ଢେଙ୍କାନାଳ:ଜିଲ୍ଲାରେ ସାଇ ନର୍ସରୀ ମାଲିକଙ୍କ ମୃତ୍ୟୁ ଘଟଣା । ହତ୍ୟା ଅଭିଯୋଗ ଆଣି ଢେଙ୍କାନାଳର ମୁଖ୍ୟ ରାସ୍ତା ନୀଳକଣ୍ଠପୁର ଛକରେ ରାସ୍ତାରୋକ କଲେ ପରିବାର ଲୋକେ । ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ବୁଝାସୁଝା କଲେ ଭୁବନ NAC ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ସାହୁ ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ(ଗୁରୁବାର) ଭୁବନ ଥାନା ଅନ୍ତର୍ଗତ ନୀଳକଣ୍ଠପୁର ଛକ ନିକଟରୁ ସାଇ ନର୍ସରୀ ମାଲିକ ଅଲେଖ ସେନାପତୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏହାପରେ ତାଙ୍କୁ ଚିକିତ୍ସା ପାଇଁ ଭୁବନ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିଛି ସମୟ ପରେ ଭୁବନ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।