ଓଡିଶା

odisha

ETV Bharat / state

ଢେଙ୍କାନାଳ ଜିଲ୍ଲା କାରାଗାରରୁ ବିଚାରଧୀନ କଏଦୀ ଚମ୍ପଟ

ଢେଙ୍କାନାଳ ଜିଲ୍ଲା କାରାଗାରରୁ ବିଚାରଧୀନ କଏଦୀ ଚମ୍ପଟ । ଜେଲ ପାଚେରୀରେ ପିନ୍ଧା ଲୁଙ୍ଗି ପକାଇ ଫେରାର ହୋଇଥିବା ସୂଚନା । ଫେରାର ବନ୍ଦି ନାମରେ ୧୩ବର୍ଷର ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା ରହିଛି । ଆଗକୁ ପଢନ୍ତୁ....

By

Published : Dec 14, 2019, 1:52 AM IST

prisoner flee away from jail premises
ଢେଙ୍କାନାଳ ଜିଲ୍ଲା କାରାଗାରରୁ ବିଚାରଧୀନ କଏଦୀ ଚମ୍ପଟ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାରାଗାରରୁ ଜଣେ ବିଚାରଧୀନ କଏଦୀ ଚମ୍ପଟ ମାରିଛି। ଆଜି ସଂନ୍ଧ୍ୟାରେ ବନ୍ଦୀ ମାନଙ୍କୁ ଗଣିବା ବେଳେ ଜଣେ ନଥିବା ଜେଲ କର୍ମଚାରୀ ମାନେ ଜାଣିବାକୁ ପାଇଲେ। ତେବେ ଜଣେ ଜେଲ ପଛପଟ ପାଚେରୀରେ ଲୁଙ୍ଗି ବାନ୍ଧି ପଳାଇଥିବା ଝୁଲୁଥିବା ଲୁଙ୍ଗି ଦେଖିବାକୁ ମିଳିଥିଲା।

ଢେଙ୍କାନାଳ ଜିଲ୍ଲା କାରାଗାରରୁ ବିଚାରଧୀନ କଏଦୀ ଚମ୍ପଟ

ଫଳରେ ଢେଙ୍କାନାଳ ଜେଲରେ ତନା ଘନା କରିଥିଲେ ମଧ୍ୟ ବହୁ ବିଳମ୍ବରେ ଟାଉନ ଥାନାକୁ ଜଣାଇଛନ୍ତି । ଫଳରେ ପୁଲିସ ଖାନ ତଲାସୀ ଆରମ୍ଭ କରିଛି । ଚମ୍ପଟ ମାରିଥିବା ଏହି କଏଦୀ ଜଣକ ଶିବ ମୁଣ୍ଡା ବୋଲି ଜଣାପଡିଛି। ଶିବ ଢେଙ୍କାନାଳ ଜିଲ୍ଲା ଭୁବନ ଥାନାର କାଞ୍ଚନବାହାଳୀ ଗ୍ରାମର। ଗତ ମାର୍ଚ୍ଚ ମାସ ୧୬ ତାରିଖରେ ତୁମୁସିଂହା ଥାନା ଡଙ୍କାବୋଲର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ଅପହରଣ ଓ ଦୁଷ୍କର୍ମ କରିଥିଲା। ପରେ ଛାତ୍ରୀର ପରିବାର ପକ୍ଷରୁ ତୁମୁସିଂହା ଥାନାରେ ଅଭିଯୋଗ ପରେ ପୁଲିସ ତନାଘନା କରିଥିଲା।

ପରେ ପୁଲିସ ନଭେମ୍ବର ୨୨ ତାରିଖରେ ଶିବ ମୁଣ୍ଡାର ଘରୁ ନାବଳିକାକୁ ଉଦ୍ଧାର କରିବା ସହ ଶିବକୁ ଗିରଫ କରି ଢେଙ୍କାନାଳ ସ୍ବତନ୍ତ୍ର ପୋକସୋ କୋର୍ଟକୁ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହୋଇ ଶିବ ଢେଙ୍କାନାଳ ଜିଲ୍ଲା କାରାଗାରରେ ବିଚାରଧୀନ ବନ୍ଦୀ ଭାବେ ଥିଲା ବୋଲି ଜଣାପଡିଛି। ତା ନାମରେ ଥିବା ମାମଲା ଏବେ ଢେଙ୍କାନାଳ ସ୍ବତନ୍ତ୍ର ପୋକସୋ ଅଦଲତରେ ବିଚାରଧୀନ ରହିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details