ଓଡିଶା

odisha

By

Published : Nov 1, 2019, 10:19 AM IST

ETV Bharat / state

ଶିକ୍ଷୟିତ୍ରୀଙ୍କ ବଦଳିକୁ ପ୍ରତିବାଦ, ଦାବି ପୂରଣ ପରେ ଖୋଲିଲା ବିଦ୍ୟାଳୟ ତାଲା

ଢେଙ୍କାନାଳ ପରଜଙ୍ଗ ବ୍ଲକ ଖାଲପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀଙ୍କ ବଦଳିକୁ ପ୍ରତିବାଦ କରି ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ଦାବି ପୂରଣ ପରେ ଖୋଲିଲା ବିଦ୍ୟାଳୟ ତାଲା।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ


ଢେଙ୍କାନାଳ: ଶିକ୍ଷୟିତ୍ରୀଙ୍କ ଅନ୍ୟତ୍ର ବଦଳିକୁ ପ୍ରତିବାଦ କରି ଗୁରୁବାର ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ପରଜଙ୍ଗ ବ୍ଲକ ଖାଲପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।

ଉକ୍ତ ବିଦ୍ୟାଳୟରେ ୪୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବାବେଳେ ସେଠାରେ ମାତ୍ର 2ଜଣ ଶିକ୍ଷକ କାର୍ଯ୍ୟରତ ଥିଲେ । ସେଥିମଧ୍ୟରୁ ଜଣେ ଶିକ୍ଷୟତ୍ରୀ ସୁଷମା ଭୋଇଙ୍କୁ ଅନ୍ୟତ୍ର ବଦଳି କରିବା ଘଟଣା ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା । ଯାହାକୁ ପ୍ରତିବାଦ କରି ଅଭିଭାବକ ଓ ଛାତ୍ରଛାତ୍ରୀ ବିଦ୍ୟାଳୟରେ ତାଲା ପକାଇବା ସହ ଧାରଣାରେ ବସିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ

ଘଟଣାରେ ପରଜଙ୍ଗ ବ୍ଲକ ଶିକ୍ଷା ଅଧିକାରୀ ହରିହର ଦେହୁରୀ ହସ୍ତକ୍ଷେପ କରି ସୁଷମାଙ୍କ ବଦଳି ଉପରେ ରୋକ ନେଇ ଲିଖିତ ଅର୍ଡର ଦେବା ପରେ ଧାରଣା ହଟିଥିଲା । ପ୍ରାୟ ୨ ଘଣ୍ଟା ଧରି ଅଭିଭାବକ ଓ ଛାତ୍ରଛାତ୍ରୀ ଧାରଣାରେ ବସିଥିଲେ । ଏହା ପରେ ବିଦ୍ୟାଳୟରେ ପାଠପଢା ସ୍ବାଭାବିକ ହୋଇଥିଲା।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details