ଓଡିଶା

odisha

ଗଜପତିରେ ଅମ୍ଳଜାନ ବ୍ୟବସ୍ଥା ଥିବା 17 ଆମ୍ବୁଲାନ୍ସର ଶୁଭାରମ୍ଭ

ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଅମ୍ଳଜାନ ବ୍ୟବସ୍ଥା ଥିବା 17ଟି ଆମ୍ବୁଲାନ୍ସର ଶୁଭାରମ୍ଭ ହୋଇଛି । ଜିଲ୍ଲାର ବିଭିନ୍ନ କୋଭିଡ କେୟାର ସେଣ୍ଟର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିୟୋଜିତ ହେବ ଏହି ଆମ୍ବୁଲାନ୍ସ । ଅଧିକ ପଢ଼ନ୍ତୁ...

By

Published : Jul 28, 2020, 11:26 AM IST

Published : Jul 28, 2020, 11:26 AM IST

ETV Bharat / state

ଗଜପତିରେ ଅମ୍ଳଜାନ ବ୍ୟବସ୍ଥା ଥିବା 17 ଆମ୍ବୁଲାନ୍ସର ଶୁଭାରମ୍ଭ

17 new ambulance with oxygen facilities, Ambulance with oxygen facilities started in gajapati, ଅମ୍ଳଜାନ ବ୍ୟବସ୍ଥା ଥିବା 17 ଆମ୍ବୁଲାନ୍ସର ଶୁଭାରମ୍ଭ, ଗଜପତି ଖବର
ଗଜପତିରେ ଅମ୍ଳଜାନ ବ୍ୟବସ୍ଥା ଥିବା 17 ଆମ୍ବୁଲାନ୍ସର ଶୁଭାରମ୍ଭ

ଗଜପତି: ଦିନକୁ ଦିନ ରାଜ୍ୟର ସମସ୍ତ ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି । ଯାହାକୁ ଦୃଷ୍ଟିରେ ସମସ୍ତ ଜିଲ୍ଲା ପ୍ରଶାସନ ନେଉଛନ୍ତି ଜରୁରୀ ପଦକ୍ଷେପ । ଏହି କ୍ରମରେ କୋରୋନା ସଂକ୍ରମିତଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଅମ୍ଳଜାନ ବ୍ୟବସ୍ଥା ଥିବା 17ଟି ଆମ୍ବୁଲାନ୍ସର ଶୁଭାରମ୍ଭ ହୋଇଛି । ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, କୋଭିଡ ହସ୍ପିଟାଲ ଏବଂ କୋଭିଡ କେୟାର ସେଣ୍ଟରରେ ନିୟୋଜିତ ହେବ ଏହି ଆମ୍ବୁଲାନ୍ସ ।

ଗଜପତିରେ ଅମ୍ଳଜାନ ବ୍ୟବସ୍ଥା ଥିବା 17 ଆମ୍ବୁଲାନ୍ସର ଶୁଭାରମ୍ଭ

ବର୍ତ୍ତମାନ କୋଭିଡ ହସ୍ପିଟାଲରେ 3ଟି ଆମ୍ବୁଲାନ୍ସ ରଖିବାକୁ ନିଷ୍ପତ୍ତି ହୋଇଥିବା ବେଳେ ପାରଳାଖେମୁଣ୍ଡି କୋଭିଡ କେୟାର ସେଣ୍ଟରେ 2ଟି, ମୋହନା କୋଭିଡ କେୟାର ସେଣ୍ଟରେ 2ଟି, ମୋହନା, ଚନ୍ଦ୍ରଗିରି, ରା.ଉଦୟଗିରି, ରାୟଗଡ଼, ଖଜୁରୀପଦା, ଗୁରାଣ୍ଡି, କାଶୀନଗର ଏବଂ ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗୋଟିଏ ଲେଖାଏଁ ଆମ୍ବୁଲାନ୍ସ ରହିବ । ଏହାସହ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 2ଟି ଆମ୍ବୁଲାନ୍ସ ନିୟୋଜିତ କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details