ଢେଙ୍କାନାଳ: ଠିକା ସଂସ୍ଥାର ବେପରୁଆ ମନୋଭାବରୁ ନିର୍ମାଣଧୀନ ବ୍ରାହ୍ମଣୀ ବ୍ରିଜରେ ଘଟିଛି ଅଘଟଣ । ଢେଙ୍କାନାଳ ଜିଲ୍ଲା ଜୋରନ୍ଦା କାଲୁରିଆ ଠାରୁ ବ୍ରାହ୍ମଣୀ ନଦୀରେ ଭୁବନ ଗୋରଡ଼ିଆକୁ ସଂଯୋଗ କରୁଥିବା ନିର୍ମାଣ ଧୀନ ବ୍ରିଜରେ ଏହି ଅଘଟଣ ଘଟିଛି । ଏପରିକି ଠିକା ସଂସ୍ଥାର ବେପରୁଆ ମାନଭାବରୁ ରବିବାର ଏକ ବଡ଼ ଲୁହା ବିମରେ ଚାପି ହୋଇ ଜଣେ ଅଣ ଓଡିଆ ଶ୍ରମିକର ମୃତ୍ୟୁ ଘଟିଛି । ମୃତ ଶ୍ରମିକ ଜଣଙ୍କ ପାରସ ଯାଦବ ଓ ତାଙ୍କ ଘର ବିହାରରେ ବୋଲି ଜଣାପଡିଛି ।
ଅସୁରକ୍ଷିତ ଶ୍ରମିକ, ଲୁହା ବିମରେ ଚାପି ହୋଇ କାର୍ଯ୍ୟରତ ଶ୍ରମିକ ମୃତ - ଢେଙ୍କାନାଳରେ ଶ୍ରମିକ ମୃତ୍ୟୁ
ଢେଙ୍କାନାଳ ଜିଲ୍ଲାର ନିର୍ମାଣଧୀନ କାଲୁରିଆ-ଗୋରଡ଼ିଆ ବ୍ରାହ୍ମଣୀ ବ୍ରିଜରେ ଅଘଟଣ । ଲୁହା ବିମ ପଡିଯିବାରୁ ଚାପି ହୋଇ ଚାଲିଗଲା କାର୍ଯ୍ୟରତ ଶ୍ରମିକଙ୍କ ଜୀବନ । ଅଧିକ ପଢନ୍ତୁ..
ଅସୁରକ୍ଷିତ ଶ୍ରମିକ, ଲୁହା ବିମରେ ଚାପିହୋଇ କାର୍ଯ୍ୟରତ ଶ୍ରମିକ ମୃତ
ଏହି ବ୍ରାହ୍ମଣୀ ବ୍ରିଜ କାମ କରୁଥିବା ଏସପି ସିଂଙ୍ଗଲା କଂଷ୍ଟ୍ରକସନ ନାମକ ଏହି ଠିକା ସଂସ୍ଥାରେ ପାରସ ଶ୍ରମିକ ଭାବେ କାମ କରୁଥିଲେ ବୋଲି ଜଣାପଡିଛି । ଶ୍ରମିକଙ୍କ ମୃତ୍ୟୁ ପରେ କାମାକ୍ଷାନଗର ପୁଲିସ ମୃତଦେହ ଜବତ କରି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ନେଇଛି । ଏସମ୍ପର୍କରେ ପୁଲିସ ତଦନ୍ତ କରୁଥିବା ଜଣାପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ