ଢେଙ୍କାନାଳ: ଆଇନଜୀବୀଙ୍କ ନାମରେ ଅସଦାଚରଣ ଅଭିଯୋଗ ଆଣିବା ପୋଲିସ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏନେଇ ଢେଙ୍କାନାଳ ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଶୋଭାଯାତ୍ରାରେ ବାହାରି କୋର୍ଟର ସିଏସଆଇ(CSI) ଅଫିସରେ ମିଥ୍ୟା ଅସଦାଚରଣ ଅଭିଯୋଗ ଆଣି ଓକିଲ ସଂଘ ସଭାପତି ଓ ଆଇନଜୀବୀଙ୍କ ନାମରେ ମାମଲାକୁ ନେଇ ବିବାଦ ତେଜିବାରେ ଲାଗିଛି । ଏପରିକି ଢେଙ୍କାନାଳରେ ଆଇନଜୀବୀ ଓ ପୁଲିସ ମଧ୍ୟରେ ଛକା ପଞ୍ଝା ଲାଗି ରହିଛି ।
ମିଥ୍ୟା ଅସଦାଚରଣ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଓକିଲ ସଙ୍ଘ ଏପରିସ୍ଥଳେ ଓକିଲ ସଙ୍ଘ ପକ୍ଷରୁ ସାଧାରଣ ବୈଠକର ନିଷ୍ପତି ମୁତାବକ ସିଭିଲ କୋର୍ଟ ପରିସରରେ ଥିବା ସିଏସଆଇ(CSI) ଅଫିସରେ ତାଲା ପକାଇଛି ସଙ୍ଘ । ଫଳରେ କୋର୍ଟର ବିଭିନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ସେପଟେ ଓକିଲ ସଂଘ ପକ୍ଷରୁ ଆଇନଜୀବୀମାନେ ୭ ଦିନ ପାଇଁ କୋର୍ଟ ବର୍ଜନ କରିଛନ୍ତି ।
ସେପଟେ ଓକିଲ ସଂଘ ପକ୍ଷରୁ ଆଇନଜୀବୀ ମାନେ ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଶୋଭାଯାତ୍ରାରେ ଯାଇ ଟାଉନ ଥାନାଧିକାରୀ ଓ କୋର୍ଟ ସିଏସଆଇଙ୍କ ତୁରନ୍ତ ବଦଳି ଓ ଆଇନଜୀବୀଙ୍କ ନାମରେ ରୁଜୁ ହୋଇଥିବା ମାମଲାକୁ ପ୍ରତ୍ୟାହାର କରିବା ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ତେବେ ଏହି ଦାବି କାର୍ଯ୍ୟକାରୀ ନହେଲେ ବୁଧବାର ହେବାକୁ ଥିବା ବୈଠକର ନିଷ୍ପତି ମୁତାବକ ଆନ୍ଦୋଳନଙ୍କୁ ଆହୁରି ଜୋରଦାର କରିବାକୁ ଓକିଲ ସଙ୍ଘ ଟେତାବନୀ ଦେଇଛି । ତେବେ ଏ ସମ୍ପର୍କରେ ନିରପେକ୍ଷ ତଦନ୍ତ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ଢେଙ୍କାନାଳ ଏସପି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ