ଓଡିଶା

odisha

ETV Bharat / state

ମହୁମାଛି ଆକ୍ରମଣରେ ବୃଦ୍ଧ ମୃତ

ମହୁମାଛି ଆକ୍ରମଣରେ ଢେଙ୍କାନାଳ ଅଢାପଲ୍ଲୀ ଗ୍ରାମର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

By

Published : Dec 9, 2020, 4:42 PM IST

The old man killed in bee attack
ମହୁମାଛି ଆକ୍ରମଣରେ ବୃଦ୍ଧ ମୃତ

ଢେଙ୍କାନାଳ: ମହୁମାଛି ଆକ୍ରମଣରେ ଆଖି ବୁଜିଲେ ବୃଦ୍ଧ । ଢେଙ୍କାନାଳ କଙ୍କଡାହାଡ ବଜାରର ହାତଛକ ନିକଟରେ ମହୁମାଛି ଆକ୍ରମଣରେ ବୁଧବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ କଙ୍କଡାହାଡ ଥାନା ଅଧୀନସ୍ଥ ଅଢାପଲ୍ଲୀ ଗ୍ରାମର 60 ବର୍ଷୀୟ ଜଗବନ୍ଧୁ ବେହେରା ।

ମହୁମାଛି ଆକ୍ରମଣରେ ବୃଦ୍ଧ ମୃତ

ଜଗବନ୍ଧୁ ବୁଧବାର କଙ୍କଡାହାଡ ବଜାରରୁ କାମ ସାରି ନିଜ ଘର ଅଢାପଲ୍ଲୀକୁ ଫେରୁଥିଲେ । ବାଟରେ ହାତଛକ ନିକଟରେ ତାଙ୍କୁ ମହୁମାଛି ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details