ଗଜପତି: କୋରୋନା ମାନଚିତ୍ରରେ ସାମିଲ ହୋଇଛି ଗଜପତି ଜିଲ୍ଲା । ୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ପୁରୁଷ । ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣଙ୍କ ଗସ୍ତ ସୂଚୀ ରହିଥିବା ବେଳେ ଜଣକର କୌଣସି ଗସ୍ତସୂଚୀ ନଥିବା ବୋଲି ପ୍ରଶାସନ ସ୍ପଷ୍ଟ କରିଛି । ଫଳରେ ଗ୍ରୀନ ଜୋନ୍ରୁ ଅରେଞ୍ଜ ଜୋନ୍ରେ ସାମିଲ ହୋଇଛି ଗଜପତି ଜିଲ୍ଲା । ଏହା ଜଣାପଡିବା ପରେ ଗତ କିଛିଦିନ ହେଲା ଆଶ୍ବସ୍ତ ହୋଇ ରହିଥିବା ଜିଲ୍ଲାବାସୀ ଚିନ୍ତିତ ହୋଇପଡିଛନ୍ତି ।
ଗଜପତିରେ କୋରୋନା ପ୍ରବେଶ, 3 ବ୍ଲକକୁ କଣ୍ଟେନମେଣ୍ଟ ଜୋନ ଘୋଷଣା
ଗତ ୨ ମାସ ହେଲା କୋରୋନା ମୁକ୍ତ ଥିବା ଗଜପତି ଜିଲ୍ଲାରେ ଶନିବାର ୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଆର.ସୀତାପୁର ସ୍ଥିତ କୋଭିଡ ୧୯ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଚିକିତ୍ସା ଆରମ୍ଭ ହୋଇଛି । 3ଟି ବ୍ଲକର ତିନୋଟି ଗାଁ କୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।
ସବୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି । ତେଣୁ ଲୋକେ କୌଣସି ପ୍ରକାର ଗୁଜବ ଶୁଣି ଆତଙ୍କିତ ନହେବାକୁ ଜିଲ୍ଲାପାଳ ଅନୁପମ ଶାହା ଅନୁରୋଧ କରିବା ସହ ପ୍ରଶାସନକୁ ସହଯୋଗ କରିବା ପାଇଁ ଆହ୍ବାନ ଜଣାଇଛନ୍ତି । ଗତ ୨ ମାସ ହେଲା କୋରୋନା ମୁକ୍ତ ଥିବା ଗଜପତି ଜିଲ୍ଲାରେ ଶନିବାର ୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଆର.ସୀତାପୁର ସ୍ଥିତ କୋଭିଡ ୧୯ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଚିକିତ୍ସା ଆରମ୍ଭ ହୋଇଛି । ଚିହ୍ନଟ ୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ଗୁମ୍ମା ବ୍ଲକର ହୋଇଥିବା ବେଳେ ଗୋଷାଣି ଏବଂ କାଶୀନଗର ବ୍ଲକର ଜଣେ ଲେଖାଏଁ ରହିଥିବା ପ୍ରଶାସନ ସ୍ପଷ୍ଟ କରିବା ସହ ସେମାନଙ୍କ ଗସ୍ତସୂଚୀ ମଧ୍ୟ ଜାରି କରିଛି ଏବଂ ତିନୋଟି ବ୍ଲକର ତିନୋଟି ଗାଁ କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ । ସେଗୁଡିକ ହେଲା କସୀନଗର ବ୍ଲକର ମଣ୍ଟିଗୁଡ଼ା, ଗୁମାବ୍ଲକ ର ଜଗନ୍ନାଥପୁର, ଗୋଶାଣୀ ବ୍ଲକର ତାଟିପାଟି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ