ଓଡିଶା

odisha

ETV Bharat / state

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ, ଆବାସ ଘର ବିଲ ପାଇଁ ନେଉଥିଲେ ଲାଞ୍ଚ - ଆବାସ ଘର

ଆବାସ ଘର ବିଲ କରିଦେବା ପାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସି ଯନ୍ତ୍ରୀ ରଶ୍ମି ରଞ୍ଜନ ବେହେରା । ଅଧିକ ପଢନ୍ତୁ...

ଭିଜିଲାନ୍ସ ଜାଲରେ ହିନ୍ଦୋଳ NAC ଯନ୍ତ୍ରୀ ରଶ୍ମି ରଞ୍ଜନ ବେହେରା
ଭିଜିଲାନ୍ସ ଜାଲରେ ହିନ୍ଦୋଳ NAC ଯନ୍ତ୍ରୀ ରଶ୍ମି ରଞ୍ଜନ ବେହେରା

By

Published : Oct 30, 2021, 3:34 PM IST

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଇଞ୍ଜିନିୟର ବାବୁ । ଆବାସ ଘର ବିଲ କରିଦେବା କହି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଢେଙ୍କାନାଳ ହିନ୍ଦୋଳ ଏନଏସି ଯନ୍ତ୍ରୀ ରଶ୍ମି ରଞ୍ଜନ ବେହେରା । ଇଞ୍ଜିନିୟର ବାବୁ ଜଣଙ୍କ ଆବାସ ଘର ବିଲ କରିଦେବାପାଇଁ ହିନ୍ଦୋଳ ବିଜ୍ଞାପିତ ପରିଷଦ ଅନ୍ତର୍ଗତ ୱାର୍ଡ ନଂ.୬ ସରଧାପୁରର ଶାନ୍ତି ଲତା ବେହେରାଙ୍କ ଠୁ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ଭିଜିଲାନ୍ସ ଜାଲରେ ହିନ୍ଦୋଳ NAC ଯନ୍ତ୍ରୀ ରଶ୍ମି ରଞ୍ଜନ ବେହେରା

ତେବେ ଶାନ୍ତି ଲତାଙ୍କ ପୁଅ ମାନସ ବେହେରାଙ୍କ ଠାରୁ ପ୍ରଥମେ ୧୫ଶହ ଟଙ୍କା ନେଇଥିଲେ ମଧ୍ୟ ଆହୁରି ୧୫ଶହ ଟଙ୍କା ଦେଲେ ଯନ୍ତ୍ରୀ ରଶ୍ମି ରଞ୍ଜନ ବେହେରା ଫାଇନାଲ ବିଲ କରିବେ ବୋଲି ଦାବି କରିଥିଲେ । ଏନେଇ ମାନସ ବେହେରା ଅନୁଗୁଳ ଭିଜିଲାନ୍ସ ରେ ଅଭିଯୋଗ କରିଥିବା ବେଳେ ଆଜି ମାନସଙ୍କ ଠାରୁ ୧୫ଶହ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ ଚଢାଉ କରି ଯନ୍ତ୍ରୀ ରଶ୍ମିରଞ୍ଜନ ବେହେରାଙ୍କୁ ତାଙ୍କ କାର୍ଯ୍ୟାଳୟରୁ ଗିରଫ କରି ତଦନ୍ତ ଜାରି ରଖିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details