ଓଡିଶା

odisha

ETV Bharat / state

20 ଲକ୍ଷ ଟଙ୍କାର ଗୁଟକା ଜବତ, 2 ଗିରଫ

ବେଆଇନ ଗୁଟକା କାରାବାର ଅଞ୍ଚଳରେ ପାରଳାଖେମୁଣ୍ଡି ପୋଲିସର ଅତର୍କିତ ଚଢାଉ । ଏହି ଚଢାଉରେ 20 ଲକ୍ଷ ଟଙ୍କାର ଗୁଟକା ଜବତ କରିଛି ପୋଲିସ । ଏଥିସହ 2 ଜଣଙ୍କୁ ଗିରଫ କରାଯାଇଛି ।

By

Published : Mar 22, 2019, 2:59 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ବଡ ସଫଳତା । ଏଥିସହ ବେଆଇନ ଗୁଟକା ବେପାରୀଙ୍କୁ ଜୋରଦାର ଝଟକା ଲାଗିଛି । ସୂଚନାନୁସାରେ ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଗୁରୁବାର ପୋଲିସ ପକ୍ଷରୁ ଅତର୍କିତ ଚଢାଉ କରାଯାଇଛି । ଚଢାଉ ବେଳେ ବିପୁଳ ପରିମାଣର ଗୁଟକା ଜବତ କରିଛି ପୋଲିସ ।

ଏହାସହିତ କାରବାରରେ ସମ୍ପୃକ୍ତ ଥିବା 2 ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ରାଣୀପେଣ୍ଠର ରାମବାବୁ ରେଡ୍ଡି ଏବଂ ପାରଳାଖେମୁଣ୍ଡି କୁମୁଟି ସାହିର କୋରଡା ତାରକେଶ୍ବର । ତେବେ ଜବତ ଗୁଟକାର ମୂଲ୍ୟ ଆନୁମାନିକ ମୂଲ୍ୟ ପ୍ରାୟ 20 ଲକ୍ଷ ଟଙ୍କା ହେବ । ଏସମ୍ପର୍କରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସାରା ଶର୍ମା ସୂଚନା ଦେଇଛନ୍ତି ।

ପାରଳାଖେମୁଣ୍ଡି ଅଞ୍ଚଳରେ ଏହି 2 ବ୍ୟକ୍ତି ବେଆଇନ ଗୁଟକା କାରବାର ଚଳାଉଥିବା ଖବର ପୋଲିସକୁ ମିଳିଥିଲା । ସୂଚନା ପାଇବା ପରେ ପୋଲିସ ଏହି ସ୍ଥାନ ଗୁଡିକରେ ଚଢାଉ କରିଥିବା ଏସପି କହିଛନ୍ତି । ଉକ୍ତ କାରବାରରେ ଅନ୍ୟ କେହି ସାମିଲ ଅଛନ୍ତି କି ନାହିଁ ସେ ସମ୍ପର୍କରେ ଜାଣିବାକୁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ଏସପି ଶର୍ମା ସୂଚନା ଦେଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details