ଢେଙ୍କାନାଳ:କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିନିକିଆ ଅବିଭକ୍ତ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ (Union Minister Dharmendra Pradhan visits Dhenkanal) । ସମ୍ବଲପୁରରୁ କୋଲକାତାକୁ ଦୈନିକ ପାସେଞ୍ଜର ଟ୍ରେନ ଚାଲିବାକୁ ଥିବାରୁ ରେଳପଥରେ ଆସି ସମସ୍ତ ରେଳ ଷ୍ଟେସନର ଉନ୍ନତିମୂଳକ କାର୍ଯ୍ୟର (Developmental work of Sambalpur Kolkata Passenger train) ସମୀକ୍ଷା କରିଛନ୍ତି ଧର୍ମେନ୍ଦ୍ର (Union Minister Dharmendra Pradhan) । ପୂର୍ବତଟ ରେଳ ବିଭାଗର ଉଚ୍ଚସ୍ତରୀୟ ପଦାଧିକାରୀଙ୍କ ଏକ ଦଳ ଉପସ୍ଥିତିରେ ରେଳବିଭାଗର ପୂର୍ବତଟ ରେଳପଥ କିପରି ଆହୁରି ଅଧିକ ସେବା ଯୋଗାଇ ପାରିବ ସେଥିଲାଗି ଭିତ୍ତିଭୂମିର ତଦାରଖ କରିଛନ୍ତି ମନ୍ତ୍ରୀ ।
ଧର୍ମେନ୍ଦ୍ରଙ୍କ ଏହି ଗସ୍ତବେଳେ ତାଙ୍କ ସହିତ ରେଳ ବିଭାଗର ଉଚ୍ଚ ପଦାଧିକାରୀଙ୍କ ଏକ ଦଳ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ସ୍ବତନ୍ତ୍ର ରେଳ ଯାତ୍ରା କରି ସକାଳ ସାଢ଼େ ୯ଟା ସମୟରେ ତାଳଚେର ରୋଡ ରେଳଷ୍ଟେସନରେ ପହଞ୍ଚିଥିଲେ । ଏହାପରେ ଅନୁଗୋଳ, ଅନୁଗୋଳର ବଳରାମ ରେଳଷ୍ଟେସନ, ତାଳଚେର, ଅନୁଗୋଳ ସୁନାଖଣି ରେଳଷ୍ଟେସନ ଓ ପୁଣି ତାଳଚେର ରେଳଷ୍ଟେସନ ପରେ ବୁଢ଼ାପଙ୍କ ରେଳଷ୍ଟେସନରେ ପହଞ୍ଚି ଷ୍ଟେସନ ଓ ରେଳପଥର ଉନ୍ନତିକରଣ ଦିଗର ସମୀକ୍ଷା କରିଛନ୍ତି ।
ପରେ ଢେଙ୍କାନାଳ ଜିଲ୍ଲାର ମେରାମୁଣ୍ଡଳୀ, ହିନ୍ଦୋଳ ରୋଡ଼, ସଦାଶିବପୁର ଷ୍ଟେସନ ଦେଇ ସନ୍ଧ୍ୟା ୫ଟାରେ ଢେଙ୍କାନାଳ ମୁଖ୍ୟ ରେଳଷ୍ଟେସନରେ ଯାଇ ପହଞ୍ଚିଥିଲେ । ଏହା ପରେ କେନ୍ଦ୍ରମନ୍ତ୍ରୀ ଶ୍ୟାମଚରଣପୁର ଓ ଶେଷରେ ଜୋରନ୍ଦା ରୋଡ ରେଳଷ୍ଟେସନକୁ ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ସମସ୍ତ ରେଳ ଷ୍ଟେସନରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି । ଏହା ସହ ରେଳ ବିଭାଗ କିପରି ଟ୍ରେନ ଯାତ୍ରୀମାନଙ୍କୁ ଆହୁରି ଅଧିକ ସୁବିଧା ସୁଯୋଗ ସେବା ଯୋଗାଇପାରିବ ସେଥିପାଇଁ ଆବଶ୍ୟକ ଭିତ୍ତିଭୂମି ସମ୍ପର୍କରେ ତଦାରଖ କରିଛନ୍ତି ।