ଢେଙ୍କାନାଳ: ଜିଲ୍ଲାର ହିନ୍ଦୋଳ ବ୍ଲକରେ ଦିନକୁ ଦିନ କୋରୋନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଗତ କିଛି ଦିନ ହେବ ଏହି ଅଞ୍ଚଳରେ ଶତାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ହିନ୍ଦୋଳ ବ୍ଲକର ଅଧିକାଂଶ ଗ୍ରାମକୁ କୋରୋନା କବଳିତ କରିସାରିଛି ।
ଢେଙ୍କାନାଳ ନିମବାହାଳି ଗାଁକୁ ୭ ଦିନ ପାଇଁ ନିଷିଦ୍ଧାଞ୍ଚଳ ଘୋଷଣା - corona positive
ଆଜି(ଶନିବାର) ହିନ୍ଦୋଳ ବ୍ଲକର ନିମବାହାଳି ଗ୍ରାମରୁ କେବଳ ୩୯ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...
ସେହିପରି ଆଜି(ଶନିବାର) ହିନ୍ଦୋଳ ବ୍ଲକର ନିମବାହାଳି ଗ୍ରାମରୁ କେବଳ ୩୯ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏହି ସଂକ୍ରମଣର ଚେନ ଭାଙ୍ଗିବା ପାଇ ଜିଲ୍ଲା ପ୍ରଶାସନ ତରଫରୁ ନିମବାହାଳି ଗ୍ରାମକୁ ଆଜି ଠାରୁ ୭ଦିନ ପାଇଁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଏହି ଗ୍ରାମର ପ୍ରବେଶପଥକୁ ବାଉଁଶ ବାଡରେ ସିଲ କରିଦିଆଯାଇଛି । ଗ୍ରାମରେ ଏହି କଟକଣା ଆସନ୍ତା 5 ତାରିଖ ସକାଳ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଯୋଗାଣ ବାଦ ଦେଲେ ନିମବାହାଳି ଗ୍ରାମକୁ ଲୋକଙ୍କ ଯିବାଆସିବା ଓ ଯାନବାହାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ