ଓଡିଶା

odisha

By

Published : Dec 1, 2019, 8:48 PM IST

ETV Bharat / state

ଢେଙ୍କାନାଳରେ ଟ୍ରାଫିକ୍ ଯାଞ୍ଚ: ଅଡୁଆରେ ବେପରୁଆ ଗାଡି ଚାଳକ

ଢେଙ୍କାନାଳ ପୋଲିସ ପକ୍ଷରୁ ବେଶ ତତ୍ପରତା ପ୍ରକାଶ ପାଇଛି । ଯାହା ଫଳରେ ଗାଡି ଚାଳକ ମାନେ ଟିକିଏ ଅଡୁଆରେ ପଡିଯାଇଛନ୍ତି । ତଥାପି ସରକାରଙ୍କ ନିର୍ଦ୍ଦେଶରେ ପୁଲିସର ଏହି ପଦକ୍ଷେପକୁ ଢେଙ୍କାନାଳରେ ଜନସାଧାରଣ ସ୍ବାଗତ କରୁଛନ୍ତି ।

traffic checking in dhenkanal
ଢେଙ୍କାନାଳରେ ଟ୍ରାଫିକ୍ ଯାଞ୍ଚ

ଢେଙ୍କାନାଳ: ଗାଡି ଚଳାଚଳକୁ ନେଇ ପରିବହନ ବିଭାଗର ପ୍ରାଥମିକ ପର୍ଯ୍ୟାୟ କୋହଳ ଶେଷ ହେବାରୁ ପୁଣି ଯାଞ୍ଚ ଆରମ୍ଭ ହୋଇଛି । ଫଳରେ ଢେଙ୍କାନାଳ ପୋଲିସ ପକ୍ଷରୁ ବେଶ ତତ୍ପରତା ପ୍ରକାଶ ପାଇଛି । ଯାହା ଫଳରେ ଗାଡି ଚାଳକ ମାନେ ଟିକିଏ ଅଡୁଆରେ ପଡିଯାଇଛନ୍ତି । ତଥାପି ସରକାରଙ୍କ ନିର୍ଦ୍ଦେଶରେ ପୋଲିସର ଏହି ପଦକ୍ଷେପକୁ ଢେଙ୍କାନାଳର ଜନସାଧାରଣ ସ୍ବାଗତ କରୁଛନ୍ତି।

ଗାଡି ଓ ଗାଡି ଚାଳକଙ୍କ କାଗଜପତ୍ର ପ୍ରସ୍ତତି ପାଇଁ ୩ମାସର ଅବଧି ରହିଛି । ଫଳରେ ହେଲମେଟ, ସିଟ ବେଲ୍ଟ ଓ ମଦ୍ୟପ ଗାଡି ଚାଳନା ଉପରେ ଢେଙ୍କାନାଳରେ ପୋଲିସ ଯାଞ୍ଚ ଆରମ୍ଭ କରିଛି । ଲୋକମାନଙ୍କୁ ସଚେତନ କରିବା ସହ ଅତିକମ୍ ଫାଇନ ଆଦାୟ କରାଯାଉଥିବା ପ୍ରକାଶ କରିଛନ୍ତି ଯାଞ୍ଚ କରୁଥିବା ଟ୍ରାଫିକ ପୋଲିସ ।

ଢେଙ୍କାନାଳରେ ଟ୍ରାଫିକ୍ ଯାଞ୍ଚ
ପ୍ରାରମ୍ଭିକ ଭାବେ ରବିବାର ଢେଙ୍କାନାଳ ସହରରେ ଟାଉନ ପୋଲିସ ପକ୍ଷରୁ ଯାଞ୍ଚ ଓ ସଚେତନତା ଆରମ୍ଭ କରାଯାଇଛି । ଏଥିପାଇଁ ବିଭିନ୍ନ ଯାତ୍ରୀବାହୀ ବସ ସାଙ୍ଗକୁ ଚାରିଚକିଆ ଗାଡି ଚାଳକଙ୍କ ସିଟ ବେଲ୍ଟ,ଦୁଇ ଚକିଆ ଗାଡି ଚାଳକ ହେଲମେଟ ଓ ମଦ୍ୟପ ଗାଡି ଚାଳକଙ୍କୁ କଟକଣା କରାଯାଇଛି ।

ପ୍ରଥମ ଦିନରେ ଢେଙ୍କାନାଳ ବସଷ୍ଟାଣ୍ଡ ଟ୍ରାଫିକ ନିକଟରେ ମାତ୍ର ଦୁଇ ତିନି ଘଣ୍ଟା ଯାଞ୍ଚରେ ୩୫ ଜଣଙ୍କଠାରୁ ଜୋରିମାନା ବାବଦକୁ ଅତିକମ୍ ଇ-ଚାଲାଣ କରାଯାଇଛି । ସ୍ଥାନୀୟ ଲୋକଙ୍କ ସମେତ ଟ୍ରାଫିକ ଆାଇନ ଖିଲାପକାରୀଙ୍କୁ ଆର୍ଥିକ ଜୋରିମାନା ଟିକିଏ କଷ୍ଟ ଲାଗିଥିଲେ ମଧ୍ୟ ସମସ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଏହା ସ୍ବାଗତ କରୁଛନ୍ତି ।

ରବିବାର ଢେଙ୍କାନାଳ ସହରରେ ଆରମ୍ଭ ହୋଇଥିବାବେଳେ ଏହା ଜିଲ୍ଲାବ୍ୟାପୀ ବେଶ କଡାକଡି କରାଯିବ ବୋଲି ଢେଙ୍କାନାଳ ଜିଲ୍ଲା ପୋଲିସ ପକ୍ଷରୁ ସୂଚନା ମିଳିଛି । ଫଳରେ ନିଜ ତଥା ଅନ୍ୟମାନଙ୍କର ସୁରକ୍ଷା ପାଇଁ ଗାଡି ଚଳାଚଳରେ ଏହି ଟ୍ରାଫିକ ଆଇନକୁ ମାନିବାକୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଉଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details