ଓଡିଶା

odisha

ETV Bharat / state

କୋରୋନା ମ୍ୟାପରେ ସାମିଲ ହେଲା ଉପାନ୍ତ ଗଜପତି ଜିଲ୍ଲା

କୋରୋନା ମାନଚିତ୍ରରେ ସାମିଲ ହୋଇଛି ଉପାନ୍ତ ଗଜପତି ଜିଲ୍ଲା । ଜିଲ୍ଲାରେ ଆଜି 4ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

4-new-corona-positive-found-in-gajapati-distict
କୋରୋନା ମ୍ୟାପରେ ସାମିଲ ହେଲା ଉପାନ୍ତ ଗଜପତି ଜିଲ୍ଲା

By

Published : May 24, 2020, 2:32 PM IST

ଗଜପତି: କୋରୋନା ମାନଚିତ୍ରରେ ସାମିଲ ହୋଇଛି ଉପାନ୍ତ ଗଜପତି ଜିଲ୍ଲା । ଜିଲ୍ଲାରେ ଆଜି 4ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ପୁରୁଷ । ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣଙ୍କର ଗସ୍ତ ସୂଚୀ ରହିଥିବା ବେଳେ ଜଣଙ୍କର କୌଣସି ଗସ୍ତ ସୂଚୀ ନଥିବା ବୋଲି ପ୍ରଶାସନ ସ୍ପଷ୍ଟ କରିଛି । ଏହା ଜଣା ପଡିବା ପରେ ଗତ କିଛି ଦିନ ହେଲା ଆଶ୍ବସ୍ତ ହୋଇ ରହିଥିବା ଜିଲ୍ଲାବାସୀ ଚିନ୍ତିତ ହୋଇ ପଡିଛନ୍ତି ।

କୋରୋନା ମ୍ୟାପରେ ସାମିଲ ହେଲା ଉପାନ୍ତ ଗଜପତି ଜିଲ୍ଲା

ସବୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି । ତେଣୁ ଲୋକେ କୌଣସି ପ୍ରକାର ଗୁଜବ ଶୁଣି ଆତଙ୍କିତ ନହେବାକୁ ଜିଲ୍ଲାପାଳ ଅନୁପମ ଶାହା ଅନୁରୋଧ କରିବା ସହ ପ୍ରଶାସନକୁ ସହଯୋଗ କରିବା ପାଇଁ ଆହ୍ମାନ ଜଣାଇଛନ୍ତି । ଗତ ୨ ମାସ ହେଲା କରୋନାମୁକ୍ତ ଥିବା ଗଜପତି ଜିଲ୍ଲାରେ ଶନିବାର 4ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଆର ସୀତାପୁର ସ୍ଥିତ କୋଭିଡ-19 ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଚିକିତ୍ସା ଆରମ୍ଭ ହୋଇଛି । ଚିହ୍ନଟ 4ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 2ଜଣ ଗୁମା ବ୍ଳକର ହୋଇଥିବା ବେଳେ ଗୋଷାଣି ଏବଂ କାଶୀନଗର ବ୍ଲକର ଜଣେ ଲେଖାଏଁ ରହିଥିବା ପ୍ରଶାସନ ସ୍ପଷ୍ଟ କରିବା ସହ ସେମାନଙ୍କ ଗସ୍ତସୁଚୀ ମଧ୍ୟ ଜାରି କରିଛି । 1ନମ୍ବର ଆକ୍ରାନ୍ତ କାଶୀନଗର ବ୍ଲକ ସିଆଳି ପଞ୍ଚାୟତର ସଂଟି ଗାଁର 50ବର୍ଷିୟ ପୁରୁଷ । ସେ ଆନ୍ଧ୍ର ପ୍ରଦେଶ ନେଲୁରୁଠାରୁ ଗତ ମାର୍ଚ୍ଚ 16ତାରିଖ ଦିନ ନିଜ ଗାଁକୁ ଫେରିଥିଲେ । ସେହିଦିନ ଠାରୁ ମାର୍ଚ୍ଚ 30ତାରିଖ ଯାଏଁ 14ଦିନ ଧରି ଘରେ ସଙ୍ଗରୋଧରେ ରହିଥିଲେ । ତେବେ ଘରକୁ ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା ଯାଞ୍ଚ ବେଳେ ସଂପୃକ୍ତ ବ୍ୟକ୍ତି ନିଶ୍ବାସ ନେବାରେ ଅସୁବିଧା ଭୋଗ କରୁଥିବାରୁ ତାଙ୍କ ସ୍ବାବ ପରୀକ୍ଷା ପାଇଁ ପଠାଯାଇଥିଲା ।

ସେହିପରି ଦ୍ବିତୀୟ ଆକ୍ରାନ୍ତ ହେଉଛନ୍ତି ଗୋଷାଣି ବ୍ଲକ ତାଟିପେଟି ଗାଁର 36 ବର୍ଷିୟ ଯୁବକ ବୋଲି ଜଣାପଡିଛି । ସେ ଜଣେ କାର ଡ୍ରାଇଭର ହୋଇଥିବା ବେଳେ ଗତ ଏପ୍ରିଲ 30ତାରିଖ ଦିନ ଆନ୍ଧ୍ରପ୍ରଦେଶର ଗୋପିଲିରୁ ଆସିଥିଲେ । ଗାଁ ଲୋକଙ୍କ ବିରୋଧ ଯୋଗୁଁ ତାଙ୍କୁ ଗାରାବନ୍ଧ ସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା । ତାଙ୍କ ସ୍ବାବ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଆଜି ପଜିଟିଭ ଥିବା ଜଣାପଡିଛି । ସେ ଜଣେ ଜଣେ ହୃଦରୋଗୀ ବୋଲି ମଧ୍ୟ ଜଣାପଡ଼ିଛି ।

ସେହିପରି 3ୟ ଆକ୍ରାନ୍ତ ହେଲେ ଗୁମା ବ୍ଳକ କୁଜାସିଂ ପଞ୍ଚାୟତର ଜଗନ୍ନାଥପୁର ଗାଁର 45 ବର୍ଷିୟ ପୁରୁଷ । ସେ ଜ୍ବରରେ ପଡିତ ହୋଇ ଗତ 5ତାରିଖ ଦିନ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ । ତେବେ ସନ୍ଦେହ ହେବାରୁ ତାଙ୍କୁ ତୁରନ୍ତ ଜିଲ୍ଲା ଚିକିତ୍ସାଳୟ ପରିସରରେ ଥିବା କୋଭିଡ ଏକାନ୍ତ ଗୃହରେ ରଖାଯାଇଥିଲା । ତାଙ୍କ ସ୍ବାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ କେରୋନା ପଜିଟିଭ ଆସିଛି । ସେହିପରି 4ର୍ଥ ଆକ୍ରାନ୍ତ ମଧ୍ୟ ଗୁମା ବ୍ଳକ ବାଇଝାଲ ପଞ୍ଚାଯତ ବନମଣ୍ଡା ଗାଁର 35 ବର୍ଷିୟ ଯୁବକ । ସେ ମମ୍ବାଇରେ ଶ୍ରମିକ ଭାବେ କାମ କରିଥିବା ବେଳେ ଗତ 11ତାରିଖ ଦିନ ଟ୍ରେନ ଯୋଗେ ଆସିଥିଲେ । ତେବେ ପ୍ରଶାସନ ତାଙ୍କୁ କେସିପୁର ସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା । ତାଙ୍କ ସ୍ବାବ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଆଜି ତାହାର ରିପୋର୍ଟ ପଜିଟିଭ ଆସିଛି । ଏହି 4ଜଣଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେମାନଙ୍କ ସହ ପ୍ରାଥମିକ ସଂଷ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ମଧ୍ୟ କୋଭିଡ୍ ଏକାନ୍ତ ଗୃହକୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି ।

ଆକ୍ରାନ୍ତଙ୍କୁ ୪ ଜଣଙ୍କ ମଧ୍ୟରୁ ଜଣେ ମୁମ୍ବାଇରୁ ଆସି ସିଧା ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ଅନ୍ୟ 3ଜଣ ଗାଁକୁ ଯାଇ ପରିବାର ସଦସ୍ୟଙ୍କ ସଂସ୍ପର୍ଶରେ ଆସିଛନ୍ତି । ତେଣୁ 3ଟି ଅଞ୍ଚଳକୁ ପ୍ରଶାସନ କଣ୍ଟେନମେଟ ଜୋନ୍ ଘୋଷଣା କରିବା ସହ ଏହାର ସଂଲଗ୍ନ ଅଞ୍ଚଳକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି । ତାଟିପେଟିକୁ କଣ୍ଟେନମେଟ ଜୋନ ଘୋଷଣା କରାଯାଇଥିବା ବେଳେ ଏହାର ସଂଲଗ୍ନ ଗୁଲାଗାଁ, ଭୂଷୁକୁଡି, ଗୁରାଣ୍ଡି ଆଦିକୁ ବୋଫର ଜୋନ୍ ଭାବେ ଘୋଷଣା କରାଯାଇଛି । ସେହିପରି କାଶୀନଗର ବ୍ଲକ ସିଆଳି ପଞ୍ଚାୟତର ଫିଟିଗୁଡା ଗାଁକୁ କଣ୍ଟେନମେଟ ଜୋନ ଘୋଷଣା କରାଯାଇଥିବା ବେଳେ ଏହାର ସଂଲଗ୍ନ କେ.ହରିପୁର, ଜୟଗୁଡା ଆଦିକୁ ବୋଫର ଜୋନ୍ ଭାବେ ଘୋଷଣା କରାଯାଇଛି । ଗୁମା ବ୍ଲକ କୁଜାସିଂ ଫଞ୍ଚାୟତର ଜଗନ୍ନାଥପୁରକୁ କଣ୍ଟେନମେଟ ଜୋନ ଘୋଷଣା କରଯାଇଥିବା ବେଳେ ଏହାର ସଂଲଗ୍ନ ସୀତାପୁର ଏବଂ କୁଜାସିଂକୁ ବୋଫର ଜୋନ୍ ଘୋଷଣା କରାଯାଇଛି ।

ତେବେ ୪ର୍ଥ ଆକ୍ରାନ୍ତ ଗୁମା ବ୍ଲକ ବାଇଝାଲ ପଞ୍ଚାୟତର ବନମୁଣ୍ଡା ଗାଁର ହୋଇଥିଲେ ମଧ୍ୟ ସେ ମୁମ୍ବାଇରୁ ଆସି ସିଧା ଆନୁଷ୍ଠାନିକ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ତେଣୁ ଏହି ଅଞ୍ଚଳକୁ ଘୋଷଣା କରାଯାଇନାହିଁ । ଏହି ସବୁ ଅଞ୍ଚଳକୁ ଏସପି ନିଜେ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେପଟେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋବା ନେଇ ସାଧାରଣ ଲୋକେ ଚିନ୍ତିତ ହୋଇପଡିଛନ୍ତି ।କୋଣ୍ଟେନମେଣ୍ଟ ଘୋଷିତ ହୋଇଥିବା ଅଞ୍ଚଳକୁ ସିଲ କରାଯିବା ସହ ସମସ୍ତ ଯାତାୟତ ଉପରେ କଟକଣା ଜାରି କରାଯାଇଥିବା ବେଳେ ଆସନ୍ତା 48ଘଣ୍ଟା ଯାଏଁ ଏହି ଅଞ୍ଚଳକୁ କୌଣସି ଯାତାୟତ ସମ୍ଭବ ନୁହେଁ । କେବଳ ଲୋକଙ୍କ ଆବଶ୍ୟକତା ଅନୁସାରେ ଔଷଧ ପ୍ରଦାନ କରାଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି ।

ଗଜପତିରୁ ହରିହର ପଟନାୟକ, ଇଟିଭି ଭାରତ

ABOUT THE AUTHOR

...view details