ଓଡିଶା

odisha

ETV Bharat / state

Block chairman Election: ଢେଙ୍କାନାଳରେ ୮ରୁ ୭ଟି ବ୍ଲକ ହାତେଇଲେ ମହିଳା

ଢେଙ୍କାନାଳ ଜିଲ୍ଲାରେ ୫ଟି ବ୍ଲକରେ ଅପ୍ରତିଦ୍ବନ୍ଦୀ ଅଧ୍ୟକ୍ଷା ଭାବେ ମହିଳାଙ୍କ ବାଜିମାତ । ୮ଟି ବ୍ଲକରୁ କାମାକ୍ଷାନଗର ବ୍ୟତୀତ ଅନ୍ୟ ସମସ୍ତ ବ୍ଲକରେ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ ମହିଳା। ଅଧିକ ପଢନ୍ତୁ

Block chairman election: ଢେଙ୍କାନାଳରେ ୮ରୁ ୭ଟି ବ୍ଲକ ହାତେଇଲେ ମହିଳା
Block chairman election: ଢେଙ୍କାନାଳରେ ୮ରୁ ୭ଟି ବ୍ଲକ ହାତେଇଲେ ମହିଳା

By

Published : Mar 12, 2022, 9:42 PM IST

ଢେଙ୍କାନାଳ: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ଥିଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ । ତେବେ ଢେଙ୍କାନାଳ ଜିଲ୍ଲାରେ ମୋଟ ୮ଟି ପଞ୍ଚାୟତ ସମିତିରୁ କେବଳ କାମାକ୍ଷାନଗରକୁ ଛାଡିଦେଲେ ଅନ୍ୟ ସମସ୍ତ ୭ଟି ପଞ୍ଚାୟତ ସମିତିରେ ମହିଳାମାନେ ଅଧ୍ୟକ୍ଷା ଭାବେ ନିର୍ବାଚଟିତ ହୋଇ ବାଜିମାତ କରିଛନ୍ତି । ଏପରିକି ମୋଟ ୮ଟିରୁ ୫ଟି ପଞ୍ଚାୟତ ସମିତିରେ ବିଜେଡି ସମର୍ଥନରେ ମହିଳା ସମିତି ସଭ୍ୟା ଅପ୍ରତିଦ୍ବନ୍ଦୀ ଭାବେ ଅଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି ।

ପଞ୍ଚାୟତ ସମିତିରେ ଅଧ୍ୟକ୍ଷା ନିର୍ବାଚନ: ଢେଙ୍କାନାଳରେ ୮ରୁ ୭ଟି ବ୍ଲକ ହାତେଇଲେ ମହିଳା

ସେଥିମଧ୍ୟରେ ଢେଙ୍କାନାଳ ସଦରରେ ରାଜଶ୍ରୀ ନାୟକ, ଓଡାପଡାରେ ସସ୍ମିତା ମହାନ୍ତି, ହିନ୍ଦୋଳରେ ସସ୍ମିତାରଣୀ ନାଏକ, ଗଁନ୍ଦିଆରେ ରିନାରାଣୀ ଖଟୁଆ ଓ ଭୁବନରେ ସିପ୍ରା ବରାଳ ବିଜେଡି ସମର୍ଥନରେ ଅପ୍ରତିଦ୍ବନ୍ଦୀ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି ।ଅପରପକ୍ଷରେ କାମାକ୍ଷାନଗର ପଞ୍ଚାୟତ ସମିତିରେ ବିଜେଡି ସମର୍ଥନରେ ପ୍ରେମାନନ୍ଦ ସାହୁ ୧୭/୪ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

କଙ୍କଡାହାଡ଼ରେ ଚାରୂଲତା ମିଶ୍ର ବିଜେଡି ସମର୍ଥନରେ ୧୨/୮ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ତେବେ ଜିଲ୍ଲାରେ କେବଳ ପରଜଙ୍ଗ ପଞ୍ଚାୟତ ସମିତିରେ ବିଜେପି ସମର୍ଥିତ ଶର୍ମିଷ୍ଠା ଦଳବେହରା ୧୮/୧୧ ଭୋଟ ବ୍ୟବଧାନରେ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବା ସୂଚନା ରହିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details