ଓଡିଶା

odisha

ETV Bharat / state

ବନବିଭାଗର ମନମୁଖୀ କାର୍ଯ୍ୟକୁ ବିରୋଧ, ଧାରଣାରେ ବସିଲେ ଗ୍ରାମବାସୀ

ଢେଙ୍କାନାଳରେ ବନ ଅଧିକାରୀଙ୍କ ମନମୁଖୀ କାର୍ଯ୍ଯକୁ ବିରୋଧ କରି ଧାରଣାରେ ବସିଲେ ସ୍ଥାନୀୟ ଗ୍ରାମବାସୀ । ପଢନ୍ତୁ ଅଧିକ.....

ବନବିଭାଗର ମନମୁଖୀ କର୍ଯ୍ୟକୁ ବିରୋଧ, ଧାରଣାରେ ବସିଲେ ଗ୍ରାମବାସୀ
ବନବିଭାଗର ମନମୁଖୀ କର୍ଯ୍ୟକୁ ବିରୋଧ, ଧାରଣାରେ ବସିଲେ ଗ୍ରାମବାସୀ

By

Published : Nov 5, 2020, 7:22 PM IST

ଢେଙ୍କାନାଳ: ଜିଲ୍ଲା ବନାଞ୍ଚଳ ଅଧିକାରୀ ଓ ମହାବିରୋଡ଼ ରେଞ୍ଜରଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଡିହଡୋଳ ବନପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଡମୋଳ ଗ୍ରାମବାସୀ ।

ବନବିଭାଗର ମନମୁଖୀ କର୍ଯ୍ୟକୁ ବିରୋଧ, ଧାରଣାରେ ବସିଲେ ଗ୍ରାମବାସୀ

ସୂଚନା ଅନୁସାରେ ଗତ ଅଗଷ୍ଟ ୨୦୧୯ ମସିହାରେ ହାତୀ ଆକ୍ରମଣରେ ଡମୋଳ ଗ୍ରାମର ସଞ୍ଜୁକ୍ତା ସାମଲଙ୍କ ପୁଅଙ୍କର ମୃତ୍ୟୁ ହୋଇଥିଲା । ସେ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁ ପରେ ଏବେ ତାଙ୍କର ପରିବାର ଅସହାୟ ଅବସ୍ଥାରେ । ତେବେ ସର୍ତ୍ତ ମୁତାବକ ସଞ୍ଜୁକ୍ତାଙ୍କୁ ଅସ୍ଥାୟୀ ଭାବେ ବନବିଭାଗ ତରଫରୁ ନିଯୁକ୍ତି କରାଯାଇଥିଲା l ମାତ୍ର ଗତ କିଛି ଦିନ ହେବ ତାଙ୍କୁ ଚାକିରୀରୁ ଛଟେଇ କରି ଦିଆଯାଇଛି । ମହାବିରୋଡ଼ ରେଞ୍ଜରଙ୍କୁ ଛଟେଇ କାରଣ ବାବଦରେ ପଚାରିବାରୁ ଡିଏଫଓଙ୍କ ଦ୍ବାରା ତାଙ୍କୁ ବାହାର କରାଯାଇଛି ବୋଲି ରେଞ୍ଜର କହିଥିଲେ । କୌଣସି ଉପଯୁକ୍ତ କାରଣ ନଥାଇ କିପରି ତାଙ୍କୁ ଚାକିରୀରୁ ଛଟେଇ କରାଗଲା l ବନବିଭାଗର ଏପରି କାର୍ଯ୍ୟକଳାପରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଜଣଙ୍କୁ ଅସ୍ଥାୟୀ ଚାକିରୀ ଆଦି ୧୦ ଟି ଦାବି ନେଇ ରାଜପଥ ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା l ପରେ ଡମୋଳ ଗ୍ରାମବାସୀ ଓ ସଂଯୁକ୍ତା ନ୍ୟାୟ ପାଇଁ ଧାରଣାରେ ବସିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details