ଢେଙ୍କାନାଳ :ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାଶର ଅଧୀଶ୍ଵର ପ୍ରଭୁ ଚଦ୍ରଶେଖର ଜୀଉ ସୁନା ଅଳଙ୍କାରରେ ଝଟକି ଉଠିବେ । କପିଳାଶ ଜାଗର ଯାତ୍ରା ଅବସରରେ ପ୍ରଭୁ ଚନ୍ଦ୍ରଶେଖରଙ୍କର ସୁନାବେଶ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗୁରୁବାର ଢେଙ୍କାନାଳ ଜିଲ୍ଲା ଦେବୋତ୍ତର ଉପଦେଷ୍ଟା କମିଟି ପକ୍ଷରୁ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ମୁତାବକ ପ୍ରସ୍ତୁତି ଆରମ୍ଭ ହୋଇଛି ।
ସୁନାରେ ଝଟକିବେ ଚନ୍ଦ୍ରଶେଖର ଜୀଉ - kapilash chandrasekhara jiyu
ଓଡ଼ିଶାର ଅନ୍ୟତମ ଶୈବପୀଠ ଢେଙ୍କାନାଳର କପିଳାଶପୀଠର ଅଧୀଶ୍ଵର ପ୍ରଭୁ ଚଦ୍ରଶେଖର ଜୀଉଙ୍କର ହେବ ସୁନା ବେସ । ଆରମ୍ଭ ହୋଇଛି ପ୍ରଶାସନିକ ପ୍ରସ୍ତୁତି । ଅଧିକ ପଢନ୍ତୁ...
ସୁନାରେ ଝଟକିବେ ଚନ୍ଦ୍ରଶେଖର ଜୀଉ
ସୁନାରେ ଝଟକିବେ ଚନ୍ଦ୍ରଶେଖର ଜୀଉ
ଦେବୋତ୍ତର ଉପଦେଷ୍ଟା କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଢେଙ୍କାନାଳ କପିଳାଶ ପୀଠର ଉନ୍ନତି କରଣ ସମ୍ପର୍କରେ ଆଲୋଚନା କରାଯିବା ସହ ଚୂଡାନ୍ତ ନିଷ୍ପତ୍ତି ହୋଇଛି । ଗୁରୁବାର ଠାରୁ ପ୍ରଭୁ ଚନ୍ଦ୍ରଶେଖରଙ୍କ ସୁନା ବେଶ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଠାରୁ ଦାନ ସୂତ୍ରରେ ସୁନା ଅଳଙ୍କାର ଓ ଅର୍ଥ ସଂଗ୍ରହ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଶ୍ରଦ୍ଧାଳୁ ତଥା ଶୈବ ପ୍ରେମୀମାନେ ଢେଙ୍କାନାଳ ଦେବୋତ୍ତର ବିଭାଗରେ ଏଥିପାଇଁ ଦାନ କରିପାରିବେ ବୋଲି ଘୋଷଣା କରିଛି ପ୍ରଶାସନ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ