ଵାରା ଅନେକ ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି । ଏଭଳି ଏକ ଗୋଷ୍ଠୀ ହେଉଛନ୍ତି ବାଉଁଶ କାରିଗର ।

ଲକଡାଉନ ପ୍ରଭାବ: ବ୍ୟବସାୟ ବନ୍ଦ ଯୋଗୁଁ ଚିନ୍ତାରେ ବାଉଁଶ କାରିଗର

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର କିଛି ପରିବାର ନିଜର କୌଳିକ ବୃତି ଭାବେ ବାଉଁଶ କାରିଗରୀକୁ ଭରଷା କରି ଜୀବିକା ନିର୍ବାହ କରୁଛନ୍ତି । ଏମାନଙ୍କ ମୁଖ୍ୟ ବ୍ୟବସାୟୀକ କେନ୍ଦ୍ର ହେଉଛି ବିଭିନ୍ନ ସାପ୍ତାହିକ ହାଟ । ଲକଡାଉନ ଯୋଗୁଁ ହାଟଗୁଡିକ ବନ୍ଦ ରହିଥିବା ବେଳେ ଯାତାୟତ ପାଇଁ ମଧ୍ୟ କୌଣସି ସୁବିଧା ନାହିଁ । ତେଣୁ କଞ୍ଚାମାଲ ଆଣିପାରୁନଥିବା ଓ ଜିନିଷ ବିକ୍ରି ପାଇଁ ଯାଇପାରୁନଥିବା ବେଳେ, ଗତ 1ମାସ ହେବ ଏଭଳି ସ୍ଥିତି ଲାଗି ରହିଥିବାରୁ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥିବା କାରିଗର ମାନେ କହିଛନ୍ତି । ତେଣୁ ସେମାନେ ସରକାର ଏଥିପ୍ରତି ଦୃଷ୍ଟି ଦେଇ ସହାୟତା କରିବାକୁ ସେମାନେ ଦାବି କରିଛନ୍ତି ।

ଲକଡାଉନରେ ଜୀବୀକା ସମ୍ପୂର୍ଣ୍ଣ ଭାବେ ଠପ

ଅନ୍ୟପଟେ ଲକଡାଉନ୍ ନିୟମ କୋହଳ ନେଇ ସରକାରଙ୍କ ପକ୍ଷରୁ ଯେଉଁ ନିର୍ଦ୍ଦେଶନାମା ଆସିଥିଲା, ତାହାକୁ କାର୍ଯ୍ୟକାରୀ କରାଯାଇଛି । ବାଉଁଶ କାରୀଗରଙ୍କୁ ସହାୟତା ପାଇଁ କିମ୍ବା ସେମାନଙ୍କ ପାଇଁ ଲକଡାଇନ୍ କୋହଳ କରିବାକୁ ସରକାରଙ୍କ ଠାରୁ କୌଣସି ନିର୍ଦ୍ଦେଶ ଆସିନାହିଁ ।ତେଣୁ ଏଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ । ଯଦି ସେଭଳି କିଛି ନିର୍ଦ୍ଦେଶ ଆସେ ତାହାହେଲେ ନିଶ୍ଚିତ ଭାବେ ସେମାନଙ୍କ କଥା ବୁଝାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ।

ବ୍ୟବସାୟ ବନ୍ଦ ଯୋଗୁଁ ଚିନ୍ତାରେ ବାଉଁଶ କାରିଗର

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details