ଓଡିଶା

odisha

ETV Bharat / state

ମାଟ୍ରିକ ପରୀକ୍ଷା ଶେଷ ଦିନରେ କପି କରି ଧରାପଡିଲେ ୧୬ଜଣ

ମାଟ୍ରିକ ପରୀକ୍ଷାର ଶେଷ ଦିନରେ କପି କରି ଢେଙ୍କାନାଳ ଜିଲ୍ଲାରେ ଧରାପଡିଲେ 16 ଛାତ୍ର । ଏହାସହ କାମାକ୍ଷାନଗର ଅଞ୍ଚଳରେ ଇତିହାସର ଉଭୟ ସେଟ-ଏ ଓ ସେଟ-ବି ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଖବର ମିଳିଛି ।

By

Published : Mar 2, 2020, 8:14 PM IST

matriculation examination
ମାଟ୍ରିକ ପରୀକ୍ଷା ଶେଷ ଦିନରେ କପିକରି ଧରାପଡିଲେ ୧୬ଜଣ

ଢେଙ୍କାନାଳ: ସୋମବାର ମାଟ୍ରିକ ପରୀକ୍ଷାର ଶେଷ ଦିନରେ ଢେଙ୍କାନାଳ ଜିଲ୍ଲାରେ କପି କରି ଧରାପଡିଥିବା ୧୬ଜଣଙ୍କୁ ମାଲପ୍ରାକ୍ଟିସ କରାଯାଇଛି । ଜିଲ୍ଲାରେ ଓଡ଼ପଡା ବ୍ଲକ ଅନ୍ତର୍ଗତ ଘଟିପିରି ହାଇସ୍କୁଲରେ ସର୍ବାଧିକ ୮ ଜଣ କପି କରି ଧରାପଡି ଏମପି ହୋଇଥିବା ଜଣାପଡିଛି । ସେପଟେ ସୋମବାର ଇତିହାସ ଓ ଭୂଗୋଳ ପରୀକ୍ଷା ଥିଲା।

ମାଟ୍ରିକ ପରୀକ୍ଷା ଶେଷ ଦିନରେ କପିକରି ଧରାପଡିଲେ ୧୬ଜଣ

ପରୀକ୍ଷା ଆରମ୍ଭ ହେବାର ମାତ୍ର ଘଣ୍ଟାଏ ଭିତରେ କାମାକ୍ଷାନଗର ଅଞ୍ଚଳରେ ଇତିହାସର ଉଭୟ ସେଟ-ଏ ଓ ସେଟ-ବି ପ୍ରଶ୍ନପତ୍ର ମୋବାଇଲରୁ ଆଉ ଗୋଟିଏ ମୋବାଇଲ ଘୁରି ବୁଲୁଥିବା ଦେଖାଯାଇଥିଲା । ମାତ୍ର ଏହି ପ୍ରଶ୍ନପତ୍ର କେଉଁ ସ୍କୁଲରୁ ଭାଇରଲ ହୋଇଛି ତାହା ଜଣା ପଡ଼ିନାହିଁ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details