ଓଡିଶା

odisha

ETV Bharat / state

୨୩ରେ ସାନି ମତଦାନ, ନିହଲ ପ୍ରସାଦ ପଞ୍ଚାୟତର ୪ଟି ବୁଥରେ ପଡିବ ଭୋଟ

ପ୍ରଥମ ଓ ଦ୍ବିତୀୟ ପଞ୍ଚାୟତ ପରୀକ୍ଷାରେ କେତେକ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା ଫଳରେ ଭୋଟ ଗ୍ରହଣ ବାଧାପ୍ରାପ୍ତ ହୋଇଥିଲା । ସେହି ସମସ୍ତ ସ୍ଥାନରେ ସାନି ମତଦାନ କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ନିର୍ବାଚନ କମିଶନ । ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ନିହଲ ପ୍ରସାଦ ପଞ୍ଚାୟତର ୪ଟି ବୁଥରେ ଆସନ୍ତା ୨୩ ତାରିଖରେ ସାନି ମତଦାନ ହେବ । ଅଧିକ ପଢନ୍ତୁ

By

Published : Feb 20, 2022, 1:57 PM IST

ନିହଲ ପ୍ରସାଦ ପଞ୍ଚାୟତର ୪ଟି ବୁଥରେ ହେବ ଭୋଟ
ନିହଲ ପ୍ରସାଦ ପଞ୍ଚାୟତର ୪ଟି ବୁଥରେ ହେବ ଭୋଟ

ଢେଙ୍କାନାଳ: ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ପ୍ରଥମ ଓ ଦ୍ବିତୀୟ ପଞ୍ଚାୟତ ପରୀକ୍ଷାରେ କେତେକ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା ଫଳରେ ଭୋଟ ଗ୍ରହଣ ବାଧାପ୍ରାପ୍ତ ହୋଇଥିଲା । ସେହି ସମସ୍ତ ସ୍ଥାନରେ ସାନି ମତଦାନ କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ନିର୍ବାଚନ କମିଶନ । ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ନିହଲ ପ୍ରସାଦ ପଞ୍ଚାୟତର ୪ଟି ବୁଥରେ ଆସନ୍ତା ୨୩ ତାରିଖରେ ସାନି ମତଦାନ ହେବ ।

ନିହଲ ପ୍ରସାଦ ପଞ୍ଚାୟତର ବୁଥ ନଂ ୨, ୬, ୭ ଓ ୧୧ ରେ ସାନି ମତଦାନ ହେବ । ଗତ ୧୬ ତାରିଖ ପ୍ରଥମ ପର୍ଯ୍ୟାୟରେ ନିହଲ ପ୍ରସାଦ ବୁଥ ନଂ ୨, ୬ ଓ ୭ ବୁଥ ଜବରଦଖଲ କରି ଜବରଦସ୍ତ ଭୋଟ ଦେବା ଯୋଗୁଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ସେହିପରି ନିହଲ ପ୍ରସାଦ ପଞ୍ଚାୟତର ସରକାରୀ ନୋଡାଲ ଉପ୍ରା ବିଦ୍ୟାଳୟରେ ହୋଇଥିବା ବୁଥ ନଂ ୧୧ ରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଦୁର୍ବୃତ୍ତ ମାନେ ଭୋଟ ବାକ୍ସ ଟେକି ନେଇଥିଲେ । ଫଳରେ ଏହି ୪ଟି ବୁଥରେ ଭୋଟ ଗ୍ରହଣ ବାଧାପ୍ରାପ୍ତ ହୋଇଥିଲା । ଏ ସମ୍ପର୍କରେ ଢେଙ୍କାନାଳ ଜିଲ୍ଲାପାଳଙ୍କ ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହା ପରେ ସାନି ମତଦାନ ପାଇଁ ରାଜ୍ୟ କମିଶନର ଘୋଷଣା କରିଥିଲେ ।

ପ୍ରକାଶ ଥାଉ କି, ଗତ ୨୩ ତାରିଖରେ ରାଜ୍ୟରେ ୪୫ଟି ବୁଥରେ ସାନି ମତଦାନ ହେବ । ଏଥିରେ 4ଟି ଜିଲ୍ଲା ଯାଜପୁର, ଢେଙ୍କାନାଳ, ପୁରୀ ଓ ଭଦ୍ରକ ରହିଛି । ସକାଳ ୯ ଟାରୁ ଅପରାହ୍ନ ୩ ଟା ଯାଏଁ ମତଦାନ ହେବ । ସାନି ମତଦାନ ହେବାକୁ ଥିବା ଭୋଟଗ୍ରହଣ କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା ରହିବ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

ABOUT THE AUTHOR

...view details