ଓଡିଶା

odisha

ETV Bharat / state

ପରୀକ୍ଷା ଖରାପ ହେବାରୁ ଛାତ୍ରଙ୍କ ଆତ୍ମହତ୍ୟା, ସୁଇସାଇଡ୍ ନୋଟରେ ଲେଖିଲେ-ମୋତେ କ୍ଷମା କରିଦେବ ବାପା ମାଆ - ଅବିନାଶ ପ୍ରଧାନ

ଦ୍ଵାଦଶ ପରୀକ୍ଷା ଖରାପ ହେବାରୁ ଛାତ୍ରଙ୍କ ଆତ୍ମହତ୍ୟା । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ସରାଙ୍ଗସ୍ଥିତ ଆଇଜିଆଇଟି କ୍ୟାମ୍ପସରେ । ଅଧିକ ପଢନ୍ତୁ

ପରୀକ୍ଷା ଖରାପ ହେବାରୁ ଡିଏଭି ଛାତ୍ରଙ୍କ ଆତ୍ମହତ୍ୟା
ପରୀକ୍ଷା ଖରାପ ହେବାରୁ ଡିଏଭି ଛାତ୍ରଙ୍କ ଆତ୍ମହତ୍ୟା

By

Published : May 11, 2022, 5:31 PM IST

ଢେଙ୍କାନାଳ: ଦ୍ଵାଦଶ ପରୀକ୍ଷା ଖରାପ ହେବାରୁ ଛାତ୍ରଙ୍କ ଆତ୍ମହତ୍ୟା । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ସରାଙ୍ଗସ୍ଥିତ ଆଇଜିଆଇଟି କ୍ୟାମ୍ପସରେ । ଏହି କ୍ୟାମ୍ପସରେ ଥିବା କ୍ୱାଟର୍ସ ନଂ ଏଫ/୧୩ ରେ ଛାତ୍ର ଜଣଙ୍କ ସୁଇସାଇଡ୍‌ ନୋଟ ଲେଖି ଆତ୍ମହତ୍ୟା କରିଛନ୍ତି । ମୃତକ ଜଣଙ୍କ ତାଳଚେର ଥର୍ମାଲ ଡିଏଭି ସ୍କୁଲର ଯୁକ୍ତ ଦୁଇ ଛାତ୍ର ଅବିନାଶ ପ୍ରଧାନ ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁସାରେ, ଅବିନାଶଙ୍କ ବାପା ଆନନ୍ଦ ଚନ୍ଦ୍ର ପ୍ରଧାନ ଢେଙ୍କାନାଳ ଜିଲ୍ଲା ସରାଙ୍ଗ ସ୍ଥିତ ଆଇଜିଆଇଟିରେ ଲାଵ ଟେକ୍ନିସିଆନ ଭାବେ କାର୍ଯ୍ୟରତ । ତେଣୁ ମୃତ ଛାତ୍ର ଅବିନାଶ ପରିବାର ସହ ଆଇଜିଆଇଟି (IGIT) ସରାଙ୍ଗ କ୍ୟାମ୍ପସ କଲୋନୀର କ୍ୱାଟର ନଂ ଏଫ/୧୩ରେ ରହୁଥିଲେ । ଖବର ପାଇ ପରଜଙ୍ଗ ଥାନା ପୁଲିସ କ୍ୱାଟରରୁ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଛି। ମୃତଦେହ ପାଖରୁ ଏକ ସୁଇସାଇଡ଼ ନୋଟକୁ ପୁଲିସ ଜବତ କରିଛି । ମୃତ ଅବିନାଶ ଆତ୍ମହତ୍ୟା ପୂର୍ବରୁ ଏହାକୁ ଲେଖି ସୁଇସାଇଡ଼ କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଛାତ୍ର ଜଣଙ୍କ ନିଜ ସୁଇସାଇଡ୍‌ ନୋଟରେ ପରୀକ୍ଷା ଖରାପ ହେବାରୁ ଆତ୍ମହତ୍ୟା କରିଥିବା ଲେଖିଛନ୍ତି । ତାଙ୍କ ମୃତ୍ୟୁ ପାଇଁ ତାଙ୍କ ବାପା ମାଆ ଦାୟୀ ନୁହଁନ୍ତି ବୋଲି ସେ ଲେଖିଛନ୍ତି । ବରଂ ତାଙ୍କ ବିବେକ ତାଙ୍କୁ 90 ପ୍ରତିଶତ (୯୦%) ମାର୍କ ରଖିବା ପାଇଁ ବାଧ୍ୟ କରିଛି ବୋଲି ସେ ସୋଇସାଇଡ଼ ନୋଟରେ ପ୍ରକାଶ କରିଛନ୍ତି । ବାପା, ମାଆ ଓ ନାନୀଙ୍କୁ ଗୋଟିଏ ପରିବାର ହୋଇ ଚଳିବ ବୋଲି ନୋଟରେ ଲେଖିଛନ୍ତି ଏବଂ ପରିଶେଷରେ ରହୁଛି ବନ୍ଧୁମାନେ ଗୁଡବାଏ ବୋଲି ଲେଖିଛନ୍ତି।

ତେବେ ଜଣେ ଛାତ୍ରଙ୍କ ଏଭଳି କୋହଭରା ସୋଇସାଇଡ଼ ନୋଟ ମନକୁ କାହିଁକି ଆସିଲା ନା ଅନ୍ୟ କିଛି କାରଣ ରହୁଛି ତାହା ସନ୍ଦେହ ଘେରରେ ରହିଛି । ତେବେ ଏ ନେଇ ପରଜଙ୍ଗ ପୋଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଅଧିକ ତଦନ୍ତ ଚଳାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details