ଓଡିଶା

odisha

ETV Bharat / state

କାଲିଠୁ ମାଟ୍ରିକ ସମ୍ମେଟିଭ 2 ପରୀକ୍ଷା - କପି ରୋକିବାକୁ ତ୍ରିସ୍ତରୀୟ ସ୍କ୍ୱାର୍ଡ

ଆସନ୍ତା କାଲିଠାରୁ ମାଟ୍ରିକ ସମ୍ମେଟିଭ 2 ପରୀକ୍ଷା । ଢେଙ୍କାନାଳ ଜିଲ୍ଲାରେ ୯୭ ଟି ପରୀକ୍ଷାକେନ୍ଦ୍ରରେ ପରୀକ୍ଷା ଦେବେ ୧୬ହଜାର ୨୮୫ଛାତ୍ରଛାତ୍ରୀ। କପି ରୋକିବାକୁ ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା। ଅଧିକ ପଢନ୍ତୁ

Odisha Matric Exams
Odisha Matric Exams

By

Published : Mar 9, 2023, 9:27 PM IST

Odisha Matric Exams

ଢେଙ୍କାନାଳ :ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ସମ୍ମେଟିଭ 2 ପରୀକ୍ଷା । ଏଥିପାଇଁ ଢେଙ୍କାନାଳ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଜିଲ୍ଲାରେ ୯୭ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୬ହଜାର ୨୮୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେଥି ମଧ୍ୟରୁ ମାଟ୍ରିକ ରେଗୁଲାର ୧୫ହଜାର ୯୯୫ ଥିବା ବେଳେ ଏକ୍ସରେଗୁଲାର ୧୨୦ଜଣ , ମଧ୍ୟମା ୧୦ଜଣ , ମୁକ୍ତ ବିଦ୍ୟାଳୟର ୧୬୦ଜଣ ପରୀକ୍ଷାର୍ଥୀ ରହିଛନ୍ତି।

ତେବେ ପରୀକ୍ଷା ପାଇଁ ପ୍ରଶ୍ନ ପତ୍ର ରଖିବା ପାଇଁ ଜିଲ୍ଲାର ପ୍ରତ୍ୟେକ ବ୍ଲକ ସଦର ମହକୁମା ଉଚ୍ଚ ବିଦ୍ୟାଳୟକୁ ନୋଡାଲ ସେଣ୍ଟର କରାଯାଇଛି। ଏହା ବ୍ୟତୀତ ଢେଙ୍କାନାଳ ଓ କଙ୍କଡାହାଡ଼ ସଦର ମହକୁମାରେ ଦୁଇଟି ଲେଖାଏଁ ନୋଡାଲ ସେଣ୍ଟର ହୋଇଥିବା ବେଳେ ଏପରି ମୋଟ ୧୦ ଟି ନୋଡାଲ ସେଣ୍ଟର କରାଯାଇଛି। ସେପଟେ ନୋଡାଲ ସେଣ୍ଟର ମାନଙ୍କରେ କଡା ସୁରକ୍ଷା ମଧ୍ୟରେ ସିସିଟିଭି ଖଞ୍ଜାଯାଇ ପ୍ରଶ୍ନ ପତ୍ରକୁ ସୁରକ୍ଷିତ ଭାବେ ରଖାଯାଇଛି । ଆଜି ପ୍ରତ୍ୟେକ ସେଣ୍ଟରକୁ ଆସନ୍ତାକାଲି ହେବାକୁ ଥିବା ମାତୃଭାଷା ପ୍ରଶ୍ନପତ୍ର ପଠାଯାଇଛି ।

ଚଳିତ ବର୍ଷ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ଢେଙ୍କାନାଳର ଭାନିରାମ ଆଦର୍ଶ ଉଚ୍ଚ ବିଦ୍ୟାଳୟକୁ ସ୍ୱତନ୍ତ୍ର ସେଣ୍ଟର କରାଯାଇଥିବା ବେଳେ ଏହି ସେଣ୍ଟରରେ ମୋଟ ୧୬୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ସୂଚନା ମିଳିଛି । ତେବେ କପି ରୋକିବା ଓ ପରୀକ୍ଷା ର ସୁପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ବ୍ଲକ ବିଡ଼ିଓ ମାନଙ୍କୁ ନୋଡାଲ ଅଫିସର ଭାବେ ଗୋଟିଏ ଲେଖାଏଁ ୮ଟି ସ୍କ୍ୱାର୍ଡ ଗଠନ କରାଯାଇଛି । ଏହା ବ୍ୟତୀତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ୨ଟି, ଜିଲ୍ଲାପାଳଙ୍କ ପକ୍ଷରୁ ଗୋଟିଏ ଓ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗୋଟିଏ ଏପରି ୪ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି ।

ସେପଟେ ପରୀକ୍ଷା କେନ୍ଦ୍ର ଠାରୁ ୧୦୦ମିଟର ଦୂରତା ବିଶିଷ୍ଠ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଲାପଟପ ,କାଲକୁଲେଟର ଓ ହେଡ ଫୋନ ଆଦିକୁ ନିଷିଧ କରାଯାଇଛି। ଏପରିକି ପରୀକ୍ଷ ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ମଧ୍ୟ ମୋବାଇଲ ବାରଣ କରାଯାଇଛି। ସକାଳ ୮ ଠାରୁ ୧୦ ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବା ସହ କପି ରୋକିବା ଓ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପରୀକ୍ଷା କେନ୍ଦ୍ର ଗୁଡିକରେ ପୋଲିସ ଫୋର୍ସ ମୃତୟନ ବ୍ୟବସ୍ଥା କରାଯାଉଛି। ତେବେ ପରୀକ୍ଷା କିପରି ସୁଚାରୁ ରୁପେ ପରିଚାଳନା କରାଯିବ ସେଥିପାଇଁ ପରୀକ୍ଷା କେନ୍ଦ୍ର ଗୁଡି଼କର ସୁପରିଟେଣ୍ଡେଣ୍ଟମାନେ ନିଜକୁ ବେଶ ପ୍ରସ୍ତୁତି କରୁଥିବା ପ୍ରକାଶ କରିଛନ୍ତି ଢେଙ୍କାନାଳ ଜିଲ୍ଲାର ସର୍ବ ପୁରାତନ ସ୍କୁଲ ଲଷ୍ମୀଧର ମୁନିସିପାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରୀତିଲତା ପାଣିଗ୍ରାହୀ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details