ଓଡିଶା

odisha

ETV Bharat / state

ଢେଙ୍କାନାଳରୁ କୋରୋନା ପଜିଟିଭ ଚିହ୍ନଟ, ରହିଛି ନିଜାମୁଦ୍ଦିନ ଜମାତି ଲିଙ୍କ

ଢେଙ୍କାନାଳ ଜିଲ୍ଲାରୁ ପ୍ରଥମ କୋରୋନା ପଜେଟିଭ ଚିହ୍ନଟ । 51ବର୍ଷୀୟ ମହିଳା ବୋଲି ଜଣାପଡିଛି। କୋରୋନା ପଜେଟିଭଙ୍କୁ ଅଶ୍ବିନୀ ହସପିଟାଲ ସ୍ବତନ୍ତ୍ର କୋଭିଡ ହସପିଟାଲକୁ ପଠାଯିବା ପାଇିଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ଅଧିକ ପଢନ୍ତୁ...

woman-from-dhenkanal-identified-covid19-positive
ଢେଙ୍କାନାଳରୁ କୋରନା ପୋଜେଟିଭ ଚିହ୍ନଟ, ନିଜାମୁଦ୍ଦିନ ଜମାତି ଲିଙ୍କ

By

Published : Apr 9, 2020, 3:44 PM IST

ଢେଙ୍କାନାଳ: ଜିଲ୍ଲାରୁ ପ୍ରଥମ କୋରୋନା ପଜେଟିଭ ଚିହ୍ନଟ । 51ବର୍ଷୀୟ ମହିଳା ବୋଲି ଜଣାପଡିଛି । ସେ ନିଜାମୁଦ୍ଦିନ ଜମାତିଙ୍କ ସିଧା ସଳଖ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । କୋରୋନା ପଜେଟିଭଙ୍କୁ ଅଶ୍ବିନୀ ହସପିଟାଲ ସ୍ବତନ୍ତ୍ର କୋରନା ଆଇସୋଲେସନକୁ ପଠାଯିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି ।

ଢେଙ୍କାନାଳରୁ କୋରନା ପୋଜେଟିଭ ଚିହ୍ନଟ, ନିଜାମୁଦ୍ଦିନ ଜମାତି ଲିଙ୍କ

ଢେଙ୍କାନଳ ଜିଲ୍ଲାପାଳଙ୍କ ସୂଚନା ମୁତାବକ ଦିଲ୍ଲୀ ନିଜମୁଦ୍ଦିନରୁ ୧୦ଜଣ ଜମାତି ଗତ ମାସରେ ଢେଙ୍କାନାଳ ଆସି ମୀନା ବଜ଼ାର ଅଞ୍ଚଳରେ ଏକ ସପ୍ତାହ ରହି ଯାଇଥିଲେ । ଏ ସମ୍ପର୍କରେ ସୂଚନା ପାଇ ଚଳିତ ମାସ ୩ତାରିଖରୁ ଢେଙ୍କାନଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମାତି ଆସି ରହିଥିବା ୩ଟି ପରିବାରର ୫ଜଣ ଶିଶୁ ସମେତ ୧୫ଜଣଙ୍କୁ ସ୍ବତନ୍ତ୍ର କ୍ବାରେଣ୍ଟାଇନରେ ରଖାଯାଇଥିଲା । ତେବେ ସେହି ୧୫ଜଣଙ୍କର ସ୍ବାବ ଟେଷ୍ଟ ପାଇଁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଏହି ୫୧ବର୍ଷୀୟା ମହିଳାଙ୍କର ପଜେଟିଭ ଚିହ୍ନଟ ହୋଇଛି ।

ଏପଟେ ଅନ୍ୟ ୧୪ଜଣଙ୍କୁ କ୍ବାରେଣ୍ଟାଇନରେ ରଖାଯିବା ସହ ପୁଣି ସେମାନଙ୍କର ସ୍ବାବ ଟେଷ୍ଟ ପାଇଁ ପଠାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଅପରପକ୍ଷରେ ଉକ୍ତ ମୀନାବଜାର ଅଞ୍ଚଳକୁ ସାନିଟାଇଜ କରାଯିବ ବୋଲି ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details