ଢେଙ୍କାନାଳ:ଜିଲ୍ଲା ଏନଏଚ-୫୫ର ଢେଙ୍କାନାଳ ସହର ଉପକଣ୍ଠ କଣ୍ଟେଇକୋଳିଆ ନିକଟରେ ଦୁର୍ଘଟଣା । ଜଗନ୍ନାଥନାମକ ବସ ଓ ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବସରେ ଥିବା ପ୍ରାୟ ୬୦ ଯାତ୍ରୀଙ୍କ ମଧ୍ୟରୁ ୧୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଳଚେରରୁ ଭୁବନେଶ୍ୱର ଯାଉଥିଲା ଜଗନ୍ନାଥ ବସ୍ ।
ବସ୍ ଟ୍ରଲର ମୁହାଁମୁହିଁ ଧକ୍କା, 10 ଆହତ
ଢେଙ୍କାନାଳ ସହର ଉପକଣ୍ଠ କଣ୍ଟେଇକୋଳିଆ ନିକଟରେ ଜଗନ୍ନାଥ ବସକୁ ଧକ୍କା ଦେଇଛି ଟ୍ରଲର । ବସରେ ଥିବା ୬0 ଯାତ୍ରୀଙ୍କ ମଧ୍ୟରୁ ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ
ବସ୍ ଟ୍ରଲର ମୁହାଁମୁହିଁ ଧକ୍କା, 10 ଆହତ
କଟକ ଆଡୁ ଯାଉଥିବା ଏକ ଟ୍ରଲର ସହ ଜଗନ୍ନାଥ ବସ ମୁହାଁମୁହିଁ ଧକ୍କା ହୋଇଥିଲା । ପରେ ବସଟି ରାସ୍ତା ପାର୍ଶ୍ଵ ଏକ ଖାଲରେ ପଶିଯାଇଥିଲା । ବସରେ ୬୦ରୁ ଉର୍ଦ୍ଧ୍ବ ଯାତ୍ରୀ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଖବର ପାଇ ଦମକଳ ବାହିନୀ ଓ ସ୍ଥାନୀୟ ଲୋକ ଆହତମାନଙ୍କୁ ଉଦ୍ଧାର କରିଛନ୍ତି । ଆହତ ଯାତ୍ରୀମାନେ କଟକ ଭୁବନେଶ୍ୱର ଓ ତାଳଚେର ଅଞ୍ଚଳର ବୋଲି ଜଣାପଡିଛି । ଡ୍ରାଇଭର ଜଣକ ମଦ୍ୟପାନ କରିଥିବାକୁ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକ କହିଛନ୍ତି ।
ଇଟିଭି ଭାରତ, ଢେଙ୍କାନାଳ