ଓଡିଶା

odisha

ETV Bharat / state

ସଂପ୍ରସାରଣ ହେବ ରୁଙ୍ଗଟା କାରଖାନା, ଜନଶୁଣାଣିରେ ମତ ରଖିଲେ କ୍ଷତିଗ୍ରସ୍ତ

ରୁଙ୍ଗଟା କାରଖାନା ସଂପ୍ରସାରଣ ରାଜ୍ୟ ପ୍ରଦୂଷଣ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଶୁଣାଣି ଆୟୋଜିତ । ଅଧିକ ପଢନ୍ତୁ

public hearing for Rungta factory expansion
public hearing for Rungta factory expansion

By ETV Bharat Odisha Team

Published : Sep 1, 2023, 2:17 PM IST

public hearing for Rungta factory expansion

ଢେଙ୍କାନାଳ: ସଂପ୍ରସାରଣ ହେବ ରୁଙ୍ଗଟା ମାଇନ୍ସ ତାର କାରଖାନା । ଏନେଇ ରାଜ୍ୟ ପ୍ରଦୂଷଣ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜଣ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡ଼ପଡା ବ୍ଲକ ଅନ୍ତର୍ଗତ ନୟାଭାଗୀରଥିପୁର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ କାରଖାନା କ୍ଷତିଗ୍ରସ୍ତ ଗ୍ରାମବାସୀ, କ୍ଷତିଗ୍ରସ୍ତ ପ୍ରଜା ସଂଘ ଆଦି ଅଞ୍ଚଳବାସୀ ଯୋଗଦେଇ ସେମାନଙ୍କ ମତାମତ ରଖିଥିଲେ। କାରଖାନା ହେଲେ ଅଞ୍ଚଳର ବିକାଶ ହେବ, କିନ୍ତୁ କାରଖାନା ପକ୍ଷରୁ ଜମିହରା କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ସହିତ ଅଞ୍ଚଳର ଉନ୍ନୟନ ଦିଗରେ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛି କ୍ଷତିଗ୍ରତ ପ୍ରଜା ।

ସୂଚନା ଥାଉକି, ରୁଙ୍ଗଟା କାରଖାନା ୯୫୦କୋଟି ଟଙ୍କା ବ୍ୟୟରେ ରୁଙ୍ଗଟା ଫେରୋ ଏଲୟଜ ଓ ୧୫୦ ମେଗାଓ୍ବାଟର ଏକ କ୍ୟାପିଟ ପାୱାର ପ୍ଲାଣ୍ଟ ଭାବେ ସଂପ୍ରସାରଣ କରିବାକୁ ଯାଉଛି । ଏଥିରେ ଫେରୋ ଏଲୟଜ ଓ ଫେରୋ ସିଲିକନ ପ୍ରସ୍ତୁତ ହେବ । କାରଖାନା ସଂପ୍ରସାରଣ ହେଲେ ଏହାର ଉତ୍ପାଦନ କ୍ଷମତା ବାର୍ଷିକ ୫୫.୦୦୮ ଟନରୁ ୨୯୩.୨୭୬ ଟନକୁ ବୃଦ୍ଧି ପାଇବ । ଏଥି ସହ ଶ୍ରମିକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ । ୫୦୦ଜଣ ବ୍ୟତିତ ୧୫୦୦ ଶ୍ରମିକ ଏଠାରେ କାର୍ଯ୍ୟ କରିବେ । ଏଥି ପାଇଁ ଓଡ଼ପଡା ବ୍ଲକର ମୋଟଙ୍ଗା ପଞ୍ଚାୟତର ତୁଳସୀ ଡିହ , ଶିବପୁର ପଞ୍ଚୟତର ଚରଡ଼ ଗଡ଼ିଆ ଓ କୋଚିଲମଡା ଗାଡ଼ିଆ ଏପରି ୩ଟି ଗ୍ରାମର ପ୍ରାୟ ୩୮ହେକ୍ଟର ଜାଗା ସଂପ୍ରସାରଣରେ କାରଖାନା ପକ୍ଷରୁ ଅଧିଗ୍ରହଣ କରାଯିବ ।

ଏହା ମଧ୍ୟ ପଢନ୍ତୁ- ରୁଙ୍ଗଟା କାରଖାନାରେ ଅଗ୍ନିକାଣ୍ଡ, ସ୍ଥିତି ସମୀକ୍ଷା କଲେ ଉପଜିଲ୍ଲାପାଳ

ଲୋକଙ୍କ ଆଞ୍ଚଳିକ ଉନ୍ନୟନ ଉପରେ ବିଶେଷ ଭାବେ ଗୁରୁତ୍ୱ ଦିଆଯିବ ବୋଲି କାରଖାନା ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ତେବେ ଶାନ୍ତି ଶୃଙ୍ଖଳାର ସହିତ ଏହି ଶିବିର ଶେଷ ହୋଇଥିବା ସହ ଲୋକ ମାନଙ୍କ ମତାମତ ଓ ଅଭିଯୋଗ ସବୁକୁ ପ୍ରଦୂଷଣ ମନ୍ତ୍ରଣାଳୟକୁ ପଠାଇ ଦିଆଯିବ । ସଂପ୍ରସାରଣ ଦିଗରେ କେନ୍ଦ୍ର ପ୍ରଦୂଷଣ ବିଭାଗ ନିଷ୍ପତ୍ତି ନେବ ବୋଲି ଅତିରିକ୍ତ ଜିଲ୍ଲାପାଳ ମତ ରଖିଥିଲେ।

ଏହା ମଧ୍ୟ ପଢନ୍ତୁ-ରୁଙ୍ଗଟା କାରଖାନା ବିବାଦ, ଜିଲ୍ଲାପାଳଙ୍କୁ ଅଞ୍ଚଳବାସୀଙ୍କ ଦାବିପତ୍ର

ଗତ ଜୁଲାଇ ମାସରେ ଝାଡ଼ବନ୍ଧସ୍ଥିତ ରୁଙ୍ଗଟା କାରଖାନାର ଏସଏମଏସ ୟୁନିଟର ଏକ ଫରନେସ ପମ୍ପଚର ହେବା ଯୋଗୁଁ ବ୍ଲାଷ୍ଟିଙ୍ଗ ହୋଇଥିଲା। ଏହାପରେ ରୁଙ୍ଗଟାଷ୍ଟିଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଥିଲା । ଏହାପରେ କାରଖାନା ବନ୍ଦ କରିଦିଆ ଯାଇଥିବା କାରଖାନା କର୍ତ୍ତୃପକ୍ଷ ସୂଚନା ଦେଇଥିଲେ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details