ଓଡିଶା

odisha

ETV Bharat / state

ହାତୀ ଚଲାପଥ ପାଇଁ ନିର୍ମାଣ ହେବ ସୁଡଙ୍ଗ ରାସ୍ତା, ଆତଙ୍କିତ ଗ୍ରାମବାସୀ - dhenakanal news

55 ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ଚାଲିଥିବାବେଳେ ହାତୀ ମାନଙ୍କ ପାଇଁ ଏହି ଗାଇଲୋ ଛକ ନିକଟରେ ସୁଡଙ୍ଗ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି । ଫଳରେ ଏହାକୁ ନେଇ ଆତଙ୍କିତ ଗ୍ରାମବାସୀ ।

ହାତୀ ଚଲପଥ ପାଇଁ ନିର୍ମାଣ ହେବ ସୁଡଙ୍ଗ ରାସ୍ତା
ହାତୀ ଚଲପଥ ପାଇଁ ନିର୍ମାଣ ହେବ ସୁଡଙ୍ଗ ରାସ୍ତା

By

Published : Sep 7, 2020, 6:27 PM IST

ଢେଙ୍କାନାଳ: ଓଡାପଡା ବ୍ଲକର ଗାଇଲୋ ଛକ ଅଞ୍ଚଳରେ ବର୍ଷ ତମାମ ହାତୀ ଉପଦ୍ରବ ଜାରି ରହୁଛି। ଏପରିସ୍ଥଳେ ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ଚାଲିଥିବାବେଳେ ହାତୀମାନଙ୍କ ପାଇଁ ଏହି ଗାଇଲୋ ଛକ ନିକଟରେ ସୁଡଙ୍ଗ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର 10-15 ଗ୍ରାମର ବାସିନ୍ଦା ଆତଙ୍କିତ ହୋଇପଡିଛନ୍ତି ।

ହାତୀ ଚଲପଥ ପାଇଁ ନିର୍ମାଣ ହେବ ସୁଡଙ୍ଗ ରାସ୍ତା

ତେବେ ଏଠାରେ ବିଶେଷ କରି ବସ ଷ୍ଟାଣ୍ଡ, ରେଳ ଷ୍ଟେସନ, ସାପ୍ତାହିକ ହାଟ, ସ୍କୁଲ ରହିଛି । ଏହାସହ ଗାଇଲୋ ଛକ ଉପରେ ଆଖ ପାଖ ଗ୍ରାମର ଦୈନନ୍ଦିନ ଶହ ଶହ ଲୋକ ଯିବା ଆସିବା କରୁଛନ୍ତି, ଫଳରେ ସୁଡଙ୍ଗ ରାସ୍ତା ନିର୍ମାଣ ଦ୍ବାରା ହାତୀ ଉପଦ୍ରବ ବୃଦ୍ଧି ପାଇବ । ଏହାକୁ ସ୍ଥାନାନ୍ତରିତ କରିବା ପାଇଁ ଗ୍ରାମବାସୀ ଜିଲ୍ଲା ବନଖଣ୍ଡ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି ।

ତେବେ ଦାବି ମୁତାବକ ଯଦି ଏହି ସୁଡଙ୍ଗ ପଥ ଏଠାରୁ ସ୍ଥାନାନ୍ତରିତ ନହୁଏ, ତେବେ ବାଧ୍ୟ ହୋଇ ତୀବ୍ର ଆନ୍ଦୋଳନ ସହ କାର୍ଯ୍ୟକୁ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ପ୍ରକାଶଥାଉକି, ହାତୀ ମାନଙ୍କ ପାଇଁ 5 ଟି ସ୍ଥାନରେ ହାତୀ ଚଲାପଥ ହେବାକୁ ପ୍ରସ୍ଥାବିତ ହୋଇ ସାରିଛି । ତେବେ ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି ପ୍ରକାଶ କରିଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details