ଅନୁଗୋଳ: ସାରା ରାଜ୍ୟରେ ବେଶ ଧୁମଧାମରେ ପାଳନ ହୋଇଛି ‘ନୂଆଁଖାଇ’ । ଏହି ଅବସରରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ନିଆରା ଭାବେ ଢେଙ୍କାନାଳରେ ପାଳନ ହୋଇଛି ‘ନୂଆଁଖାଇ’ । ସ୍ଥାନୀୟ କାମାକ୍ଷାନଗରସ୍ଥିତ ମହିମା ଗାଦିରେ ଶତାଧିକ ମହିମା ଧର୍ମାବଲମ୍ବୀ ଭକ୍ତଙ୍କ ଗହଣରେ ପାଳନ ହୋଇଛି ଏହି ଗଣପର୍ବ ।
ପରମ୍ପରା ଅନୁଯାୟୀ ବ୍ରହ୍ମ ମୂହୁର୍ତ୍ତରୁ ପ୍ରଥମେ ମହିମା ଧର୍ମାବଲମ୍ବୀ ଭକ୍ତମାନେ ନୂଆ ବସ୍ତ୍ର ପିନ୍ଧି ଗାଦି ପରିସରରେ ଭଜନ ଓ କୀର୍ତ୍ତନ କରିଥାନ୍ତି । ଏଥିସହ ସୂର୍ଯ୍ୟୋଦୟ ପୂର୍ବରୁ ନୂଆ ଧାନରେ ତିଆରି ଚୂଡା, କଦଳୀ, ସେଓ, ନଡିଆ, ମହୁ, ଘିଅ, ଦହି ଓ ଗୁଡ ଆଦି ମିଶାଇ ନବାନ୍ନ ପ୍ରସ୍ତୁତ କରାଯାଏ । ଏହାପରେ ଏକ ନୂଆ ମାଟିପାତ୍ରରେ ଅମୁଣିଆ ମଣ୍ଡପ ଠାରେ ଶୂନ୍ୟ ଠାକୁର, ଅଲେଖ ମହିମାଙ୍କୁ ନବାନ୍ନ ଅର୍ପଣ କରାଯାଏ । ଯାହାକୁ ମହିମା ଧର୍ମରେ ଅମୁଣିଆ ବୋଲି କୁହାଯାଇଥାଏ ।