ଓଡିଶା

odisha

By ETV Bharat Odisha Team

Published : Oct 22, 2023, 10:22 PM IST

ETV Bharat / state

ଢେଙ୍କାନାଳରେ ଧର୍ମେନ୍ଦ୍ର ପ୍ରଧାନ, ସିକ୍କିମ ବନ୍ୟାରେ ଶହୀଦ ଯବାନଙ୍କ ପରିବାରକୁ ଜଣାଇଲେ ସମବେଦନା

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଢେଙ୍କାନାଳ ଗସ୍ତ । ସିକ୍କିମ ବନ୍ୟାରେ ଶହୀଦ ହୋଇଥିବା ସରୋଜ ଦାସଙ୍କ ଜନ୍ମ ମାଟି ଭୁବନର କେନ୍ଦୁଢ଼ିପ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ଅଧିକ ପଢ଼ନ୍ତୁ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଢେଙ୍କାନାଳ ଗସ୍ତ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଢେଙ୍କାନାଳ ଗସ୍ତ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଢେଙ୍କାନାଳ ଗସ୍ତ

ଢେଙ୍କାନାଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଢେଙ୍କାନାଳ ଗସ୍ତ । ଅନୁଗୋଳ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଢେଙ୍କାନାଳରେ ପହଞ୍ଚିଛନ୍ତି ଧର୍ମେନ୍ଦ୍ର । ଜିଲ୍ଲାର ପରଜଙ୍ଗ, କାମାକ୍ଷାନଗର ଆଦି ଅଞ୍ଚଳରେ ବିଭିନ୍ନ ଦେବୀ ମନ୍ଦିର ଓ ପୂଜା ମଣ୍ଡପ ଦର୍ଶନ ପରେ ଦଳୀୟ କର୍ମୀଙ୍କୁ ଭେଟିଛନ୍ତି । ସିକ୍କିମ ବନ୍ୟାରେ ଶହୀଦ ହୋଇଥିବା ସରୋଜ ଦାସଙ୍କ ଜନ୍ମ ମାଟି ଭୁବନର କେନ୍ଦୁଢ଼ିପ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ।

ଆଜି ଢେଙ୍କାନାଳ ଜିଲ୍ଲାକୁ ଦିନିକିଆ ଗ୍ରସ୍ଥରେ ଆସିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ଅନୁଗୋଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟକ୍ରମ ସାରି ଅପରାହ୍ନ ପ୍ରାୟ ୩ଟା ସମୟରେ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବାରିହାପୁର ଠାରେ ପହଞ୍ଚିଥିଲେ । ସେଠାରେ ବାରିହାପୁରର ମା' କନକ ଦୁର୍ଗା ମନ୍ଦିରକୁ ଯାଇଥିଲେ ଧର୍ମେନ୍ଦ୍ର । ଦେବୀ ଦୁର୍ଗା ମା'ଙ୍କୁ ଦର୍ଶନ କରିବା ପରେ ସେଠାରୁ ମୁକ୍ତାପଶି ଗ୍ରାମ ମେଲଣ ପଡିଆ ଠାରେ ପହଞ୍ଚିଥିଲେ । ଦଳୀୟ କର୍ମୀ ଓ ଅଞ୍ଚଳର ଶତାଧିକ ଲୋକଙ୍କ ସହ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ପରେ କାମାକ୍ଷାନଗରର ହନୁମାନ ବଜାରରେ ପହଞ୍ଚି ଦୁର୍ଗାପୂଜା ଉପଲକ୍ଷେ ବିଜେପ ତରଫରୁ ଏକ ମୋଦି ଟି ଷ୍ଟଲକୁ ଉଦ୍ଘାଟନ କରିଥିଲେ ଧର୍ମେନ୍ଦ୍ର ।

ଏହା ମଧ୍ୟ ପଢ଼ନ୍ତୁ....ଅଲେଖ ମହିମା ଆଶ୍ରମ: ବାବା ବିଦ୍ୟାଧର ଦାସଙ୍କ ମହାପ୍ରୟାଣର ଏକୋଇଶିଆ ଦିବସ, ଯୋଗଦେଲେ ଧର୍ମେନ୍ଦ୍ର ପ୍ରଧାନ

ପରେ ଏକ ଶୋଭାଯାତ୍ରାରେ ବାହାରି ଜଗନ୍ନାଥ ବଜାର ପୂଜାମଣ୍ଡପରେ ମା' ଦୁର୍ଗାଙ୍କୁ ଦର୍ଶନ କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତରେ କାମାକ୍ଷାନଗର ଓ ପରଜଙ୍ଗ ଆଦି ଅଞ୍ଚଳର ବିଜେପି କର୍ମୀମାନେ ବେଶ ଉତ୍ସାହିତ ଥିଲେ । ଜଗନ୍ନାଥ ବଜାର ପୂଜମଣ୍ଡପରୁ ଦର୍ଶନ ସାରି ଦିଘି ପଞ୍ଚାୟତର ଶହୀଦ ସରୋଜ ଦାସଙ୍କ ଜନ୍ମମାଟି କେନ୍ଦୁଢିପ ଗ୍ରାମର ପୈତୃକ ବାସ ଭବନରେ ପହଞ୍ଚିଥିଲେ । ଶହୀଦଙ୍କ ପରିବାର ଲୋକଙ୍କୁ ଭେଟିବା ସହ ସମବେଦନା ଜଣାଇଥିଲେ । ଏହାପରେ କାମାକ୍ଷାନଗର ବ୍ଲକର ଅଁଳାବେରେଣି ଠାରେ ବିଜେପିର ଏକ ଦଳୀୟ କାର୍ଯ୍ୟାଳୟ ଉଦ୍ଘାଟନ କରିଥିଲେ । ଏଠାରେ ଦଳୀୟ କର୍ମୀଙ୍କ ସହ ଆଲୋଚନା କରି ଦଳୀୟ ସଂଗଠନ ତୃଣମୂଳ ସ୍ତରରେ ମଜଭୁତ କରିବାକୁ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ । ପରେ ଢେଙ୍କାନାଲ ଜିଲ୍ଲାର ଓଡ଼ପଡା ବ୍ଲକ ଅଭିମୁଖେ ଗ୍ରସ୍ତ କରିଥିଲେ । ସେଠାରେ କାଉରିଆପାଳ ସ୍ଥିତ ତାରିଣୀ ମନ୍ଦିର ଠାରେ ମା' ତାରିଣୀଙ୍କ ଦର୍ଶନ କରିଥିଲେ । ସନ୍ଧ୍ୟା ୭ଟା ସମୟରେ ନଧାରା ସ୍ଥିତ ମା' ରାମଚଣ୍ଡୀ ପୀଠରେ ପହଞ୍ଚିଥିଲେ ଧର୍ମେନ୍ଦ୍ର ।

ଇଟିଭି ଭାରତ, ଢେଙ୍କାନାଳ

For All Latest Updates

ABOUT THE AUTHOR

...view details