ଓଡିଶା

odisha

ETV Bharat / state

ପାରଳାଖେମୁଣ୍ଡିର ଲୁଟେରା ଗ୍ୟାଙ୍ଗ ଗିରଫ, 20 ଭରି ସୁନା ଜବତ

ଘରେ କେହି ନଥିବା ବେଳେ ସୁଯୋଗ ନେଇ ଘରୁ ଟଙ୍କା ସୁନା ଚୋରି କରି 4ଜଣ ଗିରଫ । 4ଜଣଙ୍କ ଠାରୁ 20 ହଜାର ଟଙ୍କା, ଅନେକ ସୁନା ଗହଣା ଓ ଏକ ଏଲସିଡି ଟିଭି ଜବତ ।

By

Published : Aug 6, 2020, 8:14 PM IST

4 thief arrested
ଗିରଫ ହେଲେ 4 ଚୋର, ଜବତ ହେଲା 20 ଭରି ସୁନା

ଗଜପତି: ଘରେ କେହି ନଥିବା ବେଳେ ସୁଯୋଗ ନେଇ ଘରୁ ଟଙ୍କା ସୁନା ଚୋରି କରି 4ଜଣ ଗିରଫ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମର କେ.ସୁଦର୍ଶନ ରାଓ ଡାକ୍ତରଖାନା କାମରେ ପରିବାରକୁ ନେଇ ଗତ 27 ଜୁଲାଇରେ ବିଶାଖାପାଟଣା ଯାଇଥିଲେ । ଏହାର ସୁଯୋଗ ନେଇ ଚୋର ମାନେ ତାଙ୍କ ଘରେ ପଶି କବାଟ ଭାଙ୍ଗି ଘରୁ 20 ଭରି ସୁନା, ଗୋଟିଏ ଏଲସିଡି ଟିଭି ଓ ବହୁ ପରିମାଣରେ ଟଙ୍କା ଚୋରି ହୋଇଥବା ଅଭିଯୋଗ କରିଥିଲେ ସୁଦର୍ଶନ ।

ଗିରଫ ହେଲେ 4 ଚୋର, ଜବତ ହେଲା 20 ଭରି ସୁନା

ପାରଳାଖେମୁଣ୍ଡି ପୋଲିସ ଏହାର ତଦନ୍ତ କରି 4 ଜଣ ଚୋରଙ୍କୁ ଗିରଫ କରିବା ସହ ଚୋରି ଜିନିଷକୁ ଜବତ କରିଛି । ଗିରଫ ମାନେ ଗଜପତି ଜିଲ୍ଲାର ହୋଇଥିବା ଜଣାପଡିଛି । 4ଜଣଙ୍କ ଠାରୁ 20 ହଜାର ଟଙ୍କା, ଅନେକ ସୁନା ଗହଣା ଓ ଏକ ଏଲସିଡି ଟିଭି ଜବତ ହୋଇଥିବା ସୂଚନା ଦେଇଛି ପାରଳାଖେମୁଣ୍ଡି ପୋଲିସ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details