ଓଡିଶା

odisha

ETV Bharat / state

ପ୍ରସିଦ୍ଧ ଶୈବପୀଠ କପିଳାସରେ ଜାଗରଯାତ୍ରା, କଟକଣା ଜାରି କଲା ଜିଲ୍ଲା ପ୍ରଶାସନ - new covid guideline for dhenkanal

ଆସନ୍ତା ୧୧ତାରିଖ ମହାଶିବରାତ୍ରୀ ଅବସରରେ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାସରେ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

ପ୍ରସିଦ୍ଧ ଶୈବପୀଠ କପିଳାସରେ ଜାଗରଯାତ୍ରା , କଟକଣା ଜାରି କଲା ଜିଲ୍ଲା ପ୍ରଶାସନ
ପ୍ରସିଦ୍ଧ ଶୈବପୀଠ କପିଳାସରେ ଜାଗରଯାତ୍ରା , କଟକଣା ଜାରି କଲା ଜିଲ୍ଲା ପ୍ରଶାସନ

By

Published : Mar 4, 2021, 8:37 PM IST

ଢେଙ୍କାନାଳ: ଆସନ୍ତା ୧୧ତାରିଖ ମହା ଶିବରାତ୍ରୀ ଅବସରରେ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାସରେ କଟକଣା ଜାରି କରାଯାଇଛି । ପ୍ରଭୁ ଚନ୍ଦ୍ରଶେଖରଙ୍କ ଜାଗର ଯାତ୍ରାକୁ ଜିଲ୍ଲା ବାହାର ଲୋକଙ୍କୁ କପିଳାସ ଆସିବାକୁ ବାରଣ କରାଯାଇଛି । ଏପରିକି କୋଭିଡ ଗାଇଡ଼ଲାଇନ ମଧ୍ୟରେ ଚଳିତବର୍ଷ ଜାଗର ଯାତ୍ରା ଅନୁଷ୍ଠିତ ହେବା ନେଇ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ ।

ପ୍ରସିଦ୍ଧ ଶୈବପୀଠ କପିଳାସରେ ଜାଗରଯାତ୍ରା , କଟକଣା ଜାରି କଲା ଜିଲ୍ଲା ପ୍ରଶାସନ

ଜାଗର ଯାତ୍ରା ପୂର୍ବରୁ କପିଳାସ ପୀଠର ସମସ୍ତ ସେବାୟତଙ୍କ କୋଭିଡ ଟେଷ୍ଟ କରାଯାଇ କେବଳ ନେଗେଟିଭ ରିପୋର୍ଟ ଥିବା ସେବାୟତଙ୍କ ମାଧ୍ୟମରେ ନୀତିକାନ୍ତି କରାଯିବ । ଏପରିକି ଚଳିତବର୍ଷ ପଲିଥିନ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଢେଙ୍କାନାଳର ଶ୍ରଦ୍ଧାଳୁମାନଙ୍କ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତା ମୂଳକ କରାଯାଇଛି । ଏ ସମ୍ପର୍କରେ ଆଜି ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ କପିଳାସ ଜାଗର ଯାତ୍ରା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ମୁତାବକ ଏହି କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର , ଇଟିଭି ଭାରତ

ABOUT THE AUTHOR

...view details