ଓଡିଶା

odisha

By

Published : Jun 1, 2022, 10:26 PM IST

ETV Bharat / state

ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ

ଢେଙ୍କାନାଳ ନେଉଳପୋଇ ଗ୍ରାମରେ ଘର ପଛ ପଟେ ବୃଦ୍ଧାଙ୍କୁ ଟେକି କଚାଡି ମାରିଲା ହାତୀ । ଅଧିକ ପଢ଼ନ୍ତୁ

ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ
ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ

ଢେଙ୍କାନାଳ : ଢେଙ୍କାନାଳ ସଦର ବନାଞ୍ଚଳର ନେଉଳ ପୋଇ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ନେଉଳ ପୋଇ ଗ୍ରାମର ବନିତା ସାମଲ ବୋଲି ଜଣାପଡିଛି । ବନିତା ଆଜି ଭୋର ସମୟରେ ଘର ପଛ ପଟକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା । ହାତୀ ତାଙ୍କୁ ଟେକି କଚାଡି ଦେବାରୁ ସେ ଗୁରୁତର ହୋଇଥିଲେ ।

ଏହାପରେ ପରିବାର ପକ୍ଷରୁ ତାଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଖବରପାଇ ଘଟଣାସ୍ଥଳରେ ସଦର ବନକର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details