ଓଡିଶା

odisha

ETV Bharat / state

କପିଳାଶ ବନାଞ୍ଚଳରୁ 3 ଶିକାରୀ ଗିରଫ, ବନ୍ଧୁକ ସହ ବିପୁଳ ଶିକାର ସାମଗ୍ରୀ ଜବତ

ଢେଙ୍କାନାଳ ଜିଲ୍ଲା କପିଳାଶ ବନାଞ୍ଚଳରେ ଚଢ଼ାଉ କରି ବନ ବିଭାଗ ବିପୁଳ ପରିମାଣରେ ବନ୍ୟଜନ୍ତୁଙ୍କ ସିଙ୍ଘ, ଛାଲ ଓ ଦାନ୍ତ ଆଦି ଜବତ କରିଛି । ଏହାସହ ତିନି ଶିକାରୀଙ୍କୁ ଗିରଫ କରିଛି ।

By

Published : Dec 18, 2020, 6:27 PM IST

ବନ୍ଧୁକ ସହ ବିପୁଳ ଶିକାର ସାମଗ୍ରୀ ଜବତ
ବନ୍ଧୁକ ସହ ବିପୁଳ ଶିକାର ସାମଗ୍ରୀ ଜବତ

ଢେଙ୍କାନାଳ: ବନ ବିଭାଗର ଚଢାଉରେ ବିପୁଳ ଶିକାର ସାମଗ୍ରୀ ଜବତ । ଢେଙ୍କାନାଳ ଜିଲ୍ଲା କପିଳାଶ ବନାଞ୍ଚଳରେ ଚଢ଼ାଉ କରି ବନ ବିଭାଗ ବିପୁଳ ପରିମାଣରେ ବନ୍ୟଜନ୍ତୁଙ୍କ ସିଙ୍ଘ, ଛାଲ ଓ ଦାନ୍ତ ଆଦି ଜବତ କରିଛି । ଏହାସହ ତିନି ଶିକାରୀଙ୍କୁ ଗିରଫ କରିଛି ।

ବନ୍ଧୁକ ସହ ବିପୁଳ ଶିକାର ସାମଗ୍ରୀ ଜବତ

ଏହି ଚଢାଉରେ ବିପୁଳ ପରିମାଣର ବନ୍ୟଜନ୍ତୁ ସିଙ୍ଘ, ଦାନ୍ତ ଓ ଛାଲ ଉଦ୍ଧାର କରାଯିବା ସହ ବନ୍ଧୁକ ଓ ଶିକାରୀ ସରଞ୍ଜାମ ମଧ୍ୟ ଜବତ ହୋଇଛି ।

ଅନ୍ୟପଟେ ଗିରଫ ହୋଇଥିବା 3ଜଣ ଶିକାରୀଙ୍କ ଠାରୁ ଗୋଟିଏ ବନ୍ଧୁକ , ଧନୁତୀର ଓ ବିପୁଳ ଶିକାର ସାମଗ୍ରୀ ଜବତ କରାଯାଇଛି। ଗିରଫ ଶିକାରୀମାନେ ହେଲେ ଗଁନ୍ଦିଆ ଥାନା ଅନ୍ତର୍ଗତ କୋହ୍ଲ ଗ୍ରାମର ଲଷ୍ମୀଧର ମୁର୍ମୁ, ଲସମାନ ସୋରେନ ଓ କାଦୁ କିସକୁ ବୋଲି ଜଣାପଡିଛି ।

ଏମାନେ କପିଳାଶ ଅଭୟରଣ୍ୟରୁ ବନ୍ୟଜନ୍ତୁଙ୍କୁ ଶିକାର କରି ବାହାରକୁ ଚାଲାଣ କରିଥାନ୍ତି ବୋଲି ବନ ବିଭାଗ ତଦନ୍ତରୁ ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details